ଶ୍ରୀନରେନ୍ଦ୍ର ମୋଦିଙ୍କ ବଡ଼ ଫ୍ୟାନ୍ ଅଟନ୍ତି କଙ୍ଗନା ରନୌତ, ରାଜନୀତିରେ ଆସିବାପାଇଁ ରଖିଲେ ବଡ଼ ସର୍ତ୍ତ !

Spread the love

ବଲିଉଡର ରାଣୀ କଙ୍ଗନା ରନୌତ ନିଜ ୩୨ତମ ଜନ୍ମ ଦିବସ କରୁଥିଲେ । ସେ ୧୯୮୭ରେ ହିମାଞ୍ଚଳ ପ୍ରଦେଶର କେମ୍ବାଭଲାରେ ଜନ୍ମ କରିଥିଲେ । ତାଙ୍କ ପ୍ରଥମ ବଲିଉଡ ସିନେମା ହେଉଛି ‘ଗେଙ୍ଗ୍ ଷ୍ଟର୍’, ଏହିଠାରୁ ବଲିଉଡ ଜୀବନ ଆରମ୍ଭ ହୋଇଥିଲା । ଗୋଟିଏ ସାକ୍ଷାତକାରରେ, ସେ ଖୋଲାଖୋଲି ଭାବରେ ରାଜନୀତି ବିଷୟରେ ଚର୍ଚ୍ଚା କରି କହିଥିଲେ । କଙ୍ଗନା ରନୌତ ଅଳ୍ପଦିନ ପୂର୍ବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । କଙ୍ଗନା ରନୌତ କଣ କହିଲେ ଆସନ୍ତୁ ଜାଣିବା ?

କଙ୍ଗନା ରନୌତ କହିଲେ, ନେସିନାଲଲିଷ୍ଟ ଓ ଫଣ୍ଡାମେଣ୍ଟଲିଷ୍ଟ ମଧ୍ୟାର ପାର୍ଥକ୍ୟ ଅଲଗା ଦେଖାଯାଇଥାଏ । ଧର୍ମ ଉପରେ ମୋର କୌଣସି ବିଶ୍ୱାସ ନାହିଁ, କାରଣ ମୋ ଦେଶ ହିଁ ମୋ ଧର୍ମ ଅଟେ । ତେଣୁ ଆପଣଙ୍କୁ ନିଜ ଦେଶ ପାଇଁ ଲାଜ୍ଜ କାହିଁକି ? ଯେତେବେଳେ ଆମେରିକା ଭଳି ବିକଶିତ ଦେଶର ଲୋକମାନେ ରାଷ୍ଟ୍ରୀୟ ସଂଗୀତ ଗାନ ସମୟରେ ଠିଆ ହୋଇଥାନ୍ତି, ତେବେ ଆମେମାନେ, ଆମ ରାଷ୍ଟ୍ରୀୟ ସଂଗୀତା ଗାନ ସମୟରେ ସମ୍ମାନ ଦେବା ଉଦ୍ୟେଶରେ ଠିଆ ହୋଇପାରିବ ନାହିଁ କାହିଁକି ? କଙ୍ଗନା ରନୌତ ପୁଣି କହିଲେ କି, ଆଜିକାଲି ଆମ ଦେଶ ବିଷୟରେ ଖରାପ କଥା କହିବା ଏକ ଫ୍ୟାସନ୍ ହୋଇଗଲା । କାରଣ ଯୁବପୀଢ଼ିଙ୍କ ଅନେକ ଅଭିଯୋଗ ଅଛି, ଏଭଳି ବ୍ୟବହାର ଦେଶପ୍ରତି କଦାପି ଭଲନୁହଁ । ଦେଶ ଖରାପ ଅଛି ହେଲେ ତୁମ୍ଭେମାନେ ଅତିଥି ଅଟ ?

କଙ୍ଗନା ରନୌତ ଏତିକିରେ ଚୁପ୍ ହୋଇ ରହିଲେ ନାହିଁ, ସେ କହିଲେ ଭିତ୍ତି ସରଞ୍ଚନା ଯେଉଁଠାରେ ଭଲ ଦେଖାଯାଏ, ସେଠାକୁ ଚାଲିଯାଅ ଯେତେବେଳେ ସେଠାରେ ଇମିଗ୍ରେସନ୍ ର ମାଡ଼ ବାଜିବ ସେତେବେଳେ ଜଣାପଡ଼ିବ ! ଏହାପରେ କଙ୍ଗନା ରନୌତ ରାଜନୀତି ଉପରେ ନିଜର ରାୟ ରଖି କହିଲେ, ଏହା ଏକ ଭଲ ଫିଲ୍ଦ ଅଟେ କିନ୍ତୁ ଏହାକୁ ସବୁବେଳେ ଭୁଲ ହିଁ କୁହାଯାଉଛି । ମୁଁ ରାଜନୀତିଙ୍କ ଫ୍ୟାସନ୍ କୁ ବହୁତ ପସନ୍ଦ କରେ । ମୁଁ ମୋ ଫେସନରେ ହିଁ ରାଜନୀତିକୁ ଆସିପାରିବି । ଯଦି ଏଥିରେ କୌଣସି ପାର୍ଟିକୁ ଅସୁବିଧା ନଥାଏ ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, କଙ୍ଗନା ରନୌତ ନିଜେ କହିଲେ, “ସେ ମୋଦିଙ୍କ ବଡ଼ ଫ୍ୟାନ୍ ଅଟନ୍ତି ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି କହିଲେ, ମୁଁ ମୋଦିଙ୍କ ବହୁତ ବଡ଼ ପ୍ରଶଂସକ ଅଟେ । ମୁଁ ଅଧିକ ଖବର କାଗଜ ପଢେ ନାହିଁ । କିନ୍ତୁ ତାହା ଏକ ସଫଳତାର ଷ୍ଟୋରୀ ଅଟେ, କାରଣ ଗୋଟିଏ ସାଧାରଣ ଲୋକ ଓ ଚା’ ବିକାଳି ଆଜି ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି । ଏଥିରେ ମୋଦୀଙ୍କର ନୁହଁ ବରଂ ଦେଶର ଲୋକତନ୍ତ୍ରର ବିଜୟ ଅଟେ । ଆମେ ଜାଣିଛୁ, ଦୁନିଆ ସଂପୂର୍ଣ୍ଣ ହୋଇପାରିବ ନାହିଁ, କିନ୍ତୁ ଦୁନିଆକୁ ସନ୍ତୁଳନ ନିଶ୍ଚୟ କରାଯାଇ ପାରିବ ।