ପିଏମ ମୋଦି ଅକ୍ଷୟ କୁମାରଙ୍କୁ କହିଥିଲେ ଆପଣଙ୍କ ପତ୍ନୀ ମୋ ଉପରେ ରାଗନ୍ତି ତେବେ ଆପଣଙ୍କ ଘରେ ……

ଦେଶର ପ୍ରଧାନମନ୍ତ୍ରୀ ପ୍ରଥମଥର କୌଣସି ପତ୍ରକାରଙ୍କୁ ଛାଡି ଜଣେ ଅଭିନେତାଙ୍କୁ ନିଜର ସାକ୍ଷାତକାର ଦେଇଛନ୍ତି । ଯେଉଁ ସାକ୍ଷାତକାରରେ ସେ ଅନେକ ମଜାଳିଆ ରହସ୍ୟ ଖୋଲିଛନ୍ତି । ବୁଧବାର ଦିନ ମୋଦି ଅକ୍ଷୟ କୁମାରଙ୍କୁ ସାକ୍ଷାତ କରିଥିଲେ । ଯେଉଁଠି ଗୋଟିଏ ପଟେ ନିଜ ବିଷୟରେ କହିଥିବା ସମୟରେ ଅନ୍ୟପଟେ ଟୁଇଙ୍କଲ୍ ଖାନାଙ୍କୁ ନେଇ ଏକ ରହସ୍ୟ ଖୋଲିଛନ୍ତି । ଅକ୍ଷୟ କୁମାର ପିଏମ ମୋଦିଙ୍କ ସାକ୍ଷାତକାର ନେଉଥିଲେ, ସେହି ସମୟରେ ମୋଦି ଅକ୍ଷୟଙ୍କୁ ବ୍ୟଙ୍ଗ କରିଥିଲେ । ସେହି ବ୍ୟଙ୍ଗର ଜବାବ ବର୍ତ୍ତମାନ ଟୁଇଙ୍କଲ୍ ଦେଇଛନ୍ତି ।
ବଲିଉଡର ଖିଲାଡ଼ି କୁମାର ନାମରେ ପରିଚିତ ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀଙ୍କ ବିଚାରଧାରା ଭିନ୍ନ ଅଟେ କିନ୍ତୁ ଦୁହିଁଙ୍କ ମଧ୍ୟରେ ଅତୁଟ ପ୍ରେମ ରହିଛି । ଗୋଟିଏ ପଟେ ଅକ୍ଷୟ ମୋଦିଙ୍କ ପ୍ରଶଂସା କରୁଥିବା ସମୟରେ ତାଙ୍କ ପତ୍ନୀ ଟୁଇଟର୍ ମାଧ୍ୟମରେ ମୋଦିଙ୍କୁ ନିନ୍ଦା କରୁଛନ୍ତି । ଏହା ଉପରେ ମୋଦି ଏକ ରହସ୍ୟ ଖୋଲିଛନ୍ତି । ଅକ୍ଷୟ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି; ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ରହୁଛି ନା !
ରାଗ ସୁଝାନ୍ତି ଟୁଇଙ୍କଲ୍ ଖାନା- ନରେନ୍ଦ୍ର ମୋଦି
मैं सोशल मिडिया जरूर देखता हूं इससे मुझे बाहर क्या चल रहा है इसकी जानकारी मिलती है।
मैं आपका भी और टविंकल खन्ना जी का भी ट्विटर देखता हूं और जिस तरह वो मुझ पर गुस्सा निकालती हैं तो मैं समझता हूं की इससे आपके परिवार में बहुत शांति रहती होगी:पीएम #ModiWithAkshay #BharatKaGarvModi pic.twitter.com/75PAPEXFfK
— BJP (@BJP4India) April 24, 2019
ଯେତେବେଳେ ମୋଦିଙ୍କୁ ଅକ୍ଷୟ ପଚାରିଥିଲେ ଆପଣ କେତେ ସମୟ ସୋସିଆଲ ମିଡିଆରେ ସମୟ ବିତାନ୍ତି ? ଏହି ଉତ୍ତରର ମୋଦି କହିଛନ୍ତି ମୁଁ ଦେଶ ଦୁନିଆର ଖବର ଜାଣିବା ପାଇଁ ହିଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାଏ । ଏହା ସହ ମୋଦି କହିଛନ୍ତି, ମୁଁ ଆପଣଙ୍କ ଏବଂ ଆପଣଙ୍କ ପତ୍ନୀ ଟୁଇଙ୍କଲ ଖାନଙ୍କ ଟୁଇଟର୍ ଆକାଉଣ୍ଟ ମଧ୍ୟ ଦେଖିଥାଏ । ଯେଉଁଥିରେ ଆପଣଙ୍କ ପତ୍ନୀ ମୋ ଉପରେ ରାଗ ସୁଝାଇଥାନ୍ତି । ମୋ ଉପରେ ରାଗ ସୁଝାନ୍ତି ଠିକ୍ ଅଛି କିନ୍ତୁ ଆପଣଙ୍କ ଘରେ ଶାନ୍ତି ବଜାୟ ରହେ ନା ନାହିଁ ।
ଟୁଇଙ୍କଲ୍ ମୋଦିଙ୍କ ଏହି ବ୍ୟଙ୍ଗର ଉତ୍ତର ଦେଇଛନ୍ତି
I have a rather positive way of looking at this-Not only is the Prime Minister aware that I exist but he actually reads my work 🙂 🙏 https://t.co/Pkk4tKEVHm
— Twinkle Khanna (@mrsfunnybones) April 24, 2019
ଏହି ବ୍ୟଙ୍ଗର ଉତ୍ତରରେ ଟୁଇଙ୍କଲ୍ ଲେଖିଛନ୍ତି, ମୋଦି କେବଳ ମୋର ଲେଖା ପଢୁଛନ୍ତି ନାହାନ୍ତି ବରଂ ମୋ କାର୍ଯ୍ୟ ଗୁଡିକ ବିଷୟରେ ମଧ୍ୟ ଚିନ୍ତା ଓ ତଦାରକ କରନ୍ତି । ଏଠାରେ କହିବା ପାଇଁ ଚାହୁଁଛୁ ଟୁଇଙ୍କଲ୍ ଖାନା ପ୍ରାୟତଃ ପିଏମ ମୋଦିଙ୍କ କାର୍ଯ୍ୟକୁ ବିରୋଧ କରି ଟୁଇଟ୍ କରିଥାନ୍ତି । ଯାହାଫଳରେ ମୋଦି ଆଜି ବ୍ୟଙ୍ଗ ଭରା ଶୈଳୀରେ ଟୁଇଙ୍କଲଙ୍କୁ ବୁଝାଇଛନ୍ତି ଏବଂ ଟୁଇଙ୍କଲ୍ ମଧ୍ୟ ବହୁତ ଶାଳୀନତାରେ ଏହାର ଉତ୍ତର ଦେଇଛନ୍ତି ।
ସାକ୍ଷାତକାର ସମୟରେ ଅନେକ ରହସ୍ୟ ଖୋଲିଛନ୍ତି ମୋଦି
ନିଜ ଜୀବନ ସହ ଜଡିତ ଅନେକ ରହସ୍ୟ ଖୋଲିଛନ୍ତି ପିଏମ ମୋଦି । ଏହି ସାକ୍ଷାତକାରରେ ମୋଦି ନିଜ ପସନ୍ଦିୟ ଚଳଚିତ୍ର, ଗୀତ ଏବଂ ଖାଦ୍ୟ ବିଷୟରେ କହିଛନ୍ତି ।ଏହା ସହ ସେ ଜୀବନରେ କରିଥିବା ସଂଘର୍ଷ ବିଷୟରେ ମଧ୍ୟ କହିଛନ୍ତି । ମୋଦି କହିଛନ୍ତି, ଯେତେବେଳେ ସେ ଛୋଟ ଥିଲେ ସେହି ସମୟରେ ସେନାରେ ଯୋଗ ଦେବା ପାଇଁ ଚିନ୍ତା କରିଥିଲେ । କିନ୍ତୁ ଯାହା ସେ ହେବା ପାଇଁ ଚିନ୍ତା କରିନଥିଲେ ତାହା ବର୍ତ୍ତମାନ ସେ ହୋଇଯାଇଛନ୍ତି । ମୋଦି କହିଛନ୍ତି, ମୁଁ କଦାପି ସନ୍ୟାସୀ ହେବା ପାଇଁ ଚିନ୍ତା କରିନାହିଁ ।