କରୋନା ସ୍ଥିତିକୁ ନେଇ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଲେ ପ୍ରଧାନମନ୍ତ୍ରୀ ମୋଦୀ !

Spread the love

ପ୍ରଧାନମନ୍ତ୍ରୀ ମୋଦି ଆଜି ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୋନା ପରିସ୍ଥିତିକୁ ନେଇ ଆଲୋଚନା କରିଥିଲେ । ଏହି ସମୟ ମଧ୍ୟରେ ଛତିଶଗଡର ସିଏମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟୀକା ଯୋଗାଣ ଏବଂ ବୃଦ୍ଧି ପାଇଁ ଦାବି କରିଥିଲେ ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ରାଜସ୍ଥାନ, ଛତିଶଗଡ, ଉତ୍ତରପ୍ରଦେଶ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସହ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆଉ ବୈଠକ ପରେ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ କୋଭିଡ୍ ସ୍ଥିତି ସହିତ କୋଭିଡ୍ ପରିଚାଳନା ଏବଂ ଟିକାକରଣ ବିଷୟରେ ଆଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟରେ କରୋନା ପରିଚାଳନା ସଫଳତାର ସହ ଅଗ୍ରଗତି କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ ମଧ୍ୟ କୋଭିଡ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ରାଜ୍ୟରେ କରୋନା ପରୀକ୍ଷା ବୃଦ୍ଧି କରାଯାଇଛି ।

ପଜିଟିଭିଟି ହାରରେ କ୍ରମାଗତ ହ୍ରାସ ଘଟିଥିବା ସେ କହିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ ରାଜ୍ୟରେ ଅମ୍ଳଜାନର ଅଭାବ ନାହିଁ । ତଥାପି, ଏହାର ଯୋଗାଣକୁ ନିରନ୍ତର ରକ୍ଷଣାବେକ୍ଷଣ କରିବା ଆବଶ୍ୟକ । ରାଜ୍ୟରେ କରୋନା ଟିକା ଯୋଗାଣ ବୃଦ୍ଧି କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବିସ୍ତୃତ ଭାବେ କଥା ହୋଇଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି । ସିଏମ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶରେ କୋଭିଡର ସ୍ଥିତି, କୋଭିଡ ପରିଚାଳନା ଏବଂ ଟୀକାକରଣ ବିଷୟରେ ଆଲୋଚନା କରିଛନ୍ତି ।

ସିଏମଓ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶନାରେ କରୋନା ପରିଚାଳନା ସଫଳତାର ସହ ଅଗ୍ରଗତି କରୁଛି। ଶଯ୍ୟା ଉପଲବ୍ଧତା, ଅମ୍ଳଜାନ ଯୋଗାଣ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା ଟୀକାକରଣ ଏବଂ ଅଭାବୀ ଲୋକଙ୍କୁ ଉନ୍ନତ ଚିକିତ୍ସା ଉପରେ ନିର୍ଦ୍ଦେଶନାମା ଅଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଟୀକାକରଣର ଯେପରି ଅପବ୍ୟବହାର ହେବ ନାହିଁ ସେ ସମ୍ବନ୍ଧରେ ନିର୍ଦ୍ଦେଶ ଦେଇଛନ୍ତି ।

ମନରେ ଉଙ୍କି ମାରୁଥିବା ପ୍ରଶ୍ନ :

ବର୍ତ୍ତମାନ ଦେଶ କରୋନାର ଦ୍ୱିତୀୟ ଲୋହରିର ସମ୍ମୁଖୀନ କରିଛି, ତୃତୀୟ ଲୋହରି ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପୂର୍ବ ଦିନ କହିଥିଲେ ଯେ କରୋନାର ତୃତୀୟ ଲୋହରି ଭାରତକୁ ନିଶ୍ଚିୟ ଆସିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । କିନ୍ତୁ କରୋନାର ଏହି ତୃତୀୟ ଲୋହରି କେବେ ଆସିବ ତାହା ଅନୁମାନ କରାଯାଇପାରିବ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଦେଶ ଯେତେବେଳେ ପ୍ରଥମ କରୋନାର ପ୍ରଥମ ଲୋହରିର ସମ୍ମୁଖୀନ କରିଥିଲା ସେହିସମୟରେ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାବରେ ଭୁଷୁଢି ଯାଇଥିଲା, ଦ୍ୱିତୀୟ ଲୋହରିରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅସ୍ତବ୍ୟସ୍ତ ହୋଇଗଲା, ତେବେ ଲୋହରିରେ କଣ ଘଟିବ ?