ଏହି ବଲିଉଡ ଅଭିନେତ୍ରୀଙ୍କ ଫୋଟ ପକେଟରେ ରଖି ବୁଲନ୍ତି ସୋଏବ ଅଖତର । ଅପହରଣ କରିବା ପାଇଁ ଯୋଜନା କରିଥିଲେ ।

Spread the love

ଏହି ବଲିଉଡର ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ ପାକିସ୍ଥାନୀ କ୍ରିକେଟର୍ ସୋଏବ ଅଖତର ।

ସୋଏବ ଅଖତରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ଥାନର ସର୍ଵ ଶ୍ରେଷ୍ଟ ବୋଲରର ମାନ୍ୟତା ମିଳିଛି । ନିଜର ଦ୍ରୁତ ବୋଲିଂ ଯୋଗୁଁ ତାଙ୍କୁ ରାଉଲପିଣ୍ଡି ଏକ୍ସପ୍ରେସ ନାମରେ ମଧ୍ୟ ସେ ପରିଚିତ । ସୋଏବ ଅଖତର ପାକିସ୍ଥାନ କ୍ରିକେଟ ଦଳରେ ନାହାଁନ୍ତି କିନ୍ତୁ ଯେତେବେଳେ ପାକିସ୍ଥାନ କ୍ରିକେଟ ଦଳ ହାରିଯାଏ, ତେବେ ସେ ସେମାନଙ୍କୁ ଶିକ୍ଷା ଦେଇଥାନ୍ତି ।ନିକଟରେ ବିଶ୍ୱକପରେ ଯେତେବେଳେ ପାକିସ୍ଥାନ ଭାରତ ଠାରୁ ପରାଜୟ ବରଣ କରିଥିଲା, ସେହି ସମୟରେ ସୋଏବ ଅଖତର ପାକିସ୍ଥାନ ଦଳକୁ ପରାମର୍ଶ ଦେବାରେ ଲାଗି ପଡିଥିଲେ । ତାଙ୍କର ସେହି ଭିଡ଼ିଓ ବହୁତ ଭାଇରଲ ହେବାରେ ଲାଗିଛି । କିନ୍ତୁ ଆଜି ଆମେ ସୋଏବ ଅଖତରଙ୍କ ଏକ ପୁରୁଣା ପ୍ରେମ କାହାଣୀ ବିଷୟରେ କହିବା ପାଇଁ ଯାଉଛୁ । ସୋଏବ ଅଖତରଙ୍କ ଏହି ପୁରୁଣା ପ୍ରେମ କୌଣସି ପାକିସ୍ଥାନୀ ମହିଳାଙ୍କ ସହ ନୁହେଁ ବରଂ ସେ ଭାରତୀୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ ।

ଏକଦା ସମୟ ଏହିପରି ଥିଲା, ଯେତେବେଳେ ସୋଏବ ଅଖତର ସୋନାଲିଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ । ସେ ଏହି ବିଷୟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ।ସୋଏବ ଅଖତର କହିଥିଲେ, ଯେତେବେଳେ ପ୍ରଥମ ଥର ସେ “ଇଂଲିଶ ବାବୁ ଦେଶୀ ମେମ” ଫିଲ୍ମ ଦେଖିଥିଲେ, ସେହି ସମୟରେ ହିଁ ସୋଏବ ଅଖତର ସୋନାଲିଙ୍କ ବଡ଼ ପ୍ରଶଂସକ ହୋଇ ଯାଇଥିଲେ । ଏହି ଫିଲ୍ମ ଦେଖିବା ପରେ ସୋଏବ ଅଖତରଙ୍କୁ ସୋନାଲିଙ୍କ ସହ ପ୍ରେମ ହୋଇ ଯାଇଥିଲା । ସେହି ସମୟରେ ସୋଏବ ଅଖତର ସୋନାଲିଙ୍କ ଫୋଟ ନିଜ ପକେଟରେ ରଖି ବୁଲୁଥିଲେ । ସେହି ସମୟରେ ସୋଏବ ଅଖତରଙ୍କ ରୁମରେ ସୋନାଲି ବେନ୍ଦ୍ରେଙ୍କ ଫୋଟ ଲାଗିଥିଲା । ଏହି ପ୍ରେମ ଏକ ତରଫା ପ୍ରେମ ଥିଲା । କିନ୍ତୁ ସୋଏବ ସୋନାଲିଙ୍କୁ ପ୍ରେମ ନିବେଦନ କରିବା ପାଇଁ ମନ ବଳାଇଥିଲେ । କଥା ଏଠାରେ ଶେଷ ହୋଇନଥିଲା, ସେ କହି ବୁଲିଥିଲେ ଯଦି ସୋନାଲି ତାଙ୍କର ପ୍ରେମ ନିବେଦନ ଖାରଜ କରିଦିଅନ୍ତି; ତେବେ ସେ ସୋନାଲିଙ୍କୁ ଅପହରଣ କରି ପାକିସ୍ଥାନ ନେଇ ଯାଇଥାନ୍ତେ । ଏହି କଥା ସେ ଏକ ମଜାଳିୟା ଢଙ୍ଗରେ କହିଥିଲେ ।

ଅନ୍ୟ ପକ୍ଷରେ ଯେତେବେଳେ ସୋନାଲିଙ୍କୁ ସୋଏବଙ୍କ ପାଗଲାମୀ ବିଷୟରେ ପଚରା ଯାଇଥିଲା, ସୋନାଲୀ କହିଥିଲେ ମୁଁ କ୍ରିକେଟର ପ୍ରଶଂସକ ନୁହେଁ, ତେଣୁ ସୋଏବ ଅଖତାର ନାମକ କେଉଁ ପାକିସ୍ଥାନୀ କ୍ରିକେଟରଙ୍କୁ ମୁଁ ଜାଣି ନାହିଁ । ଯଦି ସେ ମୋର ପ୍ରଶଂସକ ଅଟନ୍ତି; ତେବେ ତାଙ୍କୁ ବହୁତ କୃତଜ୍ଞତା ଜଣାଉଛି । ସୋଏବ ଏବଂ ସୋନାଲିଙ୍କ ପ୍ରେମ କାହାଣୀ ମିଡ଼ିଆ ପାଇଁ ଚର୍ଚ୍ଚାର ବିଷୟ ଥିଲା । ଯେତେବେଳେ ମଧ୍ୟ ଭାରତ ପାକିସ୍ଥାନ ମ୍ୟାଚ ହେଉଥିଲା, ମିଡ଼ିଆ ସୋନାଲିଙ୍କ ପାଖରେ ପହଞ୍ଚି ଯାଉଥିଲା ଏବଂ ସୋଏବଙ୍କ ବିଷୟରେ ତାଙ୍କର ରାୟ ପଚାରୁଥିଲା । ସୋନାଲିଙ୍କୁ ଏହି ବିଷୟ ମଜଳିଆ ଲାଗୁଥିଲା । ଆମେ ପ୍ରଥମରୁ ଆପଣଙ୍କୁ ଜଣାଇଥିଲୁ ଯେ, ସୋଏବଙ୍କ ଏହା ଏକ ତରଫା ପ୍ରେମ ଥିଲା । ସୋନାଲିଙ୍କ ଏଥିରେ କୌଣସି ରୁଚି ନଥିଲା ।

କହିବା ପାଇଁ ଚାହୁଁଛୁ ଏହା ପ୍ରଥମଥର ନୁହେଁ କୌଣସି ପାକିସ୍ଥାନୀ କ୍ରିକେଟରଙ୍କୁ କୌଣସି ଭାରତୀୟ ମହିଳାଙ୍କ ସହ ପ୍ରେମ ହୋଇଥିଲା । ସୋଏବ ମଲ୍ଲିକଙ୍କୁ ଭାରତୀୟ ଟେନିସ ଖେଳାଳୀ ସାନିୟା ମିର୍ଜାଙ୍କ ସହ ପ୍ରେମ ହୋଇଥିଲା । ଏହି ଦୁଇ ଜଣ ବିବାହ ମଧ୍ୟ କରିଥିଲେ । ଏହା ବ୍ୟତୀତ ବଲିଉଡ ଅଭିନେତ୍ରୀ ରୀନା ରାଏ ପାକିସ୍ଥାନୀ କ୍ରିକେଟର ମୋହସିନ ଖାନଙ୍କ ସହ ବିବାହ କରିଥିଲେ । ସେମାନଙ୍କର ଏକ ଝିଅ ମଧ୍ୟ ହୋଇଥିଲା । କିନ୍ତୁ କୌଣସି କାରଣରୁ ଦୁହିଁଙ୍କ ଛାଡ଼ପତ୍ର ହୋଇ ଯାଇଥିଲା ଏବଂ ରୀନା ନିଜ ଝିଅଙ୍କ ସହ ଭାରତ ଫେରି ଆସିଥିଲେ । ପ୍ରେମ ଏହିପରି ଏକ ସମ୍ପର୍କ ଯାହା କୌଣସି ସୀମା ମାନି ନଥାଏ । ପ୍ରେମ କେତେବେଳେ କାହା ସହ ହୋଇ ଯାଇଥାଏ କେହି ବିଶ୍ୱାସ କରିପାରନ୍ତି ନାହିଁ ।

ଅନୁଛେଦଟି ଭଲ ଲାଗିଲେ ନିଜର ବନ୍ଧୁଙ୍କ ମଧ୍ୟରେ ଶେୟାର କରନ୍ତୁ । ଶେୟାର କରିବା ପୂର୍ବରୁ ନିଜର ମତାମତ Comment Boxରେ ପ୍ରଦାନ କରନ୍ତୁ । ଧନ୍ୟବାଦ !