ପିତା ସହିଦ ହୋଇଯିବା ପରେ, ପୁଅ ଗାଇଲା ଏପରି ଗୀତ, ଶୁଣିଲେ ନିଜ ଲୁହକୁ ରୋକି ପାରିବେ ନାହିଁ ! ଦେଖନ୍ତୁ video

Spread the love

୧୪ ଫେବୃଆରୀ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୪୨ ଯବାନ ସହିଦ ହୋଇଥିଲେ । ଏନେଇ ସମଗ୍ର ଭାରତର ଜନତା ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସଂଗେ ସଂଗେ ପାକିସ୍ଥାନ ସମସ୍ତ ଭାରତୀୟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଭାରତବାସୀ ସେହି ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ କହୁଛନ୍ତି । ଏହି ଘଟଣା ହେବା ପରେ ସହିଦ ହୋଇଥିବା ଯବାନଙ୍କ ଘରର ସଦସ୍ୟ ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି । ସହିଦ ପରିବାରଙ୍କୁ ବିଭିନ୍ନ ଆଡୁ ସମବେଦନା ସହ ଅନୁକମ୍ପାମୂଳକ ରାଶି ମଧ୍ୟ ପ୍ରଦାନ କରାଯାଉଛି ।

ପୁଲବାମା ଜିଲ୍ଲାରେ ଗୁରୁବାର ଦିନ ଜୈସ-ଏ-ମହମ୍ମଦର ଏକ ଭୟଙ୍କର ଆକ୍ରମଣରେ ସିଆରପିଏଫର 46 ଜଣ ଯବାନ ସହିଦ ହୋଇଗଲେ ଓ ଅନେକ ବହୁତ ଗମ୍ଭୀର ପରିସ୍ଥିତିରେ ଅଛନ୍ତି । ଜୈସ ର ମୁଖିଆ ଆତଙ୍କି ମସୁଦ ଅଜହର ଏହି ଆକ୍ରମଣରେ ମୁଖ୍ୟ ଭୂମିକା ନେଇଥିଲା । ଆକ୍ରମଣ ଜାମୁ କାଶ୍ମୀରରେ ରାଷ୍ଟ୍ରୀୟ ରାଜମାର୍ଗରେ ପୁଲୱାମାର ଅବନ୍ତିପୁରାରେ ହୋଇଥିଲା । ଯବାନମାନଙ୍କର ଗାଡି ହାଇୱେ ରେ ଯାଉଥିଲାବେଳେ ସେହି ସମୟରେ ଆକ୍ରମଣ ହୋଇଥିଲା ଓ ପୁଣି ଗାଡିରେ ନିଆଁ ଲାଗିଗଲା । ବ୍ଳାଷ୍ଟ ପରେ ଆତଙ୍କି ମାନେ ଯବାନମାନଙ୍କର ବସ ଉପରେ ଫାୟରିଙ୍ଗ ମଧ୍ୟ କରିଥିଲେ ।

ଆତଙ୍କି ଆକ୍ରମଣରେ ସହିଦ ହୋଇଥିବା ସବୁ ଯବାନମାନଙ୍କର ଏ ପର୍ଯ୍ୟନ୍ତ ଚିହ୍ନଟ ଜାରି ଅଛି । ସିଆରପିଏଫ ସେହି ସହିଦ ଜବାନମାନଙ୍କର ନାମର ସୂଚୀ ଜାରି କରିଛନ୍ତି ଯାହାର ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ସାରିଛି । ଏହି ଆକ୍ରମଣରେ ଦେଶର ଆଲଗା ଅଲଗା ରାଜ୍ୟରୁ ଯବାନ ସହିଦ ହୋଇଛନ୍ତି, ଏଥିମଧ୍ୟରୁ 12 ଜଣ ଉତ୍ତରପ୍ରଦେଶର ଅଟନ୍ତି । କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ର 2500 ରୁ ଅଧିକ କର୍ମୀ 78ଟି ଗାଡିରେ ଏକତ୍ର ଯାଉଥିଲେ । ଏଥି ମଧ୍ୟରୁ ଅଧିକାଂଶ ନିଜ ଛୁଟି କାଟିବା ପରେ ନିଜ ଡିଉଟି କୁ ଫେରୁଥିଲେ ।

ସୋସିଆଲ ମିଡିଆରେ ପ୍ରତିଶୋଧ ନେବା ପାଇଁ ଆବେଦନ

ଆତଙ୍କି ଆକ୍ରମଣର ନିନ୍ଦା କରି ସୋସିଆଲ ମିଡିଆରେ ସହିଦ ଜବାନଙ୍କୁ ଲୋକ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହା ସହିତ ସେ ଭାରତ ସରକାରଙ୍କୁ ଏହାର ପ୍ରତିଶୋଧ ନେବା ପାଇଁ ଆବେଦନ କରିଛନ୍ତି । କୁହାଯାଉଛି କି ଏମିତି ନୃଶଂସତା ଦେଖାଇ ଥିବା ଆତଙ୍କବାଦୀଙ୍କୁ ଭାରତ ଭୟଙ୍କର ଜବାବ ଦେବ ।

ଏଥି ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଛୋଟ ପିଲାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗିଛି । ଭିଡିଓ ରେ ପିଲାଟି ଭିଡ ମଧ୍ୟରେ ‘ବାବା ମେରେ ପ୍ୟାରେ ବାବା” ଗୀତ ଗାଉଛି । ଏହି ଭିଡିଓ ସହିତ କୁହାଯାଉଛି କି ଏହି ପିଲାଟି ଜଣେ ଭାରତୀୟ ସୈନିକଙ୍କର ପୁଅ ଅଟେ, ଯାହାର ଜୀବନ ଆତଙ୍କିଙ୍କ ସହିତ ଲଢିବା ସମୟରେ ଯାଇଥିଲା । ଏହା ବି କୁହାଯାଉଛି କି ପତିଙ୍କର ମୃତ୍ୟୁର ଖବର ପାଇ ପିଲାଟିର ମା’ଙ୍କର ବି ମୃତ୍ୟୁ ହୋଇ ଯାଇଥିଲା ।