ବ୍ରଣ ବା ପିମ୍ପଲସ୍ କାରଣରୁ ଯଦି ବ୍ୟସ୍ତ ଅଛନ୍ତି; ତାହେଲେ ଆପଣନ୍ତୁ ଏହି ଜବରଦସ୍ତ ଘରୋଇ ଉପଚାର ।

Spread the love

ବ୍ରଣ ସମସ୍ୟାର ସମାଧାନ ପାଇଁ ଆପଣ ଜାଇଫଳରେ ଗାଈର କ୍ଷୀର ମିଶାଇ ବ୍ରଣରେ ଲେପ ଲଗାଇବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ ।

ଚେହେରା ଆପଣଙ୍କ ଦର୍ପଣ ଅଟେ ଓ ଏହା ପ୍ରତ୍ୟେକ ବ୍ୟକ୍ତଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଚେହେରାରୁ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ହୋଇଥାଏ ଓ ଯଦି ଏହି ଚେହେରାରେ ବ୍ରଣ ହୋଇଯାଏ; ତେବେ ଏହା ନା କେବଳ ଆପଣଙ୍କ ସୁନ୍ଦରତାକୁ କମ କରିଦିଏ ବରଂ ଆପଣଙ୍କ ଆତ୍ମବିଶ୍ଵାସକୁ ମଧ୍ୟ କମ କରିଥାଏ । କେବଳ ଏତିକି ନୁହେଁ ବରଂ ଆପଣଙ୍କୁ ଏହା ମଧ୍ୟ ଜାଣିବା ଉଚିତ ଯେ, ବ୍ରଣର ଅଲଗା ଅଲଗା ସ୍ଥାନରେ ରହିବା କେତେକ ରୋଗର ମଧ୍ୟ ସୂଚନା ଦିଏ । ଯେପରିକି ହରମୋନର ଅସନ୍ତୁଳ ଫଳରେ ଆପଣଙ୍କ ଓଠ ଉପରେ କିମ୍ବା ତଳେ କିମ୍ବା କାଖରେ ବ୍ରଣ ହେବା…. ଆଦି । ସେହି ଲୋକଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଯାଏ, ଯାହାଙ୍କ ତ୍ୱଚା ତେଲିଆ ଅଟେ । ତେଲିଆ ତ୍ୱଚା ଥିବାରୁ ଧୂଳି, ମାଟି କଣିକାଗୁଡ଼ିକ ଚେହେରାରେ ଲାଗିଯିବାର ସମ୍ଭାବନା ବହୁତ ବଢ଼ି ଯାଇଥାଏ ଏବଂ ପରିଣାମ ଏହା ହୁଏ ଯେ, ଚେହେରାରେ ମଇଳା ଜମା ହେବା ସହ ବ୍ରଣର ସମସ୍ୟା ମଧ୍ୟ ବଢ଼ି ଯାଇଥାଏ । ଯଦି ଆପଣଙ୍କୁ ଏପରି ସମସ୍ୟା ବ୍ୟସ୍ତ କରିଥାନ୍ତି; ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ ଗୁଣକାରୀ ଘରୋଇ ଉପଚାର ଆଣିଛୁ; ଯାହା ବ୍ରଣକୁ ସମ୍ପୂର୍ଣ୍ଣ ରୂପେ ହଟାଇବାରେ ଆପଣଙ୍କର ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା, ସେହି ଉପାୟ ଗୁଡ଼ିକ ବିଷୟରେ ।

ବ୍ରଣରୁ ମୁକ୍ତି ପାଇଁ ଗୁଣକାରୀ ଘରୋଇ ଉପଚାର :

୧) ବ୍ରଣର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରଥମେ ଗୋଟିଏ ଛୋଟ ପାତ୍ରରେ ଦୁଇ ଚାମୁଚ ଟମାଟୋ ରସ ନିଅନ୍ତୁ ଓ ପରେ ଏଥିରେ ଗୋଟିଏ ଚାମୁଚ ମହୁ ବା ଅଧ ଚାମୁଚ ବେକିଙ୍ଗ ସୋଡା ମିଶାଇ ଏହାର ଏକ ପେଷ୍ଟ ତିଆରି କରନ୍ତୁ ଓ ଚେହେରାରେ ଯେଉଁ ଯେଉଁ ଜାଗାରେ ବ୍ରଣ ହୋଇଛି ସେଠାରେ ଲଗାଇ ଦିଅନ୍ତୁ । ଏହା ପରେ ୧୦ ମିନିଟ ରଖିବା ପରେ ଥଣ୍ଡା ପାଣିରେ ଚେହେରାକୁ ମାଲିସ କରନ୍ତୁ ଓ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।

୨) ଏହା ଛଡ଼ା ଆପଣ ବ୍ରଣରୁ ମୁକ୍ତି ପାଇବା ପାଇଁ ଜାମୁକୋଳିର ମଞ୍ଜିକୁ ପାଣିରେ ଘଷି ନିଜ ଚେହେରାରେ ଲଗାଇବା ଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ଆରାମ ମିଳିବ ।

୩) ଆପଣଙ୍କୁ ଏହା ମଧ୍ୟ ଜଣାଇ ଦେଉଛୁ ଯେ, ଟି ଟ୍ରି ଅଏଲରେ ଆଣ୍ଟି ବେକ୍ଟିରୀୟଲ ଓ ଏଣ୍ଟି-ଫଙ୍ଗଲ ଗୁଣ ଥାଏ; ଯାହା କମ ସମୟ ମଧ୍ୟରେ ବ୍ରଣର ଗୁଣକାରୀ ଚିକିତ୍ସା କରିଥାଏ, ସାଥିରେ ଅନ୍ୟ ଉପାୟ ତୁଳନାରେ ତ୍ୱଚାକୁ ବହୁତ ସୁସ୍ଥ ମଧ୍ୟ କରିଥାଏ ।

୪) ସେମିତି ତ କଦଳୀ କିମ୍ୱା କାକୁଡ଼ି ଖାଇବା ବହୁତ ଗୁଣକାରୀ ଅଟେ କିନ୍ତୁ ଏହା ଛଡ଼ା ମଧ୍ୟ ଅନ୍ୟ ଉପାୟରେ ମଧ୍ୟ ଏହା ବହୁତ ଲାଭଦାୟକ ଅଟେ । ଜଣାଇ ଦେଉଛୁ ଯେ, ପାଚିଲା କଦଳୀ ଖାଇବାରେ ଭଲ ଲାଗେ ନାହିଁ କିନ୍ତୁ ଆପଣ ଏହାକୁ ମୋସଚରାଇଜିଙ୍ଗ ବା ଆଦ୍ରତା ଫେସ ପେକ ତିଆରି କରି ପାରିବେ । ଏହା ତ୍ୱଚାର ମୃତ କୋଷିକାଗୁଡିକୁ ଅର୍ଥ ବ୍ରଣ ଗୁଡ଼ିକୁ ହଟାଇବାରେ ସାହାଯ୍ୟ କରିଥାଏ ଓ ନରମତା ପ୍ରଦାନ କରିଥାଏ । କାକୁଡ଼ିର ବ୍ୟବହାର ଦ୍ୱାରା ତ୍ୱଚା ସୁସ୍ଥ ଏବଂ ଭଲ ରହେ ।

୫) ଏହା ଛଡ଼ା ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ବ୍ରଣରୁ ମୁକ୍ତି ପାଇବା ପାଇଁ ଆପଣ ତୁଳସୀ କିମ୍ବା ପୋଦିନା ପତ୍ରକୁ ସମାନ ମାତ୍ରାରେ ନେଇ ଏହାକୁ ଗୁଣ୍ଡ କରନ୍ତୁ ଏବଂ ଏଥିରେ ଟିକିଏ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇବା ଦ୍ୱାରା ମଧ୍ୟ ଆପଣଙ୍କୁ ବ୍ରଣରୁ ମୁକ୍ତି ମିଳିପାରିବ ।

୬) ଆପଣଙ୍କୁ ଜଣାଇ ରଖୁଛୁ ଯେ, ବ୍ରଣ ସମସ୍ୟାର ସମାଧାନ ପାଇବା ପାଇଁ ଆପଣ ଜାଇଫଳରେ ଗାଈର କ୍ଷୀର ମିଶାଇ ବ୍ରଣରେ ଲଗାଇବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ ।

୭) ଏହା ଛଡ଼ା ଆଲୋଚନା କରିବା ସବୁଠାରୁ ସହଜ ଏବଂ ଘରୋଇ ଉପଚାର ବିଷୟରେ ଯାହା ହେଉଛି ହଳଦୀ, ବେସନର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ଯଦିଓ, ଏହା ସବୁଠାରୁ ସାମାନ୍ୟ ଉପାୟ ଅଟେ କିନ୍ତୁ ସବୁଠାରୁ ଅଧିକ ବ୍ୟବହାର କରାଯାଇଥିବା ଏବଂ ଗୁଣକାରୀ ଉପାୟ ମଧ୍ୟରୁ ଗୋଟିଏ ଅଟେ ଯାହା ସାହାଯ୍ୟରେ ମଧ୍ୟ ବ୍ରଣ ଦୂର ହୋଇଥାଏ ।