ପିଲାମାନଙ୍କ ମସ୍ତିଷ୍କକୁ ଚଞ୍ଚଳ କରିବା ପାଇଁ ଆପଣାନ୍ତୁ ଏହି ଉପଚାର

Spread the love

ପରୀକ୍ଷା ସମୟରେ ପିଲାମାନେ ବହୁତ ବେଶୀ ଚିନ୍ତିତ ହୋଇଯାନ୍ତି ଓ ମସ୍ତିଷ୍କ ଉପରେ ବହୁତ ଚାପ ପଡିବା ଦ୍ୱାରା ପିଲାମାନେ ବହୁତ ଚିନ୍ତା ଗ୍ରସ୍ତ ହୋଇଯାନ୍ତି । ଏହା ଦ୍ୱାରା ଶରୀରିକ ଅସୁସ୍ଥତା ମଧ୍ୟ ହୋଇଥାନ୍ତି । ଆଜି ଆମେ ଏମିତି କିଛି ଡ୍ରିଙ୍କସ୍ ବିଷୟରେ କହିବୁ ଯାହା ଆପଣ ଆପଣଙ୍କ ପିଲା ବା ଶିଶୁକୁ ପିଅନ୍ତୁ, ଯାହା ଦ୍ୱାରା ଆପଣଙ୍କ ଶିଶୁ ଚିନ୍ତାରୁ ମୁକ୍ତ ହୋଇ ପାରିବେ ଏବଂ ସେମାନଙ୍କ ମସ୍ତିଷ୍କକୁ ଖୁବ ପ୍ରଖର ଓ ଚଞ୍ଚଳ ମଧ୍ୟ ରହିବ । ଏତଦବ୍ୟତୀତ ପାଠ ପଢ଼ାରେ ମଧ୍ୟରେ କୌଣସି ଅସୁବିଧା ହେବ ନାହିଁ ।

1.ପଢିବା ପିଲାମାନଙ୍କୁ କଫି ଜାଗାରେ ଗୁଡ଼ର ଚା ବନାଇ ଦିୟନ୍ତୁ । ଗୁଡ଼ର ଚା ସେବନ କରିବା ଦ୍ୱାରା ନିଦ ଆସିନଥାଏ । ଗୁଡ଼ର ଚା ସେବନ କରିବା ଦ୍ୱାରା ମସ୍ତିଷ୍କ ସ୍ତ୍ରୀର ରହିଥାଏ । କ୍ଲାନ୍ତ ଅନୁଭବ ହୋଇନଥାଏ। ଓ ପାଚକ ପ୍ରକ୍ରିୟା ମଧ୍ୟ ମଜବୁତ ହୋଇଥାଏ ।

2.ମସ୍ତିଷ୍କକୁ ଚଞ୍ଚଳ କରିବା ପାଇଁ ବାଦାମ ଏକ ରାମବାଣ ଉପାୟ ଅଟେ । ବାଦାମ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢ଼ିଥାଏ । ଏହାକୁ କ୍ଷୀରରେ ମିଶାଇ ସେବନ କରନ୍ତୁ । ଏଥିରେ ପ୍ରୋଟିନ ଠିକ୍ ମାତ୍ରାରେ ରହିଥାଏ । କ୍ଷୀରରେ ଥିବା ଗ୍ଲୁଟାଥିୟନ ନାମକ ଏଣ୍ଟିଅକ୍ସିଡେଣ୍ଟ ମଧ୍ୟ ମସ୍ତିଷ୍କକୁ ଚଞ୍ଚଳ କରିଥାଏ ।

3.ବ୍ଲୁବେରୀ ଓ ସ୍ଟ୍ରୋବେରୀ ସେକ୍ ପିଇବା ଦ୍ୱାରା ମସ୍ତିଷ୍କରେ ଥିବା ସେଲ କ୍ଷତି ହୋଇ ନଥାଏ ଓ ଏଥିରେ ଥିବା ଭିଟାମିନ ସି ସ୍ମୃତି ଶକ୍ତିକୁ ବଢ଼ାଇଥାଏ ।

4. ଚକଲେଟ ହୃଦୟ ସହିତ ମସ୍ତିଷ୍କର ମଧ୍ୟ ରକ୍ତ ସଞ୍ଚାଳନ ଭଲ ଭାବରେ କରିଥାଏ । ଏହାକୁ ସେବନ କରିବା ଦ୍ୱାରା ମସ୍ତିଷ୍କର ସ୍ମୃତି ଶକ୍ତି ଓ ଏକାଗ୍ରତା ବଢ଼ିଥାଏ ।

5.ଗାଜର ଜୁସ୍ ରେ ଭିଟାମିନ ଏ , ଭିଟାମିନ ସି ଓ ବିଟା କେରଟିନ ଏନ୍ଟିଅକ୍ସିଡେଣ୍ଟ ଫଲେଟ ଓ ପୋଲିଫର୍ଣ୍ଣାଲସ୍ ପିଲାମାନଙ୍କ ମସ୍ତିଷ୍କ ପାଇଁ କ୍ରିୟାଶୀଳ ଓ ଚଞ୍ଚଳ ବନାଇଥାଏ । ଯାହା ଦ୍ୱାରା ପିଲାମାନଙ୍କୁ ପଢିବାରେ ଚିନ୍ତା ହୋଇନଥାଏ ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । !!ଜୟ ଜଗନ୍ନାଥ!!