ସରକାରଙ୍କ ଏହି ସୁବିଧାକୁ ହାତ ଛଡା କରନ୍ତୁ ନାହିଁ : ଗାଁରେ ଖୋଲନ୍ତୁ ପେଟ୍ରୋଲ ପମ୍ପ

Spread the love

ସାଧାରଣତଃ କହିବାକୁ ଗଲେ ପେଟ୍ରୋଲ ପମ୍ପରେ ଲାଭ ଅଧିକ ହୋଇଥାଏ ! ଯଦି ଆପଣ ଠିକ ସ୍ଥାନରେ ପେଟ୍ରୋଲ ପମ୍ପଟି (Petrol Pump Dealership) ଖୋଲିବେ ତେବେ ବହୁତ ଭଲ ଲାଭ ମଧ୍ୟ ହୋଇପାରିବ ! ଦେଶ ଅନେକ ଲୋକ ଅଛନ୍ତି ଯେଉମାନେକି ପେଟ୍ରୋଲ ପମ୍ପ ଖୋଲିବା ପାଇଁ (Dealership) ନେବାକୁ ଚାହାଁନ୍ତି ! ଆପଣମାନଙ୍କ ମଧ୍ୟରୁ କେହି ଯଦି ପେଟ୍ରୋଲ ପମ୍ପ Dealership ନେବା ପାଇଁ ସ୍ୱପ୍ନ  ଦେଖିଛନ୍ତି, ତେବେ ସେହି ଲୋକମାନଙ୍କ ପାଇଁ ଖୁସି ଖବର ! ସରକାର ବର୍ତ୍ତମାନ ଗ୍ରାମାଞ୍ଚଳଏବଂ ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ସୁବିଧା ଦେଇଛନ୍ତି !

ସୂଚନା ମୁତାବକ ଭାରତୀୟ ପେଟ୍ରୋଲିୟମ କରପ୍-ରେସନ ଲିମିଟେଡ଼ ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ନିୟମିତ ଗ୍ରାମୀଣ ରିଟେଲ ଆଉଟଲେଟ ଡ଼ିଲରସିପ୍ ନିଯୁକ୍ତି କରିବା ପାଇଁ ପ୍ରସ୍ତାବ ମାଗିଛନ୍ତି ! ଆର (RO) ଡ଼ିଲରସିପ୍ ନିମନ୍ତେ 24 ଡିସେମ୍ବର 2018 ସୁଦ୍ଧା onlineରେ ଆବେଦନ କରିପାରିବେ !

କେଉଁମାନେ ଖୋଲିପାରିବେ ପେଟ୍ରୋଲ ପମ୍ପ : ପେଟ୍ରୋଲ ପମ୍ପର ମାଲିକ ହେବ ନିମନ୍ତେ କଣ ସବୁ ଯୋଗ୍ୟତା ରହିବ ଦରକାର ଆସନ୍ତୁ ଜାଣିବା ! ପ୍ରଥମତଃ ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବେ ! ଆପଣଙ୍କ ବୟସ 21 ବର୍ଷ ରୁ 60 ବର୍ଷ ହୋଇଥିବା ଜରୁରୀ ! ଏବଂ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଅତିକମରେ 10ମ ପାସ୍ ହୋଇଥିବା ଜରୁରୀ ଅଟେ !

ନିଜସ୍ୱ ଜାଗା ବା ଜମି ଥିବା ଜରୁରୀ : ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆପଣଙ୍କ ପାଖରେ ନିଜସ୍ୱ ଜମି ଥିବା ଜରୁରୀ ! ଯଦି ନିଜସ୍ୱ ଜମି ନାହିଁ ତେବେ ବନ୍ଧକ ଆକାରରେ କାହାର ଜମି ନେଇପାରିବେ ଏବଂ ଜମି ମାଲିକ ଠାରୁ NOC (No Objection Certificate) ଆଣିବା ଅନିର୍ବାର୍ଯ୍ୟ ଅଟେ !

କିମ୍ବା ଆପଣ ଆପଣଙ୍କ ପରିବାରର କେଉଁ ସଦସ୍ୟଙ୍କ ଜମି ବା ଜାଗା ଦେଖାଇ ପେଟ୍ରୋଲ ପାଇଁ ଆବେଦନ କରିପାରିବେ ! ଏଥିପାଇଁ ମଧ୍ୟ ଆପଣଙ୍କୁ NOC ଏବଂ Court affidavit କରିବାକୁ ପଡିବ ! ଏତତ୍-ବ୍ୟତିତ ଉକ୍ତ ଜମି ବା ଜାଗର ସମସ୍ତ ଦସ୍ତାବିଜ ଓ ନକ୍ସା ମଧ୍ୟ ଆବଶ୍ୟକ ହୋଇଥାଏ !

ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଯେଉଁ ଖର୍ଚ୍ଚ ହେବ ତାହା ଆପଣ ରଖିଥିବା ଜମି ଓ ପେଟ୍ରୋଲିୟମ କମ୍ପାନୀ ଉପରେ ନିର୍ଭର କରେ ! ଦେଶରେ ଦୁଇ ପ୍ରକାର ପେଟ୍ରୋଲ ପମ୍ପ ରହିଛି, ଯେପରି ଗ୍ରାମୀଣ ପେଟ୍ରୋଲ ପମ୍ପ ଏବଂ ସହରୀ ପେଟ୍ରୋଲ ପମ୍ପ ! ତେଣୁ ଏଥିମଧ୍ୟରୁ ଯେଉଁଟି ବି ଖୋଲିବେ, ଆପଣଙ୍କ ଖର୍ଚ୍ଚ ଉକ୍ତ ସ୍ଥାନ ବି ନିର୍ଭର କରିଥାଏ !

ଜମି ଖର୍ଚ୍ଚ ବ୍ୟତୀତ ଗାଁ ରେ ପେଟ୍ରୋଲ ପମ୍ପ ଖୋଲିଲେ 15 ରୁ 20 ଲକ୍ଷ ଏବଂ ସହରରେ ପେଟ୍ରୋଲ ପମ୍ପ ଖୋଲିଲେ 30 ରୁ 35 ଲକ୍ଷ ତାଙ୍କ ଖର୍ଚ୍ଚ ହୋଇପାରେ !

ନିର୍ଵାଚନ ପୂର୍ବରୁ ଦେଶରେ 65000 ନୂଆ ପେଟ୍ରୋଲ ପମ୍ପ ଖୋଲିବ : 2019 ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଦେଶ ରେ 65000 ନୂଆ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ଘୋଷଣା କରିଛନ୍ତି !

ଇଣ୍ଡିଆନ ଅଏଲ କରପ୍-ରେସନ ଲିମିଟେଡ଼ (IOC), ଭାରତୀୟ ପେଟ୍ରୋଲିୟମ କରପ୍-ରେସନ ଲିମିଟେଡ଼ (BPCL), ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଲିମିଟେଡ଼ (HPCL) ପୁରା ଭାରତ ବର୍ଷରେ 55,649ଟି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ବିଜ୍ଞାପନ ମଧ୍ୟ ଜାରି କରିଛନ୍ତି !