ପେଟ୍ରୋଲରୁ ମିଳିବ ମୁକ୍ତି ଲଞ୍ଚ ହେବାକୁ ଯାଉଛି 5ଟି ଇଲେକ୍ଟୋନିକ କାର, ଦାମ ମଧ୍ୟ ବହୁତ କାମ୍

Spread the love

ଏହି ବର୍ଷ 2019ରେ ଯାନବାହାନ କ୍ଷେତ୍ରରେ ପରିବର୍ତ୍ତନ ହେବାର ବହୁତ ସମ୍ଭାବନା ଅଛି । ଦିନକୁ ଦିନ ବଢୁ ଥିବା ପ୍ରଦୂଷଣର ସ୍ତର ଆଉ ଲୋକଙ୍କ ମଧ୍ୟରେ ଇଲେକ୍ଟ୍ରିନିକ ଯାନବାହାନ ପ୍ରତି ପାଗଳାମିକୁ ଦେଖି ସରକାର ବି ନୂଆ ସ୍କିମ ନେଇ ଆସୁଛନ୍ତି । ଯେଉଁଥିରେ ଏକ ଖାସ୍ ସ୍କିମରେ ସରକାର ପ୍ରତି ସୋସାଇଟିରେ ଇଲେକ୍ଟ୍ରିନିକ ଚାର୍ଜଙ୍ଗ ଷ୍ଟେସନ ଲଗେଇବା ଜରୁରୀ କରି ଦେଇଛନ୍ତି । ଏହି କଥାରୁ ଅନୁମାନ ଲଗେଇ ପାରିବେ ଯେ ଏବେ ଇଲେକ୍ଟ୍ରିନିକ ଗାଡିର ଭିତ୍ତି ସଂରଚନାକୁ କେତେ ଗମ୍ଭୀରତାର ସହିତ ପ୍ରସ୍ତୁତି କରାଯାଉଛି । ଏବେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଚଳିତ ବର୍ଷ ସେହି ଇଲେକ୍ଟ୍ରିନିକ ଗାଡି ବିଷୟରେ ଯେଉଁଗୁଡିକ ବଜାରକୁ ଆସିବା ପାଇଁ ଉତ୍ସକତାର ସହିତ ଅପେକ୍ଷାରତ ।

ଜାପାନର ଯାନବାହାନ ନିର୍ମାଣ କମ୍ପାନୀ ନିଶାନ ଇଲେକ୍ଟ୍ରିନିକ ବିକଲ ସେଗମେଣ୍ଟରେ ବହୁତ ଦୂତ ଗତିରେ ବଢୁଅଛି । ଗ୍ଲୋବାଲ ମାର୍କେଟରେ ସବୁଠାରୁ ବେଶୀ ବିକ୍ରି ହେଉ ଥିବା କାର Leaf କ୍ଲିନ ମୋବିଲେଟି ପାଇଁ ପ୍ରସିଦ୍ଧ ଅଛି । ନିଶାନ ଏହି କାରକୁ ବହୁତ ଜଳଦି ଭାରତରେ ଲଞ୍ଚ କରିବାକୁ ଯାଉଛି । ଯାହାର ଅପେକ୍ଷା ଚଳିତ ବର୍ଷ ମଧ୍ୟ ଭାଗରେ ଶେଷ ହୋଇ ଯାଇପାରେ । ନିଶାନ ଲିଫରେ ପ୍ରଥମେ ଭରଷା କରାଯାଉଥିଲା ଯେ, କମ୍ପାନୀ ଏଥିରେ 40kwhର ବେଟେରୀ ଦେଇ ପାରେ କିନ୍ତୁ ଏଥିରେ 62kwhର ବ୍ୟାଟେରୀ ଦିଆଯାଇଛି । କାର ଥରେ ଚାର୍ଜ ହୋଇ 364km ଯାଏଁ ଚାଲିପାରିବ । ଏହା ଛଡା କାରରେ କୁଇକ ଚାର୍ଜଙ୍ଗ ସିଷ୍ଟମ ମଧ୍ୟ ରହିଅଛି । ଯେଉଁଥିରେ ବ୍ୟାଟେରୀ କେବଳ 40 ମିନିଟରେ 80% ପର୍ଯ୍ୟନ୍ତ ଚାର୍ଜ କରାଯାଇ ପାରିବ । ଏହି କାରର ମୂଲ୍ୟ ପାଖାପାଖି 25 ରୁ 30 ଲକ୍ଷ ଟଙ୍କା ହେବ ।

ଫ୍ରାନ୍ସର କାର ନିର୍ମାତା କମ୍ପାନୀ ରେନୋ ମଧ୍ୟ ନିଜର ଏଣ୍ଟ୍ରି ସେଗମେଣ୍ଟର ପପୁଳାର କାର ରେନୋ କୁଇଡ଼ର ଇଲେକ୍ଟ୍ରିନିକ ସର୍ଶନ (Electric version of Renault) ଲଞ୍ଚ କରିପାରେ । ୟୁରୋପରେ ରେନୋ କମ୍ପାନୀ ଟପ ଇଲେକ୍ଟ୍ରିନିକ କାର ସେଲର କମ୍ପାନୀମାନଙ୍କ ମଧ୍ୟରୁ ଗୋଟେ ଅଟେ । ରେନୋ ଏହି କାରକୁ ଭାରତରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ନିଜର SUV ଲୁକ ପାଇଁ ରେନୋ କ୍ୟୁଇଡ଼ ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ମଧ୍ୟରୁ ଅନ୍ୟତମ ଅଟେ । କମ୍ ମୂଲ୍ୟ ଯୋଗୁଁ ଏହି କାର ଏହି ସେଗମେଣ୍ଟରେ ଗ୍ରାହକ ମାନଙ୍କୁ ତା ଆଡ଼କୁ ଆକର୍ଷିତ କରିବାରେ ଲାଗିଛି । ରେନୋ ଇଲେକ୍ଟ୍ରିନିକ କାର ଫୁଲ ସିଙ୍ଗଲ ଚାର୍ଜରେ 250km ଚାଲିବ । ଏହା ସହିତ ଏହି କାରରେ ଡବଲ ଚାରଜିଙ୍ଗ ଫିଚର ରହିଛି । ଯାହାଫଳରେ ଏହା ଡୋମେଷ୍ଟିକ ଓ ପବ୍ଲିକ ଚାର୍ଜଙ୍ଗ ଇନଫାଷ୍ଟ୍ରେକ୍ଚର ଦୁଇଟି ଜାଗାରେ ଚାର୍ଜଙ୍ଗ ହୋଇପାରିବ ।

ଟାଟା ମୋଟର୍ସ ନିଜର କମ୍ପେକ୍ଟ ସେଡାନ କାର Tigorର ଇଲେକ୍ଟ୍ରିନିକ ରୂପରେ ବଜାରକୁ ଆଣୁଅଛି । ଏହି ବର୍ଷ ମଧ୍ୟ ଭାଗରେ ଏହି ଗାଡି ଭାରତୀୟ ସଡକ ଉପରେ ଦେଖିବାକୁ ମିଳିପାରିବ । କହିବାକୁ ଗଲେ ଭାରତ ବଜାରରେ ଏହା ସବୁ ଠାରୁ ଶସ୍ତା ଇଲେକ୍ଟ୍ରିନିକ କାର ହୋଇପାରେ । ଯାହାର ମୂଲ୍ୟ 6 ଲକ୍ଷ ଟଙ୍କା ପାଖାପାଖି । ଖବର ଅନୁସାରେ ଏହି କାର ସିଙ୍ଗଲ ଚାର୍ଜିଙ୍ଗରେ ପାଖାପାଖି 130 km ଯାଏଁ ଯାତ୍ରା କରିପାରିବ । ଏହାଛଡା ଏଥିରେ 30 kwର ଇଲେକ୍ଟ୍ରିନିକ ମୋଟର ଦିଆଯିବାର ଆଶା ଅଛି ।

ମାରୁତି ସୁଜୁକି ଭାରତରେ ନିଜର ସବୁଠାରୁ ଲୋକପ୍ରିୟ କାର ବେଗନ-ଆର କୁ 23 ଜାନୁଆରୀରେ ଲଞ୍ଚ କରିବାକୁ ଯାଇଅଛି । ଏହା ସହିତ କମ୍ପାନୀ ଏହାର ଇଲେକ୍ଟ୍ରିନିକ ଭର୍ଶନ ମଧ୍ୟ ଲଞ୍ଚ କରିବ ବୋଲି ଘୋଷଣା କରିଅଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଇଲେକ୍ଟ୍ରିନିକ ବେଗନ-ଆର ପାଖା ପାଖି 50 ୟୁନିଟ ଟେଷ୍ଟଟିଙ୍ଗ ଜାରି ଅଛି । ଏବେ ଏହି କାରକୁ ନେଇ ବିଶେଷ କିଛି ଜାଣିବାକୁ ମିଳି ନାହିଁ । କିନ୍ତୁ ବିଶ୍ୱାସ କରାଯାଉଛି ଯେ ଏହା ଜାପାନରେ ବିକ୍ରି ହେଉଥିବା କାର ସହିତ ପାଖା ପାଖି ମିଶି ଯାଉଛି ।

ମହେନ୍ଦ୍ରା KUV100 ଏକ କମ୍ପେକ୍ଟ ହେଚବେକ ଇଲେକ୍ଟ୍ରିନିକ କାର ହେବ । ଏବେ ନିକଟରେ କମ୍ପାନୀ ଏହାର ଘୋଷଣା କରିଛି ଯେ KUV100ର ଇଲେକ୍ଟ୍ରିନିକ ଭର୍ଶନ ମଡେଲ ଭାରତରେ ଅତି ଶୀଘ୍ର ଲଞ୍ଚ କରାଯିବ ।କାର ସିଙ୍ଗଲ ଚାର୍ଜରେ 140km ଯାତ୍ରା କରିପାରିବ । ଏହା ଛଡା ଏହାର ବ୍ୟାଟେରୀ କେବଳ 1 ଘଣ୍ଟାରେ 80% ଯାଏଁ ଚାର୍ଜ କରା ଯାଇ ପାରିବ ।