ମୋଦି ସରକାର କରିଲେ ଘୋଷଣା : ପେଟ୍ରୋଲ ଦର ୫୫ ଓ ଡିଜେଲ ଦର ୫୦ ଟଙ୍କା ହେବ

Spread the love

ଦେଶରେ ଜନସଂଖ୍ୟା ଯେଉଁ ଭଳି ଭାବରେ ବଢ଼ିବାରେ ଲାଗିଛି ସେହି ଅନୁସାରେ ପ୍ରେଟ୍ରୋଲ ଡିଜେଲ ଦର ମଧ୍ୟ ବଢ଼ିବାରେ ଲାଗିଛି । ଏହି ପେଟ୍ରୋଲ ଡିଜେଲ ଦର ଦିନ ଦିନ ବୃଦ୍ଧି ହେବା ଫଳରେ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ପଡିଥାଏ । କିଛି ଦିନ ତଳେ ଆପଣ ଜାଣିଥିବେ ପେଟ୍ରୋଲ ଦର ଲିଟର ପ୍ରତି ପାଖାପାଖି 90 ଟଙ୍କା ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ମୋଦି ସରକାର ଘୋଷଣା କରିବାକୁ ଯାଉଛନ୍ତି, ଆଗାମୀ ଦିନରେ ପେଟ୍ରୋଲ ଦର ଲିଟର ପ୍ରତି ୫୫ ଓ ଡିଜେଲ ଦର ଲିଟର ପ୍ରତି ୫୦ ଟଙ୍କା ହେବ ।

କେନ୍ଦ୍ରୀୟ ସଡକ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡକାରୀ ଘୋଷଣା କରିଛନ୍ତି ଯେ, ଦେଶରେ ପାଞ୍ଚଟି ଏଥେନାଲ ପ୍ଲାଣ୍ଟ ଖୋଲା ଯିବା । ଏହି ଏଥେନାଲ ପ୍ଲାଣ୍ଟରେ ଏଥେନାଲ ଅପଚୟ ପ୍ରସ୍ତୁତି କରାଯିବ ଏବଂ ଏହି ଅପଚୟକୁ ପେଟ୍ରୋଲରେ ମିଶ୍ରଣ କରାଯିବ । ଯାହା ଦ୍ୱାରା ପେଟ୍ରୋଲ ଡିଜେଲର ଦର ହ୍ରାସ ପାଇବା । ଯାହାଫଳରେ ଦେଶରେ ପେଟ୍ରୋଲ ଦର ଲିଟର ପ୍ରତି ୫୫ ଓ ଡିଜେଲ ଦର ଲିଟର ପ୍ରତି ୫୦ ଟଙ୍କା ମିଳି ପାରିବ ।

ଅକ୍ଟୋବର ମାସରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ସର୍ବାଧିକ ୮୪ ଟଙ୍କା ଥିଲା ବେଳେ ଡିଜେଲ ଦର ୭୪.୪୫ ଟଙ୍କା ଥିଲା ।

ବିଶେଷଜ୍ଞଙ୍କ କହିବା କଥା ଯେ, ପେଟ୍ରୋଲ ଓ ଡିଜେଲରେ ଲଗାତାର ଦର ହ୍ରାସ ଫଳରେ ଅନ୍ତରାଷ୍ଟ୍ରୀୟ ବଜାରରେ ଶୁଦ୍ଧ ତେଲର ମୂଲ୍ୟରେ ବହୁତ ହ୍ରାସ ଘଟିଛି । କିନ୍ତୁ ଭାରତରେ ପେଟ୍ରୋଲ ଡିଜେଲ ଦର କମିବାର ଗୋଟିଏ କାରଣ, ତାହା ହେଉଛି ୨୦୧୯ରେ ହେବାକୁ ଥିବା ନିର୍ବାଚନ । ଏନେଇ ବାବା ରାମଦେବ ମଧ୍ୟ ଗୋଟିଏ ସାକ୍ଷାତକାରରେ କହିଛନ୍ତି, ଯଦି ମୋଦି ସରକାର ପେଟ୍ରୋଲ ଡିଜେଲରେ ଅଙ୍କୁଶ ଲଗାଇ ପାରିବ ନାହିଁ, ତେବେ ୨୦୧୯ ଲୋକ ସଭା ନିର୍ବାଚନରେ ସରକାର ଗଠନ କରିବା କଷ୍ଟ ସାଧ୍ୟ ହୋଇପାରେ ।