ଟଙ୍କା ଭର୍ତି କରିଲେ ବାହାରୁଛି ପେଟ୍ରୋଲ !!

Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀ ପଲାରେ ହୋଇଥିବା Automatic ପେଟ୍ରୋଲ ମେସିନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା

ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌ । ବଣ ଜଙ୍ଗଲ ଘେରା ବ୍ରାହ୍ମଣୀପାଳରେ ରହୁଥିବା ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ ନିଜ ବୁଦ୍ଧିରେ ତିଆରି କରିଛନ୍ତି ସ୍ବୟଂଚାଳିତ ମିନି ପେଟ୍ରୋଲ ପମ୍ପର ମଡେଲ । ଯେଉଁଥିରେ ଟଙ୍କା ପୂରାଇଲେ ବାହାରୁଛି ପଟ୍ରୋଲ । ଜିତେନ୍ଦ୍ରଙ୍କ ଏହି ମିନି ପେଟ୍ରୋଲ ପମ୍ପ ମଡେଲକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର୍‌ ଧରିଛି ।

ATM ରେ ଯେଉଁଭଳି କାର୍ଡ ଭର୍ତି କରି ପିନ୍ ନମ୍ବର ମାରିଲେ ଟଙ୍କା ବାହାରେ ସେହିଭଳି ଏହାକୁ ପେଟ୍ରୋଲ ATM କୁହାଯାଉଥିବା, ମେସିନରେ ଟଙ୍କା ଭର୍ତି କରିଲେ ପେଟ୍ରୋଲ ବାହାରିଥାଏ ।

ପେଟ୍ରୋଲ କିଭଳି ଆସିଥାଏ –

୫୦ ଓ ୧୦୦ ଟଙ୍କିଆ ନୋଟ, ଏହି ସ୍ୱୟଂଚାଳିତ ATM ମେସିନରେ ଭର୍ତି କରି ପାଇପ୍ ପାଖରେ ଡ଼ବା ରଖିଲେ ବାହାରି ଆସୁଛି ସେହି ପରିମାଣର ପେଟ୍ରୋଲ । କିନ୍ତୁ ଏହି ସମୟରେ କେବଳ ୧୦୦ ଟଙ୍କାରେ ହିଁ ATM ରେ କାମ ଦେଉଛି ।

ଚର୍ଚ୍ଚାରେ କେନ୍ଦୁଝରର ପେଟ୍ରୋଲ ATM ମେସିନ –

ଆଖପାଖ ଅଞ୍ଚଳରେ ପେଟ୍ରୋଲ ପୁମ୍ପ ନଥିଲା ଯେଉଁ କାରଣରୁ ଏହି ଅଞ୍ଚଳର ଲୋକମାନେ ବହୁତ ଅଡୁବିଧାର ସମ୍ମୁଖୀନ ହେଉଥିଲେ । ପେଟ୍ରୋଲ ପକେଇବାପାଇଁ ସେମାନଙ୍କୁ ୨୦ କି.ମି ଦୂରକୁ ଯିବାକୁ ପଡୁଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏମିତି ଏକ ମେସିନ ଉତ୍ତଭାବନ କରିବାକୁ ଆଗେଇ ଆସିଲେ ଜିତେନ୍ଦ୍ର ମୁନ୍ମୁ ।

ଯେଉଁଥିରେ ଟଙ୍କା ଭର୍ତି କରିଲେ ATM ରୁ ଟଙ୍କା ବାହାରିଲା ଭଳି ପେଟ୍ରୋଲ ବାହାରି ପାରୁଛି । ଏଥିପାଇଁ ତାଙ୍କୁ ଲାଗିଥିଲା ୬ ମାସ । କେବଳ ଦଶମ ଶ୍ରେଣୀ ପାସ କରିଥିବା ଜିତେନ୍ଦ୍ର ନିଜର ପରିଶ୍ରମ ଏବଂ ସାଧୁନା ବଳରେ ଏଭଳି ଏକ କାର୍ଯ୍ୟ କରି ଦେଖାଇ ଛନ୍ତି । ଯାହା କେବଳ ଲୋକଙ୍କର ସୁବିଧା ହେବନି ବରଂ ସେହି ଅଞ୍ଚଳ ର ଲୋକଙ୍କୁ ମଧ୍ୟ ବହୁତ ସୁବିଧା ହେବ ।