ମିଛ କହିବାରେ ସବୁଠାରୁ ଆଗରେ ରହିଥାନ୍ତି ଏହି ରାଶିର ବ୍ୟକ୍ତିମାନେ । ଏଥିରେ ଆପଣଙ୍କ ବନ୍ଧୁ, ସମ୍ପର୍କୀୟଙ୍କ ରାଶି ନାହିଁ ତ ? ଦେଖିନିଅନ୍ତୁ !

Spread the love

ଆପଣ ଏହି ଦୁନିଆରେ କେତେଗୁଡ଼ିଏ ଏପରି ଲୋକ ଦେଖିଥିବେ, ଯେଉଁମାନେ କି ମିଛ କହି ମଧ୍ୟ ସମସ୍ତଙ୍କ ମଧ୍ୟରେ ପ୍ରିୟର ପାତ୍ର ସାଜିଥାନ୍ତି କିନ୍ତୁ ବହୁତ ସେମାଙ୍କ ମଧୁର କଥାରେ ଫସି ଯାଇଥାନ୍ତି ଏବଂ ତାଙ୍କ ମିଥ୍ୟା ବଚନକୁ ଜାଣିପାରନ୍ତି ନାହିଁ । ଏହା କାରଣ ବଶତଃ କେବେ କେବେ ଲୋକ ଏପରି ମିଥ୍ୟାବାଦୀଙ୍କ ଜାଲରେ ଛନ୍ଦି ହୋଇଯାନ୍ତି ଏବଂ ନିଜର ସବୁକିଛି ହରେଇ ବସନ୍ତି । ତେବେ ପ୍ରଥମ ଥରରେ ବ୍ୟକ୍ତି, ଏପରି ମିଥ୍ୟାବାଦୀ ଲୋକଙ୍କୁ ଚିହ୍ନି ପାରିବ କିପରି ଯେ ସେ ଜଣେ ମିଥ୍ୟାବାଦୀ ଅଟେ । ତେବେ ଏହା ପାଇଁ ଆପଣ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇ ପାରିବେ ।

ହଁ ଆଜ୍ଞା, ଜ୍ୟୋତିଷ ଶାସ୍ତ୍ରରେ କେତେକ ଏପରି କଥା କୁହାଯାଇଛି, ଯାହା ଦ୍ୱାରା କି ବ୍ୟକ୍ତି ବିଷୟରେ ଅନେକ କିଛି ଜାଣିହେବ । ଆଜି ଆମେ ଆପଣଙ୍କୁ କିଛି ଏପରି ରାଶିର ବ୍ୟକ୍ତିମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବୁ; ଯେଉଁମାନେ କି ମିଥ୍ୟା କହିବାରେ ବହୁତ ଚତୁର ଅଟନ୍ତି । ତାଙ୍କର ମିଥ୍ୟା କହିବା ଅଭ୍ୟାସ କାରଣରୁ କେତେ ଥର ବ୍ୟକ୍ତିଙ୍କୁ ବହୁତ ବଡ଼ କ୍ଷତି ମଧ୍ୟ ହୋଇଥାଏ । ତେବେ ଆପଣଙ୍କୁ ଯଦି ଏପରି କ୍ଷତି ହେବା ପୂର୍ବରୁ ଆପଣ ଏହି ରାଶି ଗୁଡ଼ିକ ବିଷୟରେ ନିଶ୍ଚିତ ଭାବରେ ଜାଣି ନିଅନ୍ତି ।

ମିଥୁନ ରାଶି :

ସବୁଠାରୁ ପ୍ରଥମେ ଏହି ସୂଚୀରେ ମିଥୁନ ରାଶିର ଲୋକଙ୍କ ନାମ ଆସେ । ଏହି ରାଶିର ବ୍ୟକ୍ତିମାନେ ମିଛ କହିବାରେ ମାହୀର ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିମାନଙ୍କ ମନରେ ପ୍ରତିଟି ଜିନିଷ ପ୍ରତି ଭିନ୍ନ ଭିନ୍ନ ଭାବନା ରହିଥାଏ, ଯାହାକି ଅନ୍ୟ ଲୋକଙ୍କ ପାଇଁ ମିଥ୍ୟା ହୋଇଥାଏ । ଏହା କାରଣ ଅଟେ ଯେ ସେମାନଙ୍କୁ ଏହି କଥାଟି ସତ୍ୟ ଲାଗିଥାଏ ଏବଂ ସେମାନେ ବାରମ୍ବାର ଏପରି କରିବାକୁ ଲାଗିଥାନ୍ତି ।

କୁମ୍ଭ ରାଶି :

ଏବେ କଥା ଆସେ କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ, ଯିଏକି ବହୁତ ଅଧିକ ସ୍ୱାର୍ଥପର ସ୍ୱଭାବର ହୋଇଥାନ୍ତି । ଏତିକି ନୁହେଁ, ସେ ନିଜର କାର୍ଯ୍ୟ ହାସଲ କରିବା ପାଇଁ ମିଥ୍ୟାର ସାହାରା ନେଇଥାନ୍ତି । ଆହୁରି ମଧ୍ୟ କାମ ଶେଷ ହେବା ପରେ ସେ ସେଠାରୁ ତୁରନ୍ତ ଚାଲି ଯାଆନ୍ତି । ଏମାନଙ୍କ ପାଇଁ ସଂଘର୍ଷରେ ସବୁକିଛି ବୈଧ ହୋଇଥାଏ । ଏପରି ବ୍ୟକ୍ତି ମିଥ୍ୟା କହିବା ପୂର୍ବରୁ ତିଳେ ମାତ୍ର ଭୟ କରନ୍ତି ନାହିଁ ।

କର୍କଟ ରାଶି :

ବର୍ତ୍ତମାନ କଥା ହେବା କର୍କଟ ରାଶିର ଲୋକଙ୍କ ବିଷୟରେ, ଯେଉଁମାନେ ସର୍ବଦା ନିଜର କଥାକୁ ବୁଲେଇ ବଙ୍କେଇ କହିଥାନ୍ତି । ଯେଉଁଥି କାରଣରୁ କେବେ ମଧ୍ୟ ଏମାନେ ସମ୍ପୂର୍ଣ୍ଣ ସତ୍ୟ ମଧ୍ୟ କହି ନ ଥାନ୍ତି । ଏମାନେ କୌଣସି ବିଷୟର ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ କହି ନ ଥାନ୍ତି । କିନ୍ତୁ ଏହା ସତ୍ୟ ଅଟେ ଯେ, ଏମାନେ ସର୍ବଦା ମିଥ୍ୟା ମଧ୍ୟ କହି ନ ଥାନ୍ତି ।

ମେଷ ରାଶି :

ଏହି ସୂଚୀରେ ମେଷ ରାଶିର ବ୍ୟକ୍ତିଙ୍କ ନାମ ମଧ୍ୟ ଆସିଥାଏ । ଯେଉଁମାନେ କି ମିଛ କହିବାରୁ ବଞ୍ଚିତ ହୋଇନଥାନ୍ତି । ଏତିକି ନୁହେଁ ଏହି ରାଶିର ବ୍ୟକ୍ତିଙ୍କୁ କେବେ କେବେ ସତ୍ୟର ମଧ୍ୟ ସାମନା କରିବାକୁ ସାହସ ରହିଥାଏ । କେବେ ଯଦି ସେ ମିଛ କହିଥାନ୍ତି ତେବେ, ଅନ୍ୟଙ୍କୁ ବଞ୍ଚାଇବା ପାଇଁ ବା ତାଙ୍କର ଭଲ ପାଇଁ ମିଥ୍ୟା କହିଥାନ୍ତି । ଯଦିଓ, ମିଛ କହିଥାନ୍ତି ତଥାପି ଠିକ ଭାବରେ ମିଛ କହି ପାରନ୍ତି ନାହିଁ ।