କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କୁ ଆଜୀବନ ଭୋଗିବାକୁ ପଡିପାରେ ଏହି ସମସ୍ତ ରୋଗ !

Spread the love

ଭାରତ ସମେତ ସମଗ୍ର ଦୁନିଆର ବହୁତ ଦେଶ କରୋନା ଭାଇରସ(Corona Virus)ର ପ୍ରକୋପରେ ସମ୍ପୁର୍ଣ୍ଣ ଭାବେ ଗ୍ରସିତ ହୋଇରହିଛି । ଭାରତରେ ବର୍ତ୍ତମାନ କରୋନା ମାମଲା ୪ ଲକ୍ଷ ୫୬ ହଜାର ପାର କରିସାରିଲାଣି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ରୋଗୀ ମାନଙ୍କ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଭାରତର ଆରୋଗ୍ୟହାର ୫୬.୩୮% ହୋଇଯାଇଛି । ଏଥି ମଧ୍ୟରେ ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ, କରୋନାରୁ ଆରୋଗ୍ୟଲାଭ ହେଉଥିବା ପ୍ରତ୍ୟେକ ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ସ୍ୱାସ୍ଥ୍ୟ ସହିତ ଜଡିତ ଗମ୍ଭୀର ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିପାରେ । ଏଥିରେ ଲମ୍ବା ସମୟ ପାଇଁ ତାଙ୍କ ଫୁସଫୁସର ସଂକ୍ରମଣ(Lungs Damage)ରହିପାରେ ।

google

ବ୍ରିଟେନର ଇଂରାଜୀ ଖବରକାଗଜ ଟେଲିଗ୍ରାଫରେ ଇଂଲଣ୍ଡର ପ୍ରମୁଖ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପରିବେଷଣର ସାହାଯ୍ୟରେ ଏହି ଅଧ୍ୟୟନ ପ୍ରକାଶିତ କରାଯାଇଛି ।ଅଧ୍ୟୟନରେ କୁହାଯାଇଛି ଯେ, କରୋନା ଭାଇରସ(Corona Virus)ରୁ ଥରେ ସୁସ୍ଥ ହୋଇଯାଇଥିବା ୩୦ ପ୍ରତିଶତ ରୋଗୀଙ୍କ ଜୀଵନ ସାରା ଫୁସଫୁସ ଜନିତ ରୋଗର(Lungs Damage)ସମସ୍ୟା ରହିପାରେ । ସେମାନଙ୍କୁ ସବୁବେଳେ କାମ କରିବା ସମୟରେ ଥକ୍କାପଣ ଏବଂ ମାନସିକ ସମସ୍ୟା ମଧ୍ୟ ହୋଇପାରେ । ଆଇସିୟୁ (ICU)ରେ ରହୁଥିବା ଯେଉଁରୋଗୀ ଠିକ ହୋଇଛନ୍ତି, ସେମାନଙ୍କ ସହିତ ମଧ୍ୟ ଆହୁରି ଅଧିକ ଶାରୀରିକ ସମସ୍ୟା ହୋଇପାରେ ।

ମସ୍ତିଷ୍କ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ

google

ଅଧ୍ୟୟନ ଅନୁସାରେ, ଯେଉଁ ରୋଗୀ ମାନଙ୍କ ମଧ୍ୟରେ କରୋନାର ଗମ୍ଭୀର ଲକ୍ଷଣ ଦେଖାଯାଇଥିଲା, ଠିକ ହେବା ପରେ ମଧ୍ୟ ସେମାନଙ୍କ ଶାରୀରିକ ସମସ୍ୟା ସହିତ ମସ୍ତିଷ୍କ ଜନିତ ସମସ୍ୟା ମଧ୍ୟ ହୋଇପାରେ । ଏମିତିରେ ରୋଗୀର ଆଗକୁ ଆଲଜାଇମର ପରି ବିପଦ ମଧ୍ୟ ବଢିଯାଇଥାଏ ।

ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପରିବେଷଣର ମୁଖ୍ୟ ହିଲେରୀ ପ୍ଲାୟଡ଼ କହିଛନ୍ତି ଯେ, “କରୋନାରୁ ଆରୋଗ୍ୟଲାଭ କରିସାରିଥିବା ବ୍ୟକ୍ତି ମାନେ ଆଗକୁ ହେବାକୁ ଥିବା ଶାରୀରିକ ସମସ୍ୟା ବିଷୟରେ ବହୁତ କମ୍ ତଥ୍ୟ ଜାଣିଛନ୍ତି । ଏମିତି ଜଣା ପଡ଼ିଛି ଯେ, ବହୁତ ରୋଗୀଙ୍କ ରିପୋର୍ଟ ନକାରାତ୍ମକ ଆସିବା ପରେ ମଧ୍ୟ ଭାଇରସର ପ୍ରଭାବ ରହିଥାଏ” ।

ଫୁସଫୁସ ଉପରେ ଅଧିକ ଆକ୍ରମଣ କରିଥାଏ କରୋନା ଭାଇରସ

google

ସୁବିଜ୍ଞଙ୍କ ଅନୁସାରେ, କରୋନା ଭାଇରସ ବୃକକ ଏବଂ ଫୁସଫୁସ ଉପରକୁ ଆକ୍ରମଣ କରିଥାଏ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହାର ପ୍ରଭାବ ଫୁସଫୁସ ଉପରେ ଦେଖା ଯାଇଛି । ଏହା ଫୁସଫୁସରେ ଫୁଲା ପ୍ରସ୍ତୁତ କରିଥାଏ ଯାହାକୁ ନିମୋନିଆ କୁହାଯାଇଥାଏ । କରୋନା ଭାଇରସ ଅନ୍ତନଳୀ(ଖାଦ୍ୟନଳୀର ନିମ୍ନଭାଗ) ଏବଂ ବୃକକରେ ମଧ୍ୟ ଯାଇପାରେ । ଫୁସଫୁସ ଏହି ଭାଇରସର ପ୍ରବେଶ ଦ୍ୱାର ଅଟେ, ଏଥିପାଇଁ ସବୁଠାରୁ ଅଧିକ ଏହା ହିଁ କ୍ଷତିଗ୍ରସ୍ତ ହୋଇଥାଏ । ଏହାର କାରଣରୁ ରୋଗୀଙ୍କୁ ଅଧିକ ଅମ୍ଳଜାନ ଏବଂ ଭେଣ୍ଟିଲେଟରର ଆଵଶ୍ୟକତା ପଡିଥାଏ ।

ଦୁନିଆରେ କରୋନାର କେତୋଟି କେସ ?

google

ୱାର୍ଲଡ଼ମିଟର ମୁତାବିକ, ଦୁନିଆରେ କରୋନା ଭାଇରସ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୯୨ଲକ୍ଷ ୫୫ହଜାର ୭୩୦ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪୯ଲକ୍ଷ ୮୬ହଜାର ୫୧୬ଜଣ ଲୋକ ସୁସ୍ଥ ହୋଇସାରିଲେଣି । ୪ଲକ୍ଷ ୭୫ହଜାର ୯୦୯ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି ।