ଶାସ୍ତ୍ର ଅନୁସାରେ ଏହି ୫ଟି ଭୁଲ କରୁଥିବା ବ୍ୟକ୍ତି ଜୀବନରେ କଦାପି ଖୁସିରେ ରହି ପାରନ୍ତି ନାହିଁ ।

Spread the love

ଶାସ୍ତ୍ର ଅନୁସାରେ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତି ଜୀବନରେ ବର୍ବାଦ ହୋଇଯାଆନ୍ତି । ଜାଣନ୍ତୁ ଏହି ଭୁଲ୍ ଗୁଡିକ ବିଷୟରେ ।

ଯଦି କୌଣସି ବ୍ୟକ୍ତି ଭୁଲ ରାସ୍ତାରେ ଚାଲିଯାଇ ବାରମ୍ବାର ଭୁଲ କରି ବସେ, ତେବେ ସେହି ବ୍ୟକ୍ତିର ଜୀବନ ବର୍ବାଦ ହୋଇ ଯାଇଥାଏ । ଶାସ୍ତ୍ରରେ ଏପରି ୫ଟି ଭୁଲ୍ ବିଷୟରେ କୁହାଯାଇଛି; ଯାହାକୁ କଦାପି କରିବା ଉଚିତ୍ ନୁହେଁ । ଆପଣ ମଧ୍ୟ ଏହି ୫ଟି ଭୁଲ୍ ନିଜ ଜୀବନରେ କରନ୍ତୁ ନାହିଁ ।

ଏହି ୫ଟି ଭୁଲ୍ ଯାହା ଆପଣଙ୍କ ଜୀବନକୁ ବର୍ବାଦ କରି ଦେଇଥାଏ :

ଝଗଡା କରିବା :

ବ୍ୟକ୍ତିର ସମ୍ପର୍କ ସର୍ବଦା ନିଜର ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କ ସହ ଭଲ ରହିବା ଉଚିତ୍ । କଦାପି ବ୍ୟକ୍ତିକୁ ନିଜର ପଡ଼ୋଶୀଙ୍କ ସହ ଝଗଡା କରିବା ଉଚିତ୍ ନୁହେଁ । ଯଦି ଆପଣ ପ୍ରତିଦିନ ନିଜର ପଡ଼ୋଶୀ କିମ୍ବା ନିଜ ସମ୍ପର୍କୀୟଙ୍କ ସହ ଝଗଡା କରୁଛନ୍ତି; ତେବେ ସେମାନେ ଆପଣଙ୍କ ଠାରୁ ଦୁରେଇଯିବେ । ବାରମ୍ବାର ଝଗଡା କରିବା ଦ୍ୱାରା ଆପଣଙ୍କ ଜୀବନରେ ଶାନ୍ତି ରହିବ ନାହିଁ । ଭଲ ବ୍ୟବହାର ନକରିବା ଦ୍ୱାରା ଏହାର ପ୍ରଭାବ ଆପଣଙ୍କ ପିଲାଙ୍କ ଉପରେ ପଡିବ । ଶାସ୍ତ୍ରରେ ଉଲ୍ଲେଖ ରହିଛି ନିଜ ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ବଜାୟ ରଖିବା ଉଚିତ୍ ।

ଲୋକଙ୍କ ନିନ୍ଦା କରିବା :

ଅନେକ ଲୋକ ଅଛନ୍ତି; ଯେଉଁମାନେ ଅନ୍ୟମାନଙ୍କ କାମକୁ ଦେଖି ନିନ୍ଦା କରିଥାନ୍ତି । ଶାସ୍ତ୍ରରେ ଲେଖା ହୋଇଛି; ଏପରି କରୁଥିବା ବ୍ୟକ୍ତି ଜୀବନରେ ସର୍ବଦା ଏକୁଟିଆ ରହି ଯାଆନ୍ତି । ଏପରି ବ୍ୟକ୍ତିମାନେ ଜୀବନରେ ଆଗକୁ ବଢି ପାରନ୍ତି ନାହିଁ । ଜୀବନରେ କିଛି ମଧ୍ୟ ହାସଲ କରିପାରନ୍ତି ନାହିଁ । କାରଣ ଏହି ବ୍ୟକ୍ତିମାନେ ସର୍ବଦା ଅନ୍ୟର ନିନ୍ଦା କରି ଚାଲିଥାନ୍ତି ।

ନିଜ ଜୀବନର ରହସ୍ୟ ଅନ୍ୟକୁ କହିବା :

କଦାପି ଆପଣ ନିଜର ଜୀବନର ରହସ୍ୟ ଅନ୍ୟକୁ ଜଣାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ ଭବିଷ୍ୟତରେ ଅସୁବିଧା ଭୋଗି ପାରନ୍ତି । ଯେଉଁ ବ୍ୟକ୍ତିମାନେ ନିଜର ଏବଂ ନିଜ ଘରର ରହସ୍ୟ ଅନ୍ୟ ଆଗରେ ପ୍ରକୋଟ କରି ଦିଅନ୍ତି; ସେମାନେ ବିଶ୍ୱାସ ଯୋଗ୍ୟ ନୁହଁନ୍ତି ।

କୌଣସି ଧର୍ମ ବିରୁଦ୍ଧରେ କହିବା :

କୌଣସି ଧର୍ମର ବିରୁଦ୍ଧରେ କହିବା ଠିକ ନୁହେଁ । ଯେତେବେଳେ କୌଣସି ଧର୍ମର ବିରୁଦ୍ଧରେ କିଛି କୁହାଯାଏ କିମ୍ବା କୌଣସି ଦେବାଦେବୀଙ୍କ ବିରୁଦ୍ଧରେ କହିଥାଏ; ତେବେ ଭବିଷ୍ୟତରେ ବ୍ୟକ୍ତିକୁ ଅସୁବିଧା ଭୋଗ କରିବା ପାଇଁ ପଡିଥାଏ ।

ଜିନିଷ ପ୍ରତି ଲାଳସା ରଖିବା :

ଅନ୍ୟ ବ୍ୟକ୍ତିର ଅଧିକାରକୁ ଛଡାଇ, ସେହି ବ୍ୟକ୍ତିର ଜିନିଷ ପ୍ରତି ଲାଳସା ରଖିବା ଉଚିତ୍ ନୁହେଁ । ଯେଉଁ ବ୍ୟକ୍ତିମାନେ ଏପରି କରନ୍ତି; ସେହି ବ୍ୟକ୍ତିମାନେ କଦାପି ଶାନ୍ତିରେ ରହି ପାରନ୍ତି ନାହିଁ । ତେଣୁ ଆପଣ ମଧ୍ୟ ଏପରି କାମରୁ ଦୁରେଇ ରହିଲେ, ଜୀବନରେ ସୁଖ ଶାନ୍ତିରେ ଅତିବାହିତ କରି ପାରିବେ । ଜୀବନରେ ଆପଣଙ୍କୁ ଯାହା ସବୁ ମିଳିଛି ସେହି ଜିନିଷକୁ ନେଇ ଜୀବନ କାଟିଲେ ସୁଖରେ ରହି ପାରିବେ ।