ସମୁଦ୍ରରେ ବୁଡି ଯାଉଥିବା ଲୋକଟିକୁ ସମସ୍ତେ ଦେଖୁଥିଲେ, ନୌସେନାର ଅଧିକାରୀ କରିଲେ ଏହିପରି କମ……

Spread the love

ତିରୁବନନ୍ତପୁରମ୍ : ଦେଶରେ ଭାରତୀୟ ସେନାକୁ ନେଇ ବର୍ତ୍ତମାନ ଜୋରାଜର ଚର୍ଚ୍ଚା ଚାଲିଛି । ଭାରତୀୟ ସେନା ସର୍ଦାସର୍ଵଦା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇରହିଛି । ସମୁଦ୍ର କୂଳରେ ଜଣେ ବୁଡି ମରିଯାଉଥିବା ସମୟରେ, ଦେଶର ଜଣେ ନୌସେନାର ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ସେହି ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି । ବର୍ତ୍ତମାନ ସେହି ଅଧିକାରୀ ଜଣକ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଓ ସମସ୍ତଙ୍କ ପ୍ରଶଂସା ପତ୍ର ପାଲଟିଛନ୍ତି । ସମୁଦ୍ର କୂଳରେ ଥିବା ଅନ୍ୟମାନେ, ଲୋକଟି ବୁଡି ଯିବାର ଦେଖୁଛନ୍ତି କିନ୍ତୁ କେହି ମଧ୍ୟ ସେହି ଯୁବକକୁ ବଞ୍ଚାଇବାର ଉଦ୍ୟମ କରିନାହାନ୍ତି ।

ସମୁଦ୍ରରେ ବୁଡି ଯାଉଥିବା ଲୋକଟିକୁ ସମସ୍ତେ ଦେଖୁଥିଲେ :

ଭାରତୀୟ ନୌସେନା ପୁଣି ବୀରତ୍ବର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରିଛି । କେରଳର ଭାଇପିନ୍‌ ସମୁଦ୍ରରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିକୁ ଉଦ୍ଧାର କରି ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ନୌସେନାର ଜଣେ ଅଧିକାରୀ । ଏହି ଘଟଣାଟି ଶନିବାର ଦିନ ସନ୍ଧ୍ୟାରେ ହୋଇଥିଲା, ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ, କିନ୍ତୁ କେହି ମଧ୍ୟ ସାହାଯ୍ୟ ପାଇଁ ଯାଇନଥିଲେ । କିନ୍ତୁ ଭାରତୀୟ ନୌସେନା ଲେଫ୍ଟନାଣ୍ଟ ରାହୁଲ ଦଲାଲ ନିଜ ଜୀବନକୁ ବାଜି ଲଗାଇ ଯୁବକ ଜଣକୁ ଉଦ୍ଧାର କରିବା ପାଇଁ ସମୁଦ୍ର ମଧ୍ୟକୁ ଡେଇଁ ପଡିଥିଲେ । ଲେଫ୍ଟନାଣ୍ଟ ରାହୁଲ ଦଲାଲ ନେବିଗେଟିଙ୍ଗ୍ ଅଧିକାରୀ ଅଟନ୍ତି । ଏବଂ ଶନିବାର ଦିନ ନିଜ ପତ୍ନୀଙ୍କ ସହ ସମୁଦ୍ର ବେଳାଭୂମିରେ ବୁଲୁଥିଲେ । ସନ୍ଧ୍ୟା ପ୍ରାୟ ୪.୧୦ମିନିଟ ସମୟରେ ସେ ଯେତେବେଳେ ଦେଖିଲେ, ଜଣେ ଯୁବକ ସମୁଦ୍ରରେ ବୁଡିଯାଉଥିଲା ଏବଂ ସେହି ଯୁବକ ଜଣକ ଅନ୍ୟର ସାହାଯ୍ୟ ପାଇଁ ଚିତ୍କାର କରୁଥିଲା, ବେଳାଭୂମିରେ ଅନେକ ଲୋକ ଥିଲେ ମଧ୍ୟ କେହି ସାହାଯ୍ୟ ପାଇଁ ଯାଇନଥିଲେ ।

ସୂଚନା ମୁତବକ ଲେଫ୍ଟନାଣ୍ଟ ରାହୁଲ ଦଲାଲ, ବୁଡି ଯାଉଥିବା ଲୋକଟି ପାଖକୁ ତୁରନ୍ତ ଯାଇ ପହଞ୍ଚିଲେ କିନ୍ତୁ ତାଙ୍କୁ ସମୁଦ୍ର କୂଳକୁ ଆଣିବା ପାଇଁ ପ୍ରାୟ ୨୫ ମିନିଟ ସମୟ ଲାଗିଥିଲା । ବାସ୍ତବରେ ସେହି ଲୋକଟି ଏତେ ଭୟଭୀତ ହୋଇଯାଇଥିଲା । ଲେଫ୍ଟନାଣ୍ଟ ରାହୁଲ ଦଲାଲ ସାହସ ହରାଇ ନଥିଲେ ଏବଂ ଯୁବକଟିକୁ କୂଳକୁ ଆଣିବାରେ ସଫଳ ହୋଇଥିଲେ ।

ପାଣିରେ ବୁଡିଯାଇଥିବା ଯୁବକତି ନିଶ୍ଵାସ ନେଇପାରୁ ନଥିଲା :

ସମୁଦ୍ରରେ ବୁଡିଯାଇଥିବା ଯୁବକଟିକୁ ଯେତେବେଳେ ଲେଫ୍ଟନାଣ୍ଟ ରାହୁଲ ଦଲାଲ କୂଳକୁ ଆଣିଲେ, ଯୁବକ ଜଣକ ନିଶ୍ଵାସ ନେଇପାରୁ ନଥିଲେ । ଅଧିକାରୀ ଜଣକ କହିଛନ୍ତି କି ପୀଡ଼ିତ ତାଙ୍କ କାନ୍ଧକୁ ଧରିଥିଲେ ଓ ସେ ପହଁରି କରି କୂଳକୁ ଆସିଥିଲେ । ପୀଡ଼ିତ ଜଣକ ହେଉଛନ୍ତି ଔରଙ୍ଗାବାଦ୍‌ର ଦୀଲିପ କୁମାର। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ପଠାଯାଇଛି ।