ପ୍ରବଳ ବର୍ଷାରେ ଲୋକମାନେ ବିରକ୍ତ ହୋଇ ବେଙ୍ଗ ଓ ବେଙ୍ଗୁଳିର କରିଲେ ଛାଡପତ୍ର, କିଛି ମାସ ତଳେ ବିବାହ କରାଇଥିଲେ ।

Spread the love

ମଧ୍ୟପ୍ରଦେଶରେ ପ୍ରତିବର୍ଷ ଭଲ ବର୍ଷା ହେବା ପାଇଁ ପୁରା ବିଧିବିଧାନ ଅନୁସାରେ ବେଙ୍ଗ ଓ ବେଙ୍ଗୁଳିର ବାହାଘର କରାଯାଇଥାଏ । ଏହି ପରମ୍ପରାକୁ ପାଳନ କରିବା ପାଇଁ ଏହି ବର୍ଷ ମଧ୍ୟ ବର୍ଷା ଋତୁ ଆଗମନ ପୂର୍ବରୁ ଭଲରେ ବର୍ଷା ହେବା ପାଇଁ ବେଙ୍ଗ ଓ ବେଙ୍ଗୁଳିର ବାହାଘର କରି ଦିଆଗଲା କିନ୍ତୁ ଏହିଥର କାହାଣୀ କିଛି ଭିନ୍ନ ଧରଣର ହୋଇଥିଲା । ମଧ୍ୟପ୍ରଦେଶର ଲୋକମାନେ ଯେତେବେଳେ ଭଲ ବର୍ଷା ହେବା ପାଇଁ ବେଙ୍ଗ ଓ ବେଙ୍ଗୁଳିର ବାହାଘର କରାଇଦେଲେ କିନ୍ତୁ ବର୍ଷା ଅଧିକ ହେଲା । ତେବେ ଲୋକମାନେ ସେମାନଙ୍କର ଛାଡପତ୍ର ମଧ୍ୟ କରାଇ ଦେଇଥିଲେ । କେବଳ ଏତିକି ନୁହେଁ; ଯେଉଁ ବିଧି ବିଧାନ ଅନୁସାରେ ବାହାଘର ହୋଇଥିଲା, ସେମିତି ବିଧିବିଧାନ ଅନୁସାରେ ଛାଡପତ୍ର ମଧ୍ୟ କରାଇ ଦେଇଥିଲେ ।

ଭାରତର ବିଭିନ୍ନ ସ୍ଥାନରେ ଏମିତି କିଛି ପରମ୍ପରା କିମ୍ବା ଅଜଣା ଘଟଣା ଘଟେ, ଯାହା ବିଷୟରେ ଲୋକ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ବେଙ୍ଗ ବେଙ୍ଗୁଳିର ବାହାଘର ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ମାନ୍ୟତା ଅନୁସାରେ, ଯଦି ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ବେଙ୍ଗ ଓ ବେଙ୍ଗୁଲିର ବାହାଘର କରାଇ ଦିଆଯାଏ, ତେବେ ବର୍ଷା ଭଲ ହୋଇଥାଏ । ଏହି କାରଣରୁ ଏହି ବର୍ଷ ମଧ୍ୟ ବାହାଘର କରାଇ ଦିଅଗଲା । କିନ୍ତୁ, ଏହି ଥର ଅଧିକ ବର୍ଷାରେ ମଧ୍ୟପ୍ରଦେଶର ଯେଉଁ ଅବସ୍ଥା ହୋଇଥିଲା, ସେହି କାରଣ ପାଇଁ ଲୋକମାନେ ବେଙ୍ଗ ଏବଂ ବେଙ୍ଗୁଳିର ଛାଡପତ୍ର କରିବା ପାଇଁ ନିଷ୍ପତି ନେଇଥିଲେ ।

ବେଙ୍ଗ ଓ ବେଙ୍ଗୁଲିର ହେଲା ଛାଡପତ୍ର :

କିଛି ମାସ ପୂର୍ବେ ଭଲ ବର୍ଷା ହେବା ପାଇଁ ମଧ୍ୟପ୍ରଦେଶର ଲୋକମାନେ ଧୁମଧାମରେ ବେଙ୍ଗ ଓ ବେଙ୍ଗୁଲିର ବାହାଘର କରାଇଥିଲେ କିନ୍ତୁ ଏହି ବର୍ଷ ବର୍ଷା ଅଣନିଶ୍ୱାସୀ କରିଦେଲା । ଯେଉଁ କାରଣରୁ ସବୁ ଲୋକମାନେ ବେଙ୍ଗ ଓ ବେଙ୍ଗୁଲିର ଛାଡପତ୍ର କରି ଦେଇଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ସେଠାକାର ଲୋକେ ବର୍ଷାରେ ବିରକ୍ତ ହେବା କାରଣରୁ ସେଠାକାର ଲୋକେ ଅନ୍ଧବିଶ୍ୱାସର ସହାରା ନେଉଛନ୍ତି, ଯେଉଁଥି ପାଇଁ ବେଙ୍ଗ ଓ ବେଙ୍ଗୁଲିର ଛାଡପତ୍ର କରି ଦିଆଯାଇଛି । ଏହାପରେ ସେମାନଙ୍କ ବିଶ୍ୱାସ ଅଛି ଯେ, ବର୍ଷାରୁ ତାଙ୍କୁ ମୁକ୍ତି ମିଳିଯିବ ।

ମଧ୍ୟପ୍ରଦେଶର ଲୋକମନେ ପ୍ରତିବର୍ଷ ଏହି ଅନ୍ଧବିଶ୍ୱାସର ସହାରା ନେଉଛନ୍ତି । ଯେଉଥି ପାଇଁ ପ୍ରତିବର୍ଷ ବିଧିବିଧାନ ଅନୁସାରେ ବେଙ୍ଗ ଓ ବେଙ୍ଗୁଲିର ବାହାଘର କରାଉଛନ୍ତି । ଲୋକଙ୍କ ଧାରଣା ରହିଛି ଯେ, ଏହିପରି କଲେ ତାଙ୍କ ରାଜ୍ୟରେ ଭଲ ବର୍ଷା ହେବ ଏବଂ ତାଙ୍କୁ ଶାନ୍ତି ମିଳିବ । କିନ୍ତୁ ଏହିଥର ପ୍ରଥମଥର ପାଇଁ ଛାଡପତ୍ର କରି ଦିଆଯାଇଛି । କାରଣ ମଧ୍ୟପ୍ରଦେଶରେ ଦରକାର ଠାରୁ ଅଧିକ ବର୍ଷା ହୋଇଛି ଆଉ ଅଧିକାଂଶ ଅଂଚଳରେ ବନ୍ୟାର ପରିସ୍ଥିତି ମଧ୍ୟ ଉପୁଜିଛି । କହିବା ପାଇଁ ଗଲେ, ମଧ୍ୟପ୍ରଦେଶର ଲୋକେ ବର୍ଷା ପାଇଁ ଅନ୍ଧବିଶ୍ୱାସର ସାହାରା ନେଉଛନ୍ତି ।

ଏହିଥର ମଧ୍ୟପ୍ରଦେଶରେ ମୁସୁଲଧାରାରେ ବର୍ଷା ହୋଇଛି । ଏହି କାରଣରୁ ଅଧିକାଂଶ ସ୍ଥାନରେ ବନ୍ୟାର ପରିସ୍ଥିତି ଉପୁଜିଛି । ଏହି କାରଣ ପାଇଁ ଲୋକେ ବର୍ଷାରେ ଅଧିକ ବିରକ୍ତ ହୋଇ ଯାଇଛନ୍ତି । ବର୍ଷା ବନ୍ଦ କରିବା ପାଇଁ ଲୋକେ ବେଙ୍ଗ ଓ ବେଙ୍ଗୁଲିର ଛାଡପତ୍ର କରି ତାଙ୍କର ମାଟି ମୂର୍ତ୍ତିକୁ ଅଲଗା ଅଲଗା କରି ପାଣିରେ ବିସର୍ଜନ କରି ଦେଇଛନ୍ତି । ଏହା ପରେ ଲୋକମାନଙ୍କର ବିଶ୍ୱାସ ଅଛି ଯେ, ବର୍ଷା କମିଯିବ କିନ୍ତୁ ଏହା କେବଳ ଅନ୍ଧବିଶ୍ୱାସ ଅଟେ, ଯାହାକୁ ଆଗକୁ ବଢିବା ପାଇଁ ଦେବା ଉଚିତ୍ ନୁହେଁ ।

ସୌଜନ୍ୟ : https://www.newstrend.news