ପାଣି ଭଳି ଟଙ୍କା ଖର୍ଚ୍ଚ କରନ୍ତି ଏହି ରାଶିର ବ୍ୟକ୍ତିମାନେ । ଅପର୍ଯ୍ୟାପ୍ତ ଖର୍ଚ୍ଚ କରିବା ଏମାନଙ୍କର ଅଭ୍ୟାସ ।

Spread the love

ଟଙ୍କା ପଇସା ଖର୍ଚ୍ଚ କରିବା ଯେତେ ସହଜ ହୋଇଥାଏ, ସେତିକି ହିଁ କଷ୍ଟ ହୋଇଥାଏ ଏହାକୁ ରୋଜଗାର କରିବା । ଆପଣ ଯଦି ଚାହିଁବେ ଲକ୍ଷ ଟଙ୍କା କିଛି କ୍ଷଣ ମଧ୍ୟରେ ଖର୍ଚ୍ଚ କରିପାରିବେ କିନ୍ତୁ ଯେତେବେଳେ ଏତିକି ଟଙ୍କା ରୋଜଗାର କରିବାର ସମୟ ଆସେ, ତେବେ ସେତେବେଳେ ଆପଣଙ୍କୁ କିଛି ବର୍ଷ ପରିଶ୍ରମ କରିବାକୁ ପଡ଼େ । କିନ୍ତୁ ଯେତେବେଳେ ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପକେଟରେ ପଇସା ଥାଏ, ସେତେବେଳେ ଏମାନେ ଅନିୟନ୍ତ୍ରିତ ହୋଇଯାଅନ୍ତ ଏବଂ ପଇସାକୁ ଏଣେ ତେଣେ ଖର୍ଚ୍ଚ ମଧ୍ୟ କରି ଦିଅନ୍ତି । ଅର୍ଥ ଖର୍ଚ୍ଚ କରିବା ପଛରେ, ଏମାନଙ୍କର ଚିନ୍ତାଧାରା ଅଲଗା ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିମାନଙ୍କ ବିଷୟରେ କହିବୁ ଯାହାର ଜାତକରେ ପଇସା ପାଣି ଭଳି ଖର୍ଚ୍ଚ କରିବାର ଯୋଗ ଥାଏ । ଏମାନଙ୍କ ଠାରେ ପଇସା ଅଧିକ ଦିନ ପର୍ଯ୍ୟନ୍ତ ରହେ ନାହିଁ । କାରଣ ଏମାନେ ନିଜର ସଉକ ପୂରଣ କରିବା ପାଇଁ ଖର୍ଚ୍ଚ କରି ଦିଅନ୍ତି । ତେବେ ଚାଲନ୍ତୁ ବିଳମ୍ବ ନ କରି ଶୀଘ୍ର ସେହି ରାଶି ଗୁଡିକର ନାମ ଜାଣିବା ।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତିମାନେ ନିଜର ପାଖରେ ଟଙ୍କା ଥିଲେ ଲୋକଙ୍କୁ ଦେଖେଇବା ପାଇଁ ଅଧିକ ଖର୍ଚ୍ଚ କରନ୍ତି । ଏମାନଙ୍କୁ ସଫାସୁତରା ରହିବା ପସନ୍ଦ । ଏମାନେ ନିଜର ସଉକିନିକୁ ନେଇ କୌଣସି ପ୍ରକାର ବୁଝାମଣା କରନ୍ତି ନାହିଁ । ଯଦି ଏମାନଙ୍କ ନିକଟକୁ କୌଣସି କାରଣ ବଶତଃ କିଛି ମାତ୍ରର ଅଧିକ ଅର୍ଥ ଟିକେ ଆସିଯାଏ, ତେବେ ଏମାନେ ସମସ୍ତଙ୍କୁ ଦେଖାଇ ହୁଅନ୍ତି ଏବଂ ନିଜକୁ ମହାନ ପ୍ରଦର୍ଶନ କରନ୍ତି । ଏହି କାରଣ ଯୋଗୁଁ ସେମାନଙ୍କ ନିକଟକୁ ଯେତେ ଶୀଘ୍ର ଟଙ୍କା ଆସେ, ସେତେ ଶୀଘ୍ର ହିଁ ଚାଲିଯାଏ ।

କନ୍ୟା ରାଶି :

ଏହି ରାଶିର ବ୍ୟକ୍ତିମାନଙ୍କର ସଉକ ବହୁତ ବଡ ଧରଣର ହୋଇଥାଏ । ଏମାନଙ୍କ ଅନୁସାରେ ଜୀବନ ଥରେ ମାତ୍ର ମିଳିଥାଏ, ତେଣୁ ଜୀବନରେ ଯେତେ ଖର୍ଚ୍ଚ କରିବା କଥା ସେତିକି ଖର୍ଚ୍ଚ କରି ଉପଭୋଗ କରିବା ଉଚିତ । ଏମାନେ ଭାବନ୍ତି ଯେ, ଏହି ଟଙ୍କା ଆମେ ଗଲା ବେଳେ ଆମ ସହିତ ଉପରକୁ ଧରି କରି ଯିବା ନାହିଁ ଏବଂ ପୁଣି କେତେବେଳେ କଣ ହେବ ଜୀବନର ମଧ୍ୟ କିଛି ଭରସା ନାହିଁ । ତେଣୁ ନିଜର ସମସ୍ତ ଇଚ୍ଛା ସମୟ ପୂର୍ବରୁ ପୂରଣ କରିନେବା ଉଚିତ । ଏହି କାରଣ ଯୋଗୁଁ ଏମାନେ ଅଧିକ ଅର୍ଥ ଖର୍ଚ୍ଚ କରିଥାନ୍ତି ।

ମକର ରାଶି :

ଏହି ରାଶିର ବ୍ୟକ୍ତିମାନେ, ଟଙ୍କା ନିଜ ଅପେକ୍ଷ ଅନ୍ୟ ଉପରେ ଅଧିକ ଖର୍ଚ୍ଚ କରିଥାନ୍ତି । ଏମାନେ ନିଜ ସାଙ୍ଗ ସାଥିରେ ହିଁ ଅଧିକ ଖର୍ଚ୍ଚ କରିଥାନ୍ତି । ଏମାନେ ସମସ୍ତଙ୍କୁ ଖୁସିରେ ଦେଖିବା ପାଇଁ ଚାହାନ୍ତି । ତେଣୁ ଯଦି ଏମାନଙ୍କୁ କିଏ କେବେ କିଛି ମାଗେ; ତେବେ ଏମାନେ ମନା କରିପାରନ୍ତି ନାହିଁ । ଏମିତି ତ ଏମାନଙ୍କ ପାଖରେ ରୋଜଗାର କରିବାର କ୍ଷମତା ମଧ୍ୟ ରହିଛି । ସେଥିପାଇଁ ଏମାନେ ଖର୍ଚ୍ଚ କରିଥିବା ଧନକୁ ପୁଣିଥରେ ଭରଣ କରି ଦିଅନ୍ତି ।

ବିଚ୍ଛା ରାଶି :

ଏହି ରାଶିର ବ୍ୟକ୍ତିମାନେ ସବୁତକ ଟଙ୍କା ନିଜ ଉପରେ ହିଁ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ଖାଇବା, ପିଇବା, ବୁଲିବା ଏବଂ ଶୋପିଙ୍ଗ କରିବାର ବହୁତ ସଉକ ଥାଏ । ଏହି ୩ଟି ପରିସ୍ଥିତିରେ ଏମାନେ କେତେ ଟଙ୍କା ଖର୍ଚ୍ଚ ହେଉଛି; ତାହାର ହିସାବ ଦେଖନ୍ତି ନାହିଁ ଏବଂ ଏମାନେ ହୃଦୟ ଖୋଲିକରି ଖର୍ଚ୍ଚ କରନ୍ତି । ଏହାଛଡା ଏମାନଙ୍କର ଏମିତି କିଛି ଖାସ ସଉକ ଥାଏ, ଯେଉଁଥିରେ କି ଏମାନଙ୍କର ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତିମାନେ ହୃଦୟ ବହୁତ ବଡ଼ ହୋଇଥାନ୍ତି । ଏମାନେ ନିଜ ସହିତ ଅନ୍ୟ ପାଇଁ ମଧ୍ୟ ଖର୍ଚ୍ଚ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ପାର୍ଟି ବା ଭୋଜି କରିବା ଏମାନଙ୍କର ସଉକ ଅଟେ । ତେଣୁ ଏମାନେ ସମସ୍ତ ବନ୍ଧୁଙ୍କ ସହିତ ମିଶି ଟଙ୍କା ଖର୍ଚ୍ଚ କରି ଉପଭୋଗ କରନ୍ତି ।

ଏହି ସବୁ କଥା ୭୫% ଲୋକଙ୍କ ପକ୍ଷରେ ସତ ପ୍ରମାଣିତ ହୋଇଥାଏ, ହୁଏତ ବାକି ୩୦% ଲୋକ ଅଧିକ ଖର୍ଚ୍ଚାନ୍ତ ହୋଇ ନ ପାରନ୍ତି ।