ମୋବାଇଲ ଫୋନ ସଂଯୋଗ କିମ୍ବା ବ୍ୟାଙ୍କ ଖାତା ପାଇଁ ବାଧ୍ୟତାମୂଳକ ଆଧାର ସଂଖ୍ୟା ମାଗିବା ଲୋକଙ୍କୁ ୧୦,୦୦୦ରୁ ଏକ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

Spread the love

ଆଧାର ନିୟମ ସଂଶୋଧନ ବିଲକୁ ମନ୍ତ୍ରୀ ସଭାର ମଞ୍ଜୁରୀ, ବର୍ତ୍ତମାନ ସଂସଦରେ ଦାଖଲ ହେବ ।

• ଆଧାର ସଂଖ୍ୟା ତାଲିକାକୁ ଅପବ୍ୟବହାର କରିବା ଲୋକଙ୍କ ପାଇଁ ମଧ୍ୟ ଜେଲ ଏବଂ ଜୋରିମାନାର ବ୍ୟବସ୍ଥା ।

ମୋବାଇଲ ଫୋନ ସଂଯୋଗ କିମ୍ବା ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାରର ସ୍ଵେଚ୍ଛାପୂର୍ଣ୍ଣ ଉପଯୋଗର ଅନୁମତି ଦେବାପାଇଁ ବୁଧୁବାର ଦିନ ଏକ ସଂଶୋଧନ ବିଲକୁ ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ଦେଇଥିଲେ । ଏହି ସଂଶୋଧନ ପରେ ଅନ୍ୟ କୌଣସି ନିୟମର ବାଧ୍ୟତା ନଥିବା ଯୋଗୁଁ ବ୍ୟକ୍ତିକୁ ନିଜର ପରିଚୟର ପ୍ରମାଣ ପାଇଁ, ଆଧାର ଦେବା ପାଇଁ ବାଧ୍ୟ କରାଯିବ ନାହିଁ ।

ଅଧିକାରୀଙ୍କର ସରକାରୀ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳର ବୈଠକରେ ଆଧାର ତଥା ଅନ୍ୟ ନିୟମ ଗୁଡ଼ିକରେ ସଂଶୋଧନର ବିଲ ୨୦୧୯କୁ ମଞ୍ଜୁରୀ ଦିଆ ଯାଇଥିଲା ।

ଏହି ସଂଶୋଧନ ବିଲକୁ ସଂସଦରେ ୧୭ ଜୁନରୁ ଆରମ୍ଭ ହେବା ପାଇଁ ଥିବା ଅଧିବେଶନରେ ଦାଖଲ କରାଯିବ ।

ଏହି ବିଲ ଆଧାର ନିୟମ ୨୦୧୬ ତଥା ଅନ୍ୟ ନିୟମରେ ସଂଶୋଧନର ରୂପରେ ହେବ ଏବଂ ମାର୍ଚ୍ଚ ୨୦୧୯ରେ ଜାରି ହୋଇଥିବା ଅଧ୍ୟାଦେଶର ସ୍ଥାନ ନେବ । ଏହି ସଂଶୋଧନ ବିଲକୁ ସଂସଦରେ ୧୭ ଜୁନରୁ ଆରମ୍ଭ ହେବା ପାଇଁ ଥିବା ଅଧିବେଶନରେ ଦାଖଲ କରାଯିବ । ସଂଶୋଧନରେ ଆଧାର ନିୟମର ବ୍ୟବସ୍ଥାର ଉଲଂଘନକୁ ନେଇ ବ୍ୟକ୍ତି ଉପରେ ଏକ କୋଟି ପର୍ଯ୍ୟନ୍ତ ଦେୱାନି ଜୋରିମାନା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ନିୟମର ଅନୁପାଳନ ଠିକ ଭାବରେ ନ କରାଯାଏ, ତେବେ ପ୍ରତିଦିନ ୧୦ଲକ୍ଷର ଅତିରିକ୍ତ ଜୋରିମାନା ଲଗାଯିବ । ଆଧାର ପାଇଁ ଅନୁରୋଧ କରୁଥିବା ବ୍ୟକ୍ତି କିମ୍ବା ଭୌତିକ ରୂପରେ ପରୀକ୍ଷା କରିବା ମାମଲାରେ ଆଧାରର ଅନାଧିକୃତ ଉପଯୋଗ ଦଣ୍ଡନୀୟ ଅଟେ । ଏଥିପାଇଁ ୧୦,୦୦୦ ଟଙ୍କା ସହ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ଅଛି । କମ୍ପାନୀର କ୍ଷେତ୍ରରେ ଏହି ଜୋରିମାନା ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଅନାଧିକୃତ ଉପାୟରେ Central Identities Dota Repository ପର୍ଯ୍ୟନ୍ତ ପହଞ୍ଚିବା ସହ ତାଲିକାକୁ ଅପବ୍ୟବହାର କରିଲେ ତିନି ବର୍ଷରୁ ୧୦ ବର୍ଷର ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ଅଧିକାରୀଙ୍କ ସରକାରୀ ସୂଚନା ଅନୁସାରେ, ‘ଏହି ନିର୍ଣ୍ଣୟ ଫଳରେ ୟୁଆଇଡ଼ିଏଆଇ (ଭାରତୀୟ ବିଶିଷ୍ଠ ପ୍ରମାଣ ବ୍ୟବସ୍ଥା) ଲୋକଙ୍କର ହିତ ପାଇଁ ବଳିଷ୍ଠ କରିବା ପ୍ରଣାଳୀକୁ ସକ୍ଷମ ହୋଇପାରିବ ଏବଂ ଏହାଦ୍ୱାରା ଆଧାରର ଦୂରୁପଯୋଗକୁ କମ୍ କରିବାରେ ସାହାଯ୍ୟ କରିବ । ଏହି ସଂଶୋଧନ ପରେ ଯଦି ସଂସଦ ଦ୍ଵାରା pass କୌଣସି ନିୟମର ବାଧ୍ୟତା ନ ହୋଇଥିଲେ କୌଣସି ବ୍ୟକ୍ତିକୁ ନିଜର ପରିଚୟର ପ୍ରମାଣ ପାଇଁ ଆଧାର ସଂଖ୍ୟା ପ୍ରସ୍ତୁତ କରିବାକୁ ବାଧ୍ୟ କରାଯିବ ନାହିଁ । ଏଥିରେ କୁହାଯାଇଛି ଯେ, ପ୍ରସ୍ତାବିତ ସଂଶୋଧନ ଲୋକଙ୍କର ସୁବିଧା ଦ୍ଵାରା ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାରର ଉପଯୋଗକୁ ମାନ୍ୟତା ଦିଏ କିନ୍ତୁ ବ୍ୟାଙ୍କକୁ ଆଧାର ସଂଖ୍ୟା ଦେବା ସ୍ଵେଚ୍ଛାପୂର୍ଣ୍ଣ ହେବ । ଟେଲିଗ୍ରାଫ ନିୟମ, “୧୮୮୫ ତଥା ଶୋଧନ ନିବାରଣ ଅଧିନିୟମ, ୨୦୦୨ର ଅନ୍ତର୍ଗତ ବ୍ୟାଙ୍କ ଏହାକୁ କେବାଇସି କାଗଜପତ୍ର ଭାବରେ ସ୍ଵୀକାର କରିବ ।” ଏହାର ଅର୍ଥ ଯେ ଏଥିରେ ବ୍ୟାଙ୍କ ଖାତା ଖୋଲିବା ତଥା ମୋବାଇଲ ସଂଯୋଗ ନେବା ପାଇଁ ପରୀକ୍ଷା ଏବଂ ପରିଚୟ ପତ୍ର ରୂପରେ ଆଧାରକୁ ସ୍ଵେଚ୍ଛାପୂର୍ଣ୍ଣ ଉପଯୋଗର ଅନୁମତି ଥିବ ।

କେବଳ ସଂସ୍ଥାଗୁଡିକୁ ସ୍ଵେଚ୍ଛାପୂର୍ଣ୍ଣ କରିବାକୁ ଅନୁମତି ଦିଆଯାଇଛି :

ସରକାରୀ ସୂଚନା ଅନୁସାରେ ଏହି ନିର୍ଣ୍ଣୟ ଦ୍ଵାରା ଆଧାର, ଲୋକଙ୍କ ପାଇଁ ଅଧିକ ସୁବିଧାଜନକ ଏବଂ ଉପଯୋଗୀ ପ୍ରମାଣିତ ହେବ । ପ୍ରସ୍ତାବିତ ସଂଶୋଧନ ରାଷ୍ଟ୍ରପତିଙ୍କ ଦ୍ଵାରା ୨ ମାର୍ଚ୍ଚ, ୨୦୧୯କୁ ଘୋଷିତ ଅଧ୍ୟାଦେଶର ବ୍ୟବସ୍ଥାର ଅନୁରୂପ ହେବ । ପ୍ରସ୍ତାବିତ ପରିବର୍ତ୍ତନ ଅନ୍ତର୍ଗତ ବ୍ୟାକ୍ତି ନିଜ ଇଛାରେ ପ୍ରମାଣନ କିମ୍ବା ସ୍ଵେଚ୍ଛାପୂର୍ଣ୍ଣ ପାଇଁ ଭୌତିକ ରୂପରେ ଅଥବା ଇଲେକ୍ଟ୍ରୋନିକ ମାଧ୍ୟମରେ ଆଧାର ସଂଖ୍ୟାର ଉପଯୋଗ କରିପାରିବ । ଏଥିରେ ଆଧାରର ବୈକଳ୍ପିକ ବର୍ଚୁଆଲ ପରିଚୟର ସୁବିଧା ଦିଆଯାଇଛି , ଫଳରେ ବ୍ୟକ୍ତିର ବାସ୍ତବିକ ଆଧାର ସଂଖ୍ୟାକୁ ଗୁପ୍ତରେ ରଖା ଯାଇପାରିବ ।

ସରକାରୀ ସୂଚନା ଅନୁସାରେ, ଏଥିରେ କେବଳ ସଂଶୋଧନର ସ୍ଵେଚ୍ଛାପୂର୍ଣ୍ଣ କରିବା ପାଇଁ ଅନୁମତି ଦିଆଯାଇଛି । ପ୍ରାଧିକରଣ ଦ୍ଵାରା ନିର୍ଦ୍ଧିଷ୍ଟ ଗୋପନୀୟ ବ୍ୟବସ୍ଥା କରାଯାଇଛି ଏବଂ ସୁରକ୍ଷାର ନିୟମକୁ ଅନୁପାଳନ କରନ୍ତି । ଏହାର ଅନ୍ତର୍ଗତ କୌଣସି ବ୍ୟକ୍ତିକୁ ନିଜର ପରିଚୟ ପାଇଁ ନିଜ ପାଖରେ ଆଧାର ସଂଖ୍ୟା ଥିବାର ପ୍ରମାଣ ଦେବା କିମ୍ବା ସେହି କାମ ପାଇଁ ଆଧାର ସ୍ଵେଚ୍ଚାପୂର୍ଣ୍ଣର ପ୍ରକ୍ରିୟା ପୂରଣ କରିବା ପାଇଁ ବାଧ୍ୟ କରାଯିବ ନାହିଁ । ଯେତେ ପର୍ଯ୍ୟନ୍ତ ସଂସଦ ଦ୍ଵାରା କୌଣସି ବିଲରେ ଏପରି କିଛି ଉଲ୍ଲେଖ ଥିବ । ସଂଶୋଧନ ବିଲରେ ବ୍ୟକ୍ତିଗତ ସଂସ୍ଥାନ ଗୁଡ଼ିକ ଦ୍ଵାରା ଆଧାରର ଉପଯୋଗରେ ସମ୍ବନ୍ଧିତ ଆଧାର ଅଧିନିୟମର ଧାରା ୫୭କୁ ହୋଟେଇବାକୁ ପ୍ରସ୍ତାବ ଅଛି । ଯଦି ଆଧାର ସଂଖ୍ୟାର ସ୍ଵେଚ୍ଛାପୂର୍ଣ୍ଣ ଜାଣି ହେଉ ନାହିଁ, ତେବେ ଏହି ପରିସ୍ଥିତିରେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ସେବାରୁ ବଞ୍ଚିତ କରାଯିବ ନାହିଁ । ଏହା ସହିତ ଏଥିରେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ କୋଷ ସ୍ଥାପିତ ହେବାର ପ୍ରସ୍ତାବ ଅଛି ।