ମହିଳାମାନେ ହେଇ ଯାଆନ୍ତୁ ସାବଧାନ !! ବହୁତ ଶୀଘ୍ର ବ୍ୟାପୁ ଅଛି ଏହି ବଡ଼ ରୋଗ, ଜାଣନ୍ତୁ କଣ ଅଟେ ଏହାର ଲକ୍ଷଣ :

Spread the love

ଏବେ ମହିଳାମାନେ ବି ଘରୁ ବାହାରକୁ ବାହାରିବାର ଆରମ୍ଭ କରି ଦେଲେଣି । ନିଜର ଆଉ ନିଜ ପରିବାରର ସମସ୍ତ ଦାୟିତ୍ୱ ପୁରା କରି ସାରିବା ପରେ ମହିଳା ମାନେ ସମୟରେ ଖାଇ ଥାନ୍ତି , ନା ଶୋଇ ଥାନ୍ତି ନା ହିଁ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖି ପାରି ଥାନ୍ତି । ଏ ବ୍ୟସ୍ତ ବହୁଳ ଜୀବନରେ ଘରେ ଓ ବାହାରେ ନିଜର ସନ୍ତୁଳନ ବନେଇ ଚାଲି ଥାନ୍ତି କିନ୍ତୁ ବାହାର ଖାଦ୍ୟପେୟ ଓ ଭୂଲ ଲାଇଫ ଷ୍ଟାଇଲ ଜୋଗୁଁ ମହିଳାଙ୍କ ତନାଵ ବଢି ଚାଲିଛି । ଶରୀରର ଅଣଦେଖା ପରେ ସେଥିରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇ ଥାଏ ଆଉ ସେଥି ମଧ୍ୟରୁ ଗୋଟିଏ ହେଲା PCOD । କୌଣସି ବି ମହିଳାଙ୍କୁ ଏହା ହେଲା ପରେ ତାଙ୍କ ଶରୀରରେ ରୋଗ ହେବାର ଆଶଙ୍କା ବଢି ଯାଇ ଥାଏ । ଗାୟନକୋଲୋଜିଷ୍ଟ ନିତା ବାଜପେୟୀ ଙ୍କ ଠାରୁ ଜାଣନ୍ତୁ କଣ ଅଟେ ଏହି PCOD,…

PCOD କଣ ?

ଗାୟନକୋଲୋଜିଷ୍ଟ କୁହନ୍ତି ଯେ ଆଜିକାଲି ମହିଳା ଓ ଝିଅ ମାନଙ୍କ ଭିତରେ ଏହି କଥା ଏକ ସାମାନ୍ୟ ହୋଇ ଗଲାଣି । କିଛି ବର୍ଷ ପୂର୍ବରୁ ଏହି ସମସ୍ୟା 30-35 ବର୍ଷ ମହିଳାଙ୍କ ପାଖରେ ଅଧିକ ଦେଖିବାକୁ ମିଳୁ ଥିଲା କିନ୍ତୁ କିନ୍ତୁ ଏବେ ସ୍କୁଲ ଯାଉ ଥିବା ଝିଅ ମାନଙ୍କ ଠାରେ ମଧ୍ୟ ଏହି ସମସ୍ୟା ସାଧାରଣ ହୋଇ ଗଲାଣି । ସେଇ ଝିଅ ମାନଙ୍କୁ ପୋଲି ସିଷ୍ଟିକ ଓବେରିଆନ ଡିଜିଜ (PCOD) ର ସମସ୍ୟା କୁ ସାମ୍ନା କରିବାକୁ ପଡୁଛି । ଯଦି କମ୍ ବୟସରେ ଏହି ରୋଗର ଲକ୍ଷଣ ଜଣା ପଡି ଯାଏ ତେବେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇ ପାରି ଥାଏ । ଏଥିରେ ମହିଳା ମାନଙ୍କର ଗର୍ଭାଶୟ ରେ ମେଲ ହର୍ମାନ androgen ର ସ୍ତର ବଢି ଯାଇ ଥାଏ । ପରିଣାମ ସ୍ୱରୂପ ଔବରୀ ରେ ସିସ୍ଟସ ବନିବାର ଲାଗି ଥାଏ । ଏହା ଆଶ୍ଚର୍ଯ୍ୟ ର କଥା ଯେ ଏହି ରୋଗ ହେବାର ଆଜି ଯାଏଁ କିଛି ସଠିକ କାରଣ ଜଣା ଯାଇ ନାହିଁ। ଆଉ ଏହା ଏବେବି ସନ୍ଧାନର ବିଷୟ ଅଟେ । କିନ୍ତୁ ଚିକତ୍ସକ ଙ୍କ ମାନିବା କଥା ଯେ ଏହି ସମସ୍ୟା ମହିଳା ମାନଙ୍କୁ ହର୍ମାନ ଅସନ୍ତୁଳ , ମେଦବହୁଳତା କିମ୍ବା ତନାଵ ପାଇଁ ହିଁ ହୋଇ ଥାଏ । ତା ସହିତ ଏହା ଜେନେଟିକାଲି ବି ହୋଇ ଥାଏ ।

ଏହି ସବୁ ଲକ୍ଷଣ ଦେଖାଯାଏ:-

  • ଛୋଟ ବୟସରେ ହିଁ ଅନିୟମିତ ପ୍ରିୟଡ଼ସ୍ ଆସିବା
  • ପିରିୟଡ଼ସ୍ ଠିକ ସମୟରେ ନ ଆସିବା
  • ଅଚାନକ ଓଜନ ବଢିବା
  • ଥୋଡି ରେ ଚୁଟି ବାହାରିବା
  • ଚୁଟି ଝଡ଼ିବା
  • ସ୍ୱଭାବରେ ଚିଡି ଚିଡା ପଣ ଆସିବା
  • ବାଞ୍ଝ ପଣ

ରକ୍ଷା ପାଇବାର ଉପାୟ;-

ଏହି ସମସ୍ୟା ହେଲେ ପାଦରେ ଚାଲିବା, ଯୋଗିଙ୍ଗ, ଯୋଗ , ଜୁମ୍ବା ଡ୍ୟାନ୍ସ, ସାଇକେଲିଙ୍ଗ, ସ୍ୱିମିଙ୍ଗ, କିଛି ବି ପ୍ରକାରର ଶାରୀରିକ ବ୍ୟାୟାମ ନିହାତି କରନ୍ତୁ । ବ୍ୟାୟାମ ସହିତ ପ୍ରତି ଦିନ ମେଡିଟେସନ ବି କରିବେ ଯାହା ଫଳରେ ତନାଵ କମ୍ ହେବ ।

  • ସଠିକ ଲାଇଫ ଷ୍ଟାଇଲ ରଖନ୍ତୁ ।
  • ଜଙ୍କ ଫୁଡ଼, ଅଧିକ ମିଠା , ଫେଟ ଯୁକ୍ତ ଭୋଜନ, ଅତ୍ୟଧିକ ତେଲିଆ ଜିନିଷ ଖାଆନ୍ତୁ ନାହିଁ ।