ପତ୍ନୀଙ୍କୁ ଇନ୍ସିପେକ୍ଟର୍ ବନେଇବା ପାଇଁ ସ୍ଵାମୀ ସବୁ କିଛି ବିକି ଦେଇଥିଲେ । ଇନ୍ସିପେକ୍ଟର୍ ହେବା ପରେ ପତ୍ନୀ….

Spread the love

ମଧ୍ୟପ୍ରଦେଶର ଭୋପାଲର ଏକ ଯୁବକ ଦିନରାତି ପରିଶ୍ରମ କରି ନିଜ ପତ୍ନୀଙ୍କୁ ପଢ଼ାଇଥିଲା । ପତ୍ନୀଙ୍କ ସମସ୍ତ ଇଛା ପୁରଣ କରିଥିଲେ । ଯେତେବେଳେ ପତ୍ନୀ ସବ୍-ଇନ୍ସିପେକ୍ଟର୍ ହୋଇଯାଇଥିଲେ, ସେ ନିଜ ପତିଙ୍କ ସହ ରହିବା ପାଇଁ ମନା କରିଦେଇ ଥିଲେ । ପତ୍ନୀ କହିଥିଲେ, “ମୁଁ ବର୍ତ୍ତମାନ ତୁମ ସହ ରହିବା ପାଇଁ ଚାହୁଁ ନାହିଁ ।” ପତ୍ନୀ କୋର୍ଟରେ ଛାଡପତ୍ର ପାଇଁ ଅପିଲ କରିଛନ୍ତି ।

କାଉଁସିଲିଂଗରେ ପତ୍ନୀ କହିଛନ୍ତି, ମୋର ପତିଙ୍କ ଯୋଗ୍ୟତା ନାହିଁ ଯେ ସେ ମୋତେ ରଖିପାରିବେ । ଅନ୍ୟପଟେ ପତି କହିଛନ୍ତି, ବିବାହ ସମୟରେ ସେ କିଛି କରି ନ ଥିଲେ, ବିବାହ ପରେ ତିନି ଚାରି ବର୍ଷ ପର୍ଯ୍ୟନ୍ତ ପଢ଼ାଇ ଥିଲି । କାରଣ ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିବ । ଭୋପାଲ କୋଚିଙ୍ଗ କ୍ଳାସରେ ଭର୍ତ୍ତି କରାଇଥିଲି କିନ୍ତୁ ବର୍ତ୍ତମାନ ଯେତେବେଳେ ସେ ଅଫିସର ହୋଇଯାଇଛି; ମୋ ସହ ରହିବା ପାଇଁ ଚାହୁଁ ନାହିଁ । ପତି କହିଛନ୍ତି, “ପତ୍ନୀଙ୍କୁ ପଢ଼ାଇବା ସମୟରେ ଅର୍ଥର ଅଭାବ ହୋଇଥିଲା । ତେଣୁ ମୁଁ ମୋର ଜମି ବିକ୍ରି କରି ଦେଇଥିଲି ।”

ବିଶେଷଜ୍ଞ ମାନେ କହିଛନ୍ତି, ଯେଉଁ ପତ୍ନୀମାନେ ଉଚ୍ଚପଦାଧିକାରୀ ହୋଇଯାନ୍ତି; ସେମାନେ ନିଜ ପତିଙ୍କ ଠାରୁ ଛାଡପତ୍ର ନେଇଥାନ୍ତି । ଆଜିକାଲି ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି । ଏହି ଘଟଣାରେ ଦୁହିଁଙ୍କ କାଉଁସିଲିଂଗ କରାଯାଉଛି ଏବଂ ଦୁହିଁଙ୍କୁ ବୁଝାଇବା ପାଇଁ ଚେଷ୍ଠା କରାଯାଉଛି । ଏହି ଘଟଣାରୁ ଜଣାପଡିଛି; ଦୁହିଁଙ୍କ ବିବାହର ୭ ବର୍ଷ ହୋଇଯାଇଛି ଏବଂ ସେମାନଙ୍କ ୫ ବର୍ଷର ଏକ ପୁଅଟିଏ ଅଛି । କିନ୍ତୁ ବର୍ତ୍ତମାନ ପତ୍ନୀ ନିଜ ପତିଙ୍କ ସହ ରହିବା ପାଇଁ ଇଛା କରୁନାହାନ୍ତି ଏବଂ ପତ୍ନୀ ଛାଡପତ୍ର ପାଇଁ ଅପିଲ କରିଛନ୍ତି ।

ଯେତେବେଳେ ପତ୍ନୀଙ୍କୁ ପଚାରା ଯାଇଥିଲା, ତେବେ ପତ୍ନୀ କହିଛନ୍ତି ଯେ, ସେ ଯେତେବେଳେ କିଛି କରୁନ ଥିଲେ ସେହି ସମୟରେ ତାଙ୍କ ପତି ତାଙ୍କୁ ଅନେକ ବାର କହୁଥିଲେ, ସେ କିଛି କରୁନାହାନ୍ତି ବୋଲି । ଯେତେବେଳେ ମୁଁ ବର୍ତ୍ତମାନ ଅଫିସର ହୋଇଯାଇଛି, ମୁଁ ମୋ ପତିଙ୍କ ସହ ରହିବା ପାଇଁ ଚାହୁଁ ନାହିଁ ।

ଏହିପରି ଆଶ୍ଚର୍ଯ୍ୟ ଚକିତ ଘଟଣାରେ ଆପଣମାନେ କଣ ମନ୍ତବ୍ୟ କରିବେ ? ପତ୍ନୀକୁ ପାଠ ପଢାଇ ବଡ ମଣିଷ କରିବା ପତିଙ୍କ ଭୁଲ ? ନା ଏହିପରି କେତେକ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ମହିଳା ଜାତିକୁ ଅପମାନିତ ହେବାକୁ ପଡୁଛି ? ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ?