ପାଠପଢ଼ାରେ ମନ ନିବେଶ ଓ ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ ବିଦ୍ୟାର୍ଥୀମାନେ କରନ୍ତୁ ଏହି ୭ ଟି ଉପାୟ

Spread the love

ଶିକ୍ଷା ହାସଲ କରିବା ସମସ୍ତଙ୍କ ଜୀବନର ପ୍ରଥମ ପ୍ରାଥମିକତା ହୋଇଥାଏ । ସମସ୍ତେ ନିଜ ଜୀବନରେ ଭଲ ଶିକ୍ଷା ହାସଲ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ସେଥିପାଇଁ ପିଲାମାନେ ଦିନ ରାତି ପଢି ଥାନ୍ତି । ଯାହାଦ୍ୱାରା ସେମମାନେ ଭଲ ମାର୍କ ଆଣି ପାରିବେ ଏବଂ ନିଜର ପସନ୍ଦିତା ବିଷୟକୁ କିମ୍ବା କଲେଜକୁ ଯାଇ ତାହାକୁ ବାଛି ପାରିବେ । କିନ୍ତୁ ସମସ୍ତେ ଭଲ ମାର୍କ ଆଣି ପାରନ୍ତି ନାହିଁ । ବହୁତ କଷ୍ଟ କରିବା ସତ୍ବେ ବି ତାଙ୍କର ଭାଗ୍ୟ ପରୀକ୍ଷା ସମୟରେ ତାଙ୍କର ସାଥ ଦିଏ ନାହିଁ । କିଛି ଏମିତି ହିଁ ପିଲା ବି ହୋଇଥାନ୍ତି ଯେଉଁମାନେ ଅଳ୍ପ କଷ୍ଟ କରି ବି ଭଲ ମାର୍କ ନେଇ ଆସନ୍ତି ।

ଯେଉଁ ପିଲାମାନଙ୍କର ଭାଗ୍ୟ ତାଙ୍କର ସାଥ ଦିଏ ନାହିଁ ସେମାନେ ଯଦି ତଳେ ଦିଆ ଯାଇଥିବା ଉପାୟକୁ କରିବେ, ତେବେ ସେମାନେ ବି ଭଲ ମାର୍କ ହାସଲ କରି ପାରିବେ ଏବଂ କୌଣସି ବି ପରୀକ୍ଷାକୁ ବି ଅତି ସହଜରେ ପାସ କରି ପାରିବେ ।

ପାଠ ପଢ଼ାରେ ମନ ନିବେଶ କରିବା ଏବଂ ଭଲ ନମ୍ବର ହାସଲ କରିବାର ଉପାୟମାନ :

ପିଲାମାନେ ଯେଉଁ ଘରେ ପଢୁଛନ୍ତି ସେହି ଜାଗାର ଦିଗ ଉତ୍ତର କିମ୍ବା ପୂର୍ବ ଦିଗ ମଧ୍ୟରେ ହେବା ଦରକାର । ଏହି ଦିଗ ପଟେ ମୁହଁ ରଖି ପିଲାମାନେ ପଢୁଛନ୍ତି ତେବେ ତାଙ୍କୁ ଜଲ୍ଦି ହିଁ ସେ ନିଜର ବିଷୟକୁ ବୁଝି ପାରିବେ ।

ସବୁଦିନ ସକାଳେ ଉଠି “ଗୁରୁ ଗୃହ ଗଏ ପଢନ ରଘୁରାଈ । ଅଳ୍ପ କାଲ ବିଦ୍ୟା ସବ ଆଈ” ମନ୍ତ୍ରର ଜପ କରିବା ଦ୍ଵାରା ନିଜ ପଢା ଉପରେ ଭଲ ପ୍ରଭାବ ପଡିଥାଏ ଏବଂ ସଫଳତା ମିଳିଥାଏ । ଏହି ମନ୍ତ୍ରକୁ ଜପ କରିବାର ଶୁଭ ସମୟ ସକାଳ ୭ ଟା ଅଟେ ।

ମା ସରସ୍ଵତୀଙ୍କର ପୂଜା କରିବା ଦ୍ଵାରା ବିଦ୍ୟାର୍ଥୀଙ୍କ ଉପରେ ମାତା ସରସ୍ଵତୀଙ୍କର କୃପା ରହିଥାଏ । ଏଥିପାଇଁ ବିଦ୍ୟାର୍ଥୀମାନେ କେବଳ ସକାଳେ ଉଠି ନିଜର ମନରେ ମାତାଙ୍କୁ ମନେ ପକାଇ “ଐଂ ହ୍ରୀଂ ଶ୍ରୀଂ ବାଗ୍ଦେବୈ ସରସ୍ୱତ୍ଯୈ ନମ:” ମନ୍ତ୍ରର ଜପ କରନ୍ତୁ ।

ଗାଇଙ୍କୁ ଗୁରୁବାର ଦିନ ରୁଟି ଖୁଆଇଲେ ବିଦ୍ୟାର୍ଥିଙ୍କ ମନ ପାଠ ପଢାରେ ଲାଗିଥାଏ , ଓ ତାଙ୍କ ପେପରରେ ଭଲ ନମ୍ବର ବି ଆସିଥାଏ , ଯଦି ବିଦ୍ୟାର୍ଥୀଙ୍କ ପାଖରେ ଗାଇକୁ ରୁଟି ଖୁଆଇବାର ସମୟ ନଥିବ ତେବେ ସେ ଗାଇକୁ ରୁଟି ଖୁଆଉଥିବା ରୁଟିରେ ହାତ ଲଗାଇ ଦେଇକରି ଚାଲିଆସନ୍ତୁ , ଓ ସେହି ବିଦ୍ୟାର୍ଥୀଙ୍କ ସ୍ଥାନରେ ଅନ୍ୟ କେହି ଗାଇକୁ ରୁଟି ଖୁଆଇ ପାରିବେ ।

ବିଦ୍ୟା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସର୍ବଦା ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରନ୍ତୁ, ଯାହା ଦ୍ୱାରା ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଗବାନଙ୍କ ପ୍ରତେକ୍ଷ ସହଯୋଗ ମିଳିଥାଏ, ଏବଂ ପଢିବା ପାଇଁ ମନରେ ସକରାତ୍ମକ ଉର୍ଜା ମିଳିଥାଏ ।