ପଟଣାର ରାଲି ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲାଲୁ ଓ ବିରୋଧୀଙ୍କ ଉପରେ ଖୁବ ବର୍ଷିଲେ….

Spread the love

ପଟଣାର ରାଲିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲାଲୁ ଓ ବିରୋଧୀଙ୍କ ଉପରେ ଖୁବ ବର୍ଷିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ –

ପାଟଣାର ଗାନ୍ଧୀ ପଡିଆରେ ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ ଅନ୍ୟ ବିପକ୍ଷ ଦଳଗୁଡିକକୁ ନିଜର କୋଠାର ଶବ୍ଦ ଦ୍ୱାରା ଆକ୍ରମଣ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ଏୟାର ଷ୍ଟ୍ରାଇକ ପ୍ରସଙ୍ଗ ଉଠାଇ କହିଲେ, କଂଗ୍ରେସ ଏବଂ କଂଗ୍ରେସର ସହଯୋଗୀ ଦଳ ଏହି ଏୟାର ଷ୍ଟ୍ରାଇକକୁ ନେଇ ଯାହା କିଛି ମଧ୍ୟ କହୁଛନ୍ତି, ସେମାନଙ୍କ କଥା ଶୁଣି ପାକିସ୍ଥାନ ତାଳି ମାରୁଛି ।

ଆରଜେଡିକୁ ଲକ୍ଷ୍ୟ କରି ପଶୁ ଖାଦ୍ୟ ଅପଯଶ ଏବଂ କଳାଧନ ପ୍ରସଙ୍ଗକୁ ନେଇ ନିଜ ମନ୍ତବ୍ୟ ଦେଇଥିଲେ । କହିଲେ, ପଶୁ ଖାଦ୍ୟ ପ୍ରତାରଣାରେ ପଟଣାରେ କଣ-କଣ ହେଲା ଏହା ବିହାରର ଲୋକେ ବହୁତ ଭଲ ଭାବେ ଜାଣନ୍ତି । ଏବେ ସିଧା ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବା ବାଲା ଏ ପ୍ରଭାବୀ ଯୋଜନା NDA ସରକାର, ଆପଣଙ୍କ ଏହି ଜଗୁଆଳୀ । ଲୋକମାନେ ବହୁତ ଖୁସିରେ ଶ୍ରୀ ମୋଦିଙ୍କ ନାରା କରୁଥିଲେ ।

ଏହି ଟଙ୍କା ଲୁଟିବା, ନାମ ନ ଥିବା ସମ୍ପତ୍ତି, ବିହାର ଓ ଦେଶର ରାଜନୀତିରେ ଏହା ସାମାନ୍ୟ ହୋଇଯାଇଥିଲା । ଏବେ ଏହାକୁ ବନ୍ଦ କରିବାକୁ ଆମେ ସାହସ ଦେଖେଇଛୁ । ଗରିବ ଓ ମଧ୍ୟମ ବର୍ଗର ଅଧିକାର ଓ ଝାଳ ବୁହା ଟଙ୍କାରେ, ଯେ ନିଜ ଦୋକାନ ଚଳାଉଥିଲେ ସେ ଏବେ ଜଗୁଆଳୀ ଠାରୁ ଚିନ୍ତିତରେ ଅଛନ୍ତି । ଏଥିପାଇଁ ଜଗୁଆଳୀକୁ ଗାଳି କରିବାପାଇଁ ପ୍ରତିଦ୍ବନ୍ଦ ଚାଲୁଛି ।

ଆପଣ ସମସ୍ତେ ଧୌର୍ଯ୍ୟରେ ରୁହନ୍ତୁ ଆପଣଙ୍କ ଏହି ଜଗୁଆଳୀ ପୂର୍ଣରୂପେ ସାବଧାନରେ ରହିଛି । ସୁରକ୍ଷା ତାହା ଗରିବ ମାନଙ୍କପାଇଁ ହେଉ ବା ସୁରକ୍ଷା ଦେଶର, ଦେଶ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତିଙ୍କ ଆଗରେ ଆପଣଙ୍କର ଏହି ଜଗୁଆଳୀ ଓ NDA ଗଠବନ୍ଧନ କାନ୍ଥ ହୋଇ ଛିଡା ହୋଇଛି ।

ଦେଶର ରକ୍ଷା, ସୁରକ୍ଷା, ଗରିଙ୍କ ଅଧିକାର ପ୍ରଦାନ, ଶୋଷଣ ଓ ମଧ୍ୟମ ବର୍ଗର ହିତରେ ଯେତେ ମଧ୍ୟ ଅସୁବିଧା ଯେତେ ବଡ ନିର୍ଣ୍ଣୟ ନେବାର ଥିଲେ ମଧ୍ୟ ତାହା ପୂର୍ଣରୂପେ ସାହସ ସହିତ ନିଆ ଯାଉଛି ଓ ଆଗକୁ ମଧ୍ୟ ନିଆଯିବ । ଗତ ୫ ବର୍ଷରେ NDA ସରକାର ଯେତେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରିଛନ୍ତି, ଏହା ବହୁତ ଅଦ୍ଭୁତ ଅଟେ ।