ଏବେ ପରିସ୍ରାର ରଙ୍ଗରୁ ଜଣାନ୍ତୁ ଆପଣଙ୍କ ଶରୀରରେ ଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ :

Spread the love

ଶରିରୀରୁ ବର୍ଜ୍ୟବସ୍ତୁ ଆକାରରେ ନିର୍ଗତ ହେଉଥିବା ପଦାର୍ଥରୁ ମଧ୍ୟ ଶରୀର ସମ୍ବନ୍ଧିତ କେତେକ ତତ୍ତ୍ୱ ଜାଣି ହେବ । ଖାସ୍ କରି ପରୀସ୍ରାର ରଙ୍ଗ ଅଥବା ପରିସ୍ରାର ରଙ୍ଗରେ ପରିବର୍ତ୍ତନ ଶରୀର ସମ୍ବନ୍ଧିତ ଅନେକ ସୂଚନା ମିଳିଥାଏ । ତେବେ ଆସନ୍ତୁ ଜାଣିବା ପରିସ୍ରାର ରଙ୍ଗରୁ କେମିତି ଜାଣିବା ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ :

ମଣିଷର ପରିସ୍ରାର ରଙ୍ଗ ଶରୀରରେ ହେଉଥିବା ରୋଗ ସହିତ ବଦଳୁଥାଏ । ଏହି କଥା ତ ଆମେ ସମସ୍ତେ ଜାଣିଛୁ କି ପରିସ୍ରାର ସମ୍ବନ୍ଧ ସିଧା ଆମର ପେଟ ସହିତ ଜଡିତ ଥାଏ । ଯଦି ପେଟ ଆପଣଙ୍କର ଖରାପ ଥିବ ତେବେ ପରିସ୍ରାର ରଙ୍ଗ ହଳଦିଆ ହେବା ନିଶ୍ଚିତ ।

ଆମେ ପରିସ୍ରାର ରଙ୍ଗରୁ ସ୍ୱାସ୍ଥ୍ୟ ସ୍ଥର ମାପି ପାରିବା । ଯଦି ଆପଣଙ୍କର ପରିସ୍ରାର ରଙ୍ଗ ବଦଳୁଥାଏ ତେବେ ତଳେ ଦିଆ ଯାଇଥିବା ସଙ୍କେତକୁ ଆପଣ ପଢି ପାରିବେ ଓ ଏହା ମଧ୍ୟ ନିଶ୍ଚିତ କରି ପାରିବେ କି ଏବେ ଆପଣଙ୍କୁ କଣ କରିବା ଦରକାର ।

1) ହଳଦିଆ ରଙ୍ଗ : ଯଦି ଆପଣଙ୍କର ପରିସ୍ରାର ରଙ୍ଗ ହାଲକା ହଳଦିଆ ହୋଇଥାଏ, ତେବେ କରିବାର ଆବଶ୍ୟକତା ନାହିଁ, ପରିସ୍ରା ଏହିପରି ହଳଦିଆ ହେବ ଦ୍ୱାରା ଜାଣିନିଅନ୍ତୁ ଶରୀରରେ ପାଣିର ଅଭାବ, ଏହି ପରିସ୍ଥିତିରେ ଆପଣ ଅଧିକରୁ ଅଧିକ ପାଣି ଓ ତରଳ ପଦାର୍ଥ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

2) ଲାଲ ରଙ୍ଗ : ଯଦି ପରିସ୍ରାର ରଙ୍ଗ ସମ୍ୟକ ଲାଲ ରଙ୍ଗ ହୁଏ ତେବେ ଜଣାନ୍ତୁ, ଏହାର କାରଣ ହେଉଛି ଆପଣ ନିଶ୍ଚିନ୍ତ ଷ୍ଟ୍ରବେରୀ ଜାତୀୟ କୌଣସି ଖାଦ୍ୟ ପ୍ରଚୁର ପରିମାଣରେ ଖାଇଥିବେ । ଏହି ସମସ୍ୟା ସମସ୍ଯା ବାରମ୍ବାର ଦେଖାଦିଏ ତେବେ ଏହା ଆପଣଙ୍କ ପାଇଁ ଏକ ସମସ୍ୟାର ବିଷୟ ହୋଇପାରେ । ତେଣୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ଏହା ଦ୍ଵାରା ଏହା ସୂଚିତ ହୋଇଥାଏ ଯେ, ଆପଣଙ୍କ ରକ୍ତ କୋଷିକା ଗୁଡିକ ଖରାପ ହୋଇଯାଇଛି ଓ ପରିସ୍ରା ସହ ଏହି ଗ୍ରନ୍ଥି ବା କୋଷିକା ଗୁଡିକ ମିଶି, ରକ୍ତ ପରିସ୍ରାରେ ବାହାରି ଯାଉଛି । ଏହା ଆପଣଙ୍କ ଜୀବନ ପ୍ରତି ହାନୀକାର ହୋଇପାରେ, ତେଣୁ ବିଳମ୍ବ ନ କରି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

3) ଗାଢ଼ ଲାଲ ଅଥବା କଳା : – ପରିସ୍ରାର ରଙ୍ଗ ଏହି ପରି ହେବ ଏକ ଗମ୍ଭାର ସମସ୍ୟା । ଏହା ଏହିପରି ରଙ୍ଗର ପରୀସ୍ରାରୁ ଏହା ସୂଚନା ମିଳିଥାଏ ଯେ, ଆମ ଶରୀରରେ ଅନେକ ପ୍ରକାର ରୋଗ ବସା ବାନ୍ଧିଛି । ଯେପରି ଲିବାର ଖରାପର ସୂଚନା, ହେପାଟାଇଟ୍ସ, ଟ୍ୟୁମର, ମେଲାନୋମା, ସିରୋସୀସ ଏହିପରି କେତେକ କାରଣ ହୋଇପାରେ ।

4) ନାରଙ୍ଗୀ :- ପରିସ୍ରାରେ ଏହିପରି ରଙ୍ଗ ସେତେବେଳେ ହୋଇଥାଏ ଯେତେବେଳେ ଆପଣ କୌଣସି ଔଷଧ ସେବନ କରନ୍ତି କିମ୍ବା କମଳା ବା ଗାଜର ଖାଆନ୍ତି ବା ତାହାର ରସ ପିଅନ୍ତି, ତାଙ୍କର ପରିସ୍ରାର ରଙ୍ଗ ନାରଙ୍ଗି ହୋଇଥାଏ । ଏମିତିରେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ ।

5) ସମ୍ୟକ ଧଳା : ପରିସ୍ରାର ରଙ୍ଗ ଧଳା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ କିଡନୀରେ ଷ୍ଟୋନ ଜମାଟ ବାନ୍ଧି ଥାଏ ଅଥବା ଆପଣଙ୍କ ଶରୀରରେ ଯେତେବେଳେ ବ୍ୟାକ୍ଟେରିଆର ମାତ୍ରା ଅଧିକ ହୋଇଥାଏ ।