ପରିସ୍ରା କରିବା ସମୟରେ ଏହିପରି ଭୁଲ୍ କାମ କରନ୍ତୁ ନାହିଁ ।

Spread the love

ପରିସ୍ରା କରିବା ସମୟରେ ଆପଣ ବି ଏହି ଭୁଲ୍ କରନ୍ତି କି ? ତ ହେଇ ଯାଆନ୍ତୁ ସାବଧାନ !!

ସମାଜରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ନିଜେ ଅର୍ଥାତ ନିଜର ଖାମଖିଆଲି, ଅସାବଧାନତା ଯୋଗୁଁ ଆନେକ ସମୟରେ ଅସୁବିଧାରେ ପଢ଼ନ୍ତି ! ଆଜିର ଏହି ଆନୁଛେଦଟି ଠିକ ଏହିପରି ! ଅଧିକାଂଶ ଲୋକମାନେ ପରିସ୍ରା କରିବା ସମୟରେ କିଛି ବିଷୟରେ ଅଣଦେଖା କରନ୍ତି । ଯାହା ଦ୍ୱାରା କି ସେହି ଲୋକମାନଙ୍କୁ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ଦେଖାଯାଇଥାଏ । କାରଣ ଏଥିପ୍ରତି ସଚେତନତା ନ ହେଲେ ଆଗାମୀ ଦିନରେ ବହୁତ ପସ୍ତେଇବାକୁ ପଡ଼ିଥାଏ । ଅଣଦେଖା କରି ପରିସ୍ରା କରିଲେ ସେହି ମୁତ୍ର ଦ୍ୱାରରୁ ଜୀବାଣୁ ଶରୀର ଭିତରକୁ ପ୍ରବେଶ କରିଥାଏ ଓ ମନୁଷ୍ୟ ଜୀବନକୁ ନର୍କ କରିଦିଏ । ତେଣୁ ସତର୍କ ହୋଇ ରହିଲେ ଅନେକ ରୋଗ ଠାରୁ ଦୂରେଇ ରହି ପରିବା ।

ପରିସ୍ରା କରିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ତାହା ସମ୍ପୂର୍ଣ ରୁପେ ଆସନ୍ତୁ ଜାଣିବା ।

୧) ଅଧିକାଂଶ ଲୋକମାନେ ପରିସ୍ରାକୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖନ୍ତି । ଏହିପରି କରିବା ଦ୍ଵାରା ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଯେଉଁ ଲୋକମାନେ ଏହିପରି କରନ୍ତି; ସେମାନଙ୍କ କିଡନୀ ଖରାପ ହୋଇଥାଏ । ତେଣୁ ପରିସ୍ରାକୁ ବେଶୀ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବା ଆଦୌ ଉଚିତ ନୁହେଁ ।

୨) ଯେଉଁ ବାଥ୍ ରୁମ ବ୍ୟବହାର କରୁଛନ୍ତି; ତାହାକୁ ସବୁବେଳେ ପରିଷ୍କାର ରଖନ୍ତୁ ।

୩) କୌଣସି tour ବା ଭ୍ରମଣରେ ଯଦି ଯାଉଛନ୍ତି, ତେବେ କୌଣସି ଶୌଚଳାୟକୁ ବ୍ୟବହାର କରିବା ପୂର୍ବରୁ ସେହି ଶୌଚାଳାୟର ପରିଷ୍କାର ବିଷୟରେ ଧ୍ୟାନ ଦେବା ଉଚିତ । ସେଠାରେ ଯଦି ପରିଷ୍କାର ନ ଥାଏ ତ ଆପଣଙ୍କୁ infection ହେବାର ସମ୍ଭାବନା ବଢିଯାଏ ।

୪) ବେଳେବେଳେ ପରିସ୍ରା କରିବା ପରେ ଗନ୍ଧ ହେଇଥାଏ । ଯାହାକୁ ଲୋକମାନେ ଅଣଦେଖା କରି ଦିଅନ୍ତି । infection ହେଇଥିଲେ ପରିସ୍ରା କରିବା ପରେ ଗନ୍ଧ ହେଇଥାଏ ।

ଆଶା କରୁଛୁ ଅନୁଛେଦରେ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । !!ଧନ୍ୟବାଦ!!