ମାଆଙ୍କ ଗୋଟିଏ ଆଖି ନଥିଲା, ତେଣୁ ପୁଅ କରୁଥିଲା ଘୃଣା । ପଢାପଢି ସାରି ବିଦେଶ ଗଲା, ମାଆଙ୍କ ମୃତ୍ୟୁ ପରେ ଯେତେବେଳେ ଘରକୁ ଫେରିଲା …..

Spread the love

ମାଆଙ୍କ କକ୍ଷରେ ପୁଅ ପହଂଚି ଥିଲା, ସେଠି ସେ ଗୋଟିଏ ଚିଠି ଦେଖିଥିଲା, ଯେଉଁଥିରେ ଏକ ପୁରୁଣା ଘଟଣା ଲେଖା ହୋଇଥିଲା ।

ଗୋଟିଏ ସହରରେ ଜଣେ ମହିଳା ନିଜ ପୁଅ ସହ ରହୁଥିଲେ । ସେହି ମହିଳାଙ୍କ ସ୍ୱାମୀ ଏକ ଦୁର୍ଘଟଣାରେ ମରି ଯାଇଥିଲେ ଓ ସେହି ମହିଳାଙ୍କ ଏକ ଆଖି ଦୁର୍ଘଟଣାରେ ନଷ୍ଟ ହୋଇ ଯାଇଥିଲା । ଏହା ଫଳରେ ସେହି ମହିଳାଙ୍କ ସୁନ୍ଦରତା ଚାଲି ଯାଇଥିଲା । ଏହି କାରଣରୁ ଲୋକେ ସେହି ମହିଳାଙ୍କୁ ଥଟା କରୁଥିଲେ । ଯଦି ସେହି ମହିଳାଙ୍କ ଜୀବନରେ କିଛି ଖୁସି ଥିଲା; ତା’ହେଲେ ସେହି ଖୁସି ହେଉଛି ତାଙ୍କ ପୁଅ । ସେହି ମହିଳା ଜଣକ ନିଜ ପୁଅକୁ ଖୁବ୍ ଭଲ ପାଉଥିଲେ ।

ମାଆଙ୍କ ପ୍ରେମ ପାଇଁ ପୁଅ ବିରକ୍ତ ହେଉଥିଲା :

ମହିଳା ଜଣକ ନିଜ ପୁଅକୁ ନେଇ ଖୁବ୍ ଚିନ୍ତାରେ ରହୁଥିଲେ । ମହିଳାଙ୍କ ଇଚ୍ଛା ଥିଲା ପୁଅ ଭଲ ପାଠପଢି କରୁ, ତେବେ ଯାଇ ଭଲ ମଣିଷଟିଏ ହେବ । ମହିଳାଙ୍କ ପୁଅ ଭଲ ପଢୁଥିଲା, ତେଣୁ ମହିଳା ଜଣକ ପରିଶ୍ରମ କରି ପୁଅକୁ ପାଠ ପଢାଉଥିଲେ ।

ଥରେ ପିଲାଟି ନିଜ ଖାଇବା ନେବା ପାଇଁ ଭୁଲି ଯାଇଥିଲା । ମହିଳା ଜଣକ ଖାଇବା ଧରି ସ୍କୁଲକୁ ଯାଇଥିଲେ ସେଠାରେ ଥିବା ପିଲାମାନେ ମହିଳାଙ୍କୁ ଖୁବ୍ ଥଟ୍ଟା କରିଥିଲେ । ପୁଅକୁ ମା ସ୍କୁଲ ଆସିବା ଭଲ ଲାଗିନଥିଲା ଓ ନିଜକୁ ନିଜେ ଲଜ୍ଜିତ ଅନୁଭଵ କରିଥିଲା ।

ସନ୍ଧ୍ୟାରେ ଯେତେବେଳେ ପୁଅ ଘରକୁ ଫେରିଲା; ମାଆଙ୍କୁ ଵହୁତ କିଛି ଖରାପ କଥା କହିଥିଲା ଓ ଭାବି ନେଇଥିଲା ଯେ କଦାପି ଆଉ ନିଜ ମାଆଙ୍କ ସହ ରହିବ ନାହିଁ । ଭଲ ପଢୁଥିବା କାରଣରୁ ତାକୁ ସ୍କଲରସିପ୍ ମିଳିଥିଲା । ତେଣୁ ସେ ଆଗକୁ ପଢିବା ପାଇଁ ବିଦେଶ ଚାଲି ଯାଇଥିଲା । କିନ୍ତୁ ମାଆ ଚାହୁଁ ନଥିଲେ ପୁଅ ତାକୁ ଛାଡିଯାଉ ।

ପୁଅକୁ ମାଙ୍କ ପାଖରେ ରହିବା ଓ ଭଲ ପାଇବା ପସନ୍ଦ ନଥିଲା । ସେଥିପାଇଁ ସୁଯୋଗ ମିଳିବ କ୍ଷଣି; ସେ ବିଦେଶ ଚାଲି ଯାଇଥିଲା । ପଢାସରିବା ପରେ ହିଁ ବିଦେଶରେ ଚାକିରୀ ମିଳିଯାଇଥିଲା । ପିଲାଟି ଚାକିରୀ ପାଇବା ପରେ ସେଠାରେ ରହିବାକୁ ଲାଗିଲା । ବିଦେଶରେ ରହିବା ପରେ ସେ ପୁରାପୁରି ନିଜ ମାଆଙ୍କ କଥା ଭୁଲି ଯାଇଥିଲା ।ନା ସେ କଲ୍ କରୁଥିଲା ନା ହିଁ ସେ ମାଆଙ୍କ ସହ ମିଶିବାକୁ ଆସୁଥିଲା ।

ମାଆଙ୍କ କକ୍ଷରେ ଚିଠି ମିଳିଥିଲା :

କ୍ଵଚିତ ହିଁ ମାଆଙ୍କ ସହ କଥାବାର୍ତ୍ତା ହେଉଥିଲା । ଥରେ ସେହି ପିଲାଟିକୁ କଲ୍ ଆସିଥିଲା ଯେ, ତା ମାଆ ଆଉ ଦୁନିଆରେ ନାହାଁନ୍ତି । ପୁଅ ଦୁଃଖି ନଥିଲା କିନ୍ତୁ ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ନିଜ ଦେଶକୁ ଆସିବା ପାଇଁ ପଡିଲା । ଥରେ ସେ ଯେତେବେଳେ ମାଆଙ୍କ କକ୍ଷକୁ ଯାଇଥିଲା, ସେଠାରେ ସେ ଏକ ଚିଠି ପାଇଥିଲା ଓ ସେଥିରେ ତାର ନାଁ ଲେଖା ହୋଇଥିଲା । ଯେତେବେଳେ ସେ ଚିଠି ଖୋଲି ପଢିଥିଲା, ସେହି ଚିଠି ପଢିବା ପରେ ତା ଆଖିରୁ ଲୁହ ବୋହି ଯାଇଥିଲା ।

ଚିଠିରେ ଲେଖା ହୋଇଥିଲା, “ପୁଅ, ମୁଁ ତୋତେ ସେହି କଥା କହି ନାହିଁ, ଯାହା ଆମ ଦୁର୍ଘଟଣା ଦିନ ହୋଇଥିଲା । ଦୁର୍ଘଟଣାରେ ତୋ ବାପା ମରିଯିବା ସହ ତୋର ଏକ ଆଖି ମଧ୍ୟ ଚାଲି ଯାଇଥିଲା । ସେହି ସମୟରେ ମୁଁ ମୋ ଆଖି ତୋତେ ଦେଇଥିଲି କାରଣ ତୋ ସାମ୍ନାରେ ପୁରା ଦୁନିଆ ଥିଲା । ବର୍ତ୍ତମାନ ମୋ ଶରୀର ଅସୁସ୍ଥ ହେବାରେ ଲାଗିଛି । ତେଣୁ ଚିଠି ମାଧ୍ୟମରେ ତୋତେ ଜଣେଇବା ପାଇଁ ଚାହୁଁଚି, ମୁଁ ତୋତେ ବହୁତ ଭଲ ପାଏ ।”

ମାନ୍ୟତା ରହିଛି ଭଗବାନ ସବୁ ସ୍ଥାନରେ ନାହାନ୍ତି ! ତେଣୁ ସେ ମାଆଙ୍କୁ ପଠାଇଥାନ୍ତି ଓ କାଳେ ଆମେ ପଥ ଭ୍ରଷ୍ଟ ନ ହେବା ପାଇଁ ପିତାଙ୍କୁ ପଠାଇଛନ୍ତି । ଯେତେବେଳେ ଆମ ପାଖରେ ମାତାପିତା ଥାନ୍ତି, ଆମକୁ ସେମାନଙ୍କ ଭଲ ପାଇବା ପସନ୍ଦ ଆସେ ନାହିଁ । ବେଳେବେଳେ ସେମାନଙ୍କ କଥା ଆମକୁ ଭଲ ଲାଗିଥାଏ । ଆମେ ଚିଡି ଯାଇ, ସେମାନଙ୍କୁ ଛାଡି ଯିବାକୁ ଚିନ୍ତା କରିଥାଉ । କିନ୍ତୁ ଯେତେବେଳେ ସେମାନେ ଆମକୁ ସବୁ ଦିନ ପାଇଁ ଛାଡି ଚାଲିଯାଆନ୍ତି; ସେହି ସମୟରେ ସେମାନଙ୍କ ଅସ୍ତିତ୍ୱ ଆମକୁ ଜଣା ପଡିଥାଏ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ କମେଣ୍ଟରେ “ମାଆ” ଲେଖନ୍ତୁ ।