ଝିଅକୁ ଘରେ ବନ୍ଦ କରି ବିବାହକୁ ଚାଲିଗଲେ ପିତା-ମାତା, ଫେରିବା ବେଳକୁ ଦେଖିଲେ ଭିତରେ ହୃଦୟ ବିଦାରକ ଦୃଶ୍ୟ !

Spread the love

ଝିଅର ପାଠପଢ଼ା ପାଇଁ ତାକୁ ଘରେ ଛାଡ଼ି ବାହାରକୁ ଯାଇଥିଲେ ପିତା ମାତା ! କିନ୍ତୁ ପରେ ଏମିତି ଘଟଣା ହେଲା ଯାହା ସମସ୍ତଙ୍କ ହୃଦୟ ଦୋହଲେଈ ଦେଇଥିଲା !

ମଣିଷ ଜୀବନରେ ଘଟଣା ଓ ଦୈବ ସଂଯୋଗ, ଏହି ଦୁଇ ଏମିତି ଜିନିଷ ଅଟେ ଯାହା ବିଷୟରେ ମଣିଷକୁ ଜଣାନଥାଏ ବାସ୍ ଏମିତି ହୋଇଯାଏ । ଦୈବ ସଂଯୋଗ ଏବଂ ସାମାନ୍ୟ ଘଟଣାରେ ତଫାତ୍ ଏତିକି ଅଟେ କି ସାମାନ୍ୟ ଘଟଣାରେ ମଣିଷ ସହ କିଛି ବି ହେଇପାରେ ତାର ଜୀବନ ମଧ୍ୟ ଯାଇପାରେ ଏବଂ ଖରାପ ବି ହେଇପାରେ ।
କେବେ କେବେ ମଣିଷର ଜୀବନରେ କିଛି ଘଟଣା ଏମିତି ହୋଇଯାଇ ଥାଏ କି ତାକୁ ପରେ ପଶ୍ଚ୍ୟାତାପ ଛଡା ଆଉ କିଛି ନଥାଏ । ମଣିଷକୁ ସର୍ବଦା କିଛି ସାବଧନରେ ରହିବା ଅଭ୍ୟାସ ହେଇଥାଏ କିନ୍ତୁ କିଛି ଘଟଣା ଏମିତି ହୋଇଥାଏ କି ଯାହା ବିଷୟରେ ମଣିଷ କେବେ ଭାବି ନଥାଏ କିନ୍ତୁ ହୋଇଯାଇଥାଏ । ଝିଅକୁ ଘରେ ବନ୍ଦ କରି ବାହାଘରକୁ ଚାଲିଗଲେ ପିତା ମାତା, ଚାଲନ୍ତୁ ଜାଣିବା ପୁରା ଘଟଣା କଣ ?

ଝିଅକୁ ଘରେ ବନ୍ଦ କରି ଚାଲିଗଲେ ବାହାଘର ପାଇଁ ମାତା ପିତା :

ମୁମ୍ବାଇର ଉପନଗରୀୟ ଏରିଆ ଦାଦରରେ ଏକ ବଡ଼ ଘଟଣା ହେଇଥିଲା । ଏଠାରେ ରବିବାରମାନେ ଏହି ମାସର ଦ୍ଵିତୀୟ ରବିବାର ଦିନ, ଏମିତି ଏକ ଘଟଣା ହେଇଗଲା ଯେଉଁଥିରେ ଜଣେ ମାତା ପିତାଙ୍କୁ ପଶ୍ଚ୍ୟାତାପ କରିବା ଛଡା ଆଉ କିଛି ମିଳିପାରିବ ନାହିଁ । ଏକଦା ଗୋଟିଏ ଅପାର୍ଟମେଣ୍ଟରେ ରହୁଥିବା ଷୋହଳ ବର୍ଷର ଛାତ୍ରୀର ନିଃଶ୍ୱାସ ରୁନ୍ଧି ହୋଇଯିବାରୁ ମୃତ୍ୟୁ ଘଟିଥିଲା । ଛାତ୍ରୀର ପରିଚୟ ଶ୍ରାବଣୀ ଚାବନ୍ ରୂପରେ କରାଯାଇଛି । ପୁଲିସର୍ କହିବା ଅନୁସାରେ ତାର ମାତା ପିତା ତାକୁ ଘରର କବାଟ ବନ୍ଦ କରି ବାହାରକୁ କୁଆଡ଼େ ଚାଲିଯାଇଥିଲେ । ବାହାରକୁ ଯିବା ସମୟରେ ପିତାମାତା ବାହାରୁ କବାଟ ବନ୍ଦ କରିଥିଲେ । କାରଣ ଝିଅ ଶାନ୍ତିରେ ପଢ଼ି ପାରିବ ବୋଲି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଘର ଭିତରେ ନିଆଁ ଲାଗିଗଲା ଏବଂ ଝିଅକୁ ବଞ୍ଚାଇବା ସମ୍ଭବ ହୋଇ ପାରିଲା ନାହିଁ । ଶ୍ରାବଣୀର ମାତା ପିତାଙ୍କୁ ରବିବାର ଦିନ ଏକ ବାହାଘରକୁ ଯିବାର ଥିଲା ଏବଂ ସେମାନେ ଶ୍ରାବଣୀକୁ ତାର ପଢା ପାଇଁ ଘରେ ଛାଡ଼ି ଯାଇଥିଲେ । ତା ସହିତ ସେମାନେ ଘରର କବାଟ ବାହାରୁ ବନ୍ଦ କରିଦେଇଥିଲେ । କାରଣ ତାକୁ କେହି ବିରକ୍ତ ନ କରିପାରନ୍ତି ଏବଂ ୧.୪୫ରେ ପଞ୍ଚମ ବିଲଡିଙ୍ଗର, ସେହି ଅପାର୍ଟମେଣ୍ଟର ତିନି ନମ୍ବରରେ କେମିତି ନିଆଁ ଲାଗିଗଲା ।

ପାଞ୍ଚ ନମ୍ବରର ଲିଫ୍ଟ୍ ଏହି ବିଲିଡିଂର ତିନି ନମ୍ବର ଫ୍ଲୋରର କିଛି ଜାଗାରେ ନିଆଁ ଲାଗିଗଲା ଏବଂ ସେହି ନିଆଁ ଶ୍ରାବଣୀର ଘର ଯାଏଁ ପହଞ୍ଚି ଯାଇଥିଲା ଏବଂ ସେ ସେଠାରେ ଫସି ଯାଇଥିଲା । ଅଗ୍ନିଶମ କର୍ମଚାରୀ କହିଲେ କି ଶ୍ରାବଣୀ ଘରର କବାଟ ବାହାରୁ ଏବଂ ଭିତରୁ ମଧ୍ୟ ବନ୍ଦଥିଲା । ତେଣୁ ତାକୁ ବଞ୍ଚାଇବା ଅସମ୍ଭବ ହୋଇପଡ଼ିଲା । ଏହା ବ୍ୟତୀତ ଘଟଣା ସ୍ଥଳରେ କିରୋସିନିର ଡବା ମଧ୍ୟ ମିଳିଥିଲା ।

ବିଲଡିଙ୍ଗରେ ନିଆଁ ଲାଗିପରେ, ଝିଅଟି ପୁରାପୁରି ଅଚେତ ହେଇଯାଇଥିଲା ଏବଂ ଯେତେବେଳେ ତାକୁ ଘୋରଇ ହସ୍ପିଟାଲରେ ନିଆଯାଇଥିଲା, ସେତେବେଳକୁ ତାର ଜୀବନ ଚାଲି ଯାଇଥିଲା । ପୁଲିସର କହିବା ଅନୁସାରେ, ତାର ପିତା ୱକୋଲ୍ ଥାନାରେ ପୁଲିସ୍ ଭାବେ କାମ କରନ୍ତି । ଏହି ଘଟଣାରେ ଇଲେକ୍ଟ୍ରୋନିକ ୱାୟର ଏବଂ ଘରର କେତେକ ମୂଲ୍ୟବାନ୍ ଜିନିଷ ମଧ୍ୟ ଜଳି ପାଉଁଶ ହୋଇଯାଇ ଥିଲା । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ କାବୁ କରିବା ପାଇଁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ଏବଂ ଫ୍ଲାଟରେ କିରୋସିନିର ଡବା କେଉଁଠୁ ରଖାଯାଇଥିଲା ତାର ମଧ୍ୟ ତଦନ୍ତ ଚାଲିଛି ।