ପାନ ପତ୍ର ସହିତ ଗୋଲ ମରିଚର ବ୍ୟବହାର କରନ୍ତୁ, ଆଉ ତା’ପରେ ଆପଣ ନିଜେ ଜାଣିବେ ପାନପତ୍ରର ଉପକାରିତା

Spread the love

ପ୍ରାୟ ଅଧିକାଂଶ ଲୋକ ପାନ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ପାନ ଖରା-ତରାରେ ବୁଲି ବୁଲି ବ୍ୟବସାୟ କରୁଥିବା ଲୋକମାନେ ଅଧିକ ପାନ ଖା’ନ୍ତ । କାରଣ ଖରା ଯୋଗୁଁ ସେମାନଙ୍କ ପାଟି ସୁଖି ଯାଏ, ଅପନ୍ତରା ଜାଗାରେ ପାଣି ମଧ୍ୟ ମିଳିବ କି ନାହିଁ, ତେଣୁ ସେହି ବ୍ୟବସାୟୀମାନେ ପାନ ଖାଇ ନିଜ ଶୁଖିଲା ପାଟିକୁ ପାଣିର ଆବଶ୍ୟକତାକୁ କିଛି ସମୟ ପର୍ଯ୍ୟନ୍ତ ବର୍ତ୍ତି ରଖିପାରିବାରେ ସକ୍ଷମ ହୋଇଥାନ୍ତି ।

ପାନରେ ବ୍ୟବହୃତ ପାନପତ୍ର ସ୍ୱାସ୍ଥ୍ୟର ଯତ୍ନ ରଖିଥାଏ । ପାନପତ୍ର ବହୁତ ଗୁଡିଏ ରୋଗରୁ ବଞ୍ଚାଇଥାଏ । କିନ୍ତୁ ଏହା ମନେ ରଖନ୍ତୁ ଯେ, ପାନ ସହିତ ଜର୍ଦାର ବ୍ୟବହାର କରନ୍ତୁ ନାହିଁ । ସ୍ଵସ୍ଥ ପକ୍ଷେ ହାନିକାରକ । ପାନ ପତ୍ର ସହିତ ଯଦି କର୍ପୂର, ପିପାର୍ମିଣ୍ଟର ବ୍ୟବହାର କରାଯିବ ତ ଥଣ୍ଡା କାଶରୁ ନେଇ ମେଦବହୁଳତା ପର୍ଯ୍ୟନ୍ତ, ଏହି ସବୁଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ପାନପାତ୍ରର ବ୍ୟବହାର ଓ କେଉଁ କେଉଁ ରୋଗଠାରୁ ଆମକୁ ଦୂରେଇ ରଖିଥାଏ :

ପାନ ପତ୍ରକୁ ଯଦି ଗୋଲ ମରିଚ ସହିତ ବ୍ୟବହାର କରାଯାଏ ତେବେ ଏହା ମୋଟାପଣର ସମସ୍ୟାକୁ ଦୂର କରିଥାଏ । ଯେଉଁ ମଣିଷ ପତଳା କିମ୍ବା ଦୁର୍ବଳ ଅଟେ, ତାଙ୍କ ପାଇଁ ପାନ ପତ୍ର ବହୁତ ଲାଭକାରୀ ହୋଇଥାଏ ।

ଯଦି ଆପଣ କୋଷ୍ଟକାଠିନ୍ୟ ସମସ୍ୟାରେ ବାରମ୍ବାର ପୀଡିତ ହେଉଛନ୍ତି, ତେବେ ଆପଣ ପାନ ପତ୍ର ସେବନ କରନ୍ତୁ ଏହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହେବ ।

ଯଦି ମୁହଁରୁ ଚମଡା ବାହାରୁଛି, ତେବେ ଆପଣ ପାନ ପତ୍ର ଚୋବାଇ ଚୋବାଇ ଖାଆନ୍ତୁ, ଏହା ଦ୍ୱାରା ଛାଲ ବା ଚମଡା ବାହାରିବା ସମସ୍ୟା ଠାରୁ ମୁକ୍ତି ମିଳିବ ଓ ଚେହେରାର ସତେଜ ଆସିବ ।

ଏସିଡିଟିର ମୁଖ୍ୟ କାରଣ ହେଉଛି ପାନ ପତ୍ର । ତେଣୁ ଆସିଡିଟି ଠାରୁ ଦୂରେଇ ରହିବ ପାଇଁ ପାନ ପତ୍ର ସେବନ କରନ୍ତୁ ନାହିଁ ।

ପାନରେ ଲବଙ୍ଗ ପକେଇ ଖାଇଲେ ଜ୍ୱର ସମସ୍ୟାରୁ ମୁକ୍ତି ମିଳି ଥାଏ ।

ଏହାର ପତ୍ର ଚୋବେଇଲେ ଡାଇବେଟିସ ବି ନିୟନ୍ତ୍ରିତ ରହି ଥାଏ ।

ଏଥିରେ କର୍ପୂର ଆଉ ପିପାର୍ମିଣ୍ଟ ପକେଇ ଖାଇଲେ ପାୟରିୟା (plaque) ପରି ସମସ୍ୟା ଦୂର ହୋଇଥାଏ । ଏହାର ରସ ଭିତରକୁ ଗଲେ ପେଟ ପାଇଁ ବି ଉପକାରୀ ହୋଇଥାଏ । ଯଦି ଦାନ୍ତମାଢିରୁ ରକ୍ତ ବାହାରୁଛି ତେବେ ଆପଣ ପାନ ପତ୍ରକୁ ପାଣିରେ ଫୁଟେଇ ଦିଅନ୍ତୁ , ତା’ପରେ ପତ୍ରକୁ ଦଳି ଦାନ୍ତ ମାଢିରେ ଲଗାନ୍ତୁ ।

ଯଦି ସିଗାରେଟ ଅଭ୍ୟାସ ଛାଡିବା ପାଇଁ ଚାହୁଁଛନ୍ତି ତେବେ ଏହି ପାନ ପତ୍ର ଚୋବନ୍ତୁ । ସିଗାରେଟ ପରି କୂଅଭ୍ୟାସକୁ ଦୂରେଇ ପାରିବେ ।

ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।