ପାନ କାର୍ଡ ରଖିଥିବା ବ୍ୟକ୍ତିମାନେ ସାବଧାନ ହୋଇଯାଆନ୍ତୁ, ଏହି ଭୁଲ ପାଇଁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ ।

Spread the love

ବର୍ତ୍ତମାନ ସମୟରେ ପାନ କାର୍ଡ ଏକ ଆବଶ୍ୟକୀୟ ପରିଚୟ ପତ୍ର ହୋଇଯାଇଛି, ଯାହାର ବିନା କୌଣସି ଜରୁରୀ କାର୍ଯ୍ୟ ସମ୍ପାଦନ କରି ପାରିବେ ନାହିଁ । ପାନ କାର୍ଡର ବ୍ୟବହାର ଏତେ ମାତ୍ରରେ ଚାଲିଛି ଯେ, ଯେଉଁଠି ଦେଖ କେବଳ ପାନ କାର୍ଡର ବ୍ୟବହାର । ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସମୟରେ ଏବଂ ସମ୍ପତ୍ତି କିଣା ବିକା କଲାବେଳେ, ଯାନବାହନ ବିକ୍ରି କରିବା ସମୟରେ, ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା କିଣିଲା ବେଳେ ଏବଂ ଆଇଟିଆରରେ ଦାଖିଲ ହେଲା ଭଳି କାର୍ଯ୍ୟରେ ମଧ୍ୟ ପାନ କାର୍ଡର ଆବଶ୍ୟକତା ପଡିଥାଏ । କିନ୍ତୁ ଯେଉଁଲୋକ ମାନଙ୍କ ପାଖରେ ଗୋଟିଏରୁ ଅଧିକ ପାନକାର୍ଡ଼ ଥାଏ, ସେହି ଲୋକମାନେ ସତର୍କ ହୋଇ ଯାଆନ୍ତୁ । କାରଣ ପାନକାର୍ଡକୁ ନେଇ ସରକାର ନୂତନ ନିୟମ ପ୍ରଣୟନ କରିଛନ୍ତି ଏବଂ ଏହାର ଘୋଷଣା ମଧ୍ୟ କରି ସାରିଛନ୍ତି ।

ସରକାରଙ୍କ ଆଦେଶ ଅନୁସାରେ ଆୟକର ବିଭାଗ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଗୋଟେ ଠାରୁ ଅଧିକ ଅର୍ଥାତ ଏକାଧିକ ପାନ କାର୍ଡ ରଖିଥାଏ; ତେବେ ତାଙ୍କ ଉପରେ ଆଇନ କାର୍ଯ୍ୟାନୁଷ୍ଠାନ କରା ଯାଇପାରେ ଏବଂ ଆଇନ ଅନୁସାରେ ତାଙ୍କୁ ଦଣ୍ଡିତ ମଧ୍ୟ କରା ଯାଇପାରେ । ଅର୍ଥାତ ଯଦି କାହା ପାଖରେ ଏକାଧିକ ପାନ କାର୍ଡ ଥାଏ; ତେବେ ଆୟକର ବିଭାଗ ଆକ୍ଟ ୧୯୬୧ର ୨୭୨-ବି ଅନୁଯାୟୀ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ । ଏମିତିରେ ଯଦି କୌଣସି ଲୋକଙ୍କ ପାଖରେ ଏକାଧିକ ପାନକାର୍ଡ ରହିଛି; ତେବେ ସତର୍କ ହୋଇଯାଆନ୍ତୁ ଏବଂ ସମୟ ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ ।

ଏମିତି ଭାବେ ଆତ୍ମସମର୍ପଣ କରନ୍ତୁ :

ଯଦି ଆପଣଙ୍କ ପାଖରେ ଏକାଧିକ ପାନକାର୍ଡ ଅଛି ଏବଂ ଆପଣ ଆଇନ କାର୍ଯ୍ୟନୁଷ୍ଠାନରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି; ତେବେ ଆପଣଙ୍କର ଅତିରିକ୍ତ ପାନ କାର୍ଡକୁ ଅନଲାଇନ କିମ୍ବା ଅଫଲାଇନ ସମର୍ପଣ କରିପାରିବେ । ଏଥିପାଇଁ ଆପଣଙ୍କୁ ଅନଲାଇନ କିମ୍ବା ଅଫଲାଇନ ଆବେଦନ କରିବାକୁ ପଡିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆତ୍ମସମର୍ପଣ କରିବା ଏବଂ ନାମ କିମ୍ବା ଠିକଣା ବଦଳେଇବାର ଫର୍ମ ଗୋଟିଏ ଭଳି ହୋଇଥାଏ । ତେଣୁ ଅନଲାଇନରେ ଆତ୍ମସମର୍ପଣ ପାଇଁ NSLD ୱେବସାଇଟର ବ୍ୟବହାର କରିବେ ଏବଂ ଅଫଲାଇନ ପାଇଁ NSLD ଅଫିସ ଭିଜିଟର ବ୍ୟବହାର କରିପାରିବେ । ଏଠାରେ ଦିଆଯାଇଥିବା ଫର୍ମଟିକୁ ପୂରଣ କରି ଜମା କରିଦିଅନ୍ତୁ, ମନେରଖନ୍ତୁ ଯେଉଁ ପାନ କାର୍ଡକୁ ବାତିଲ କରିବାକୁ ଚାହୁଁଛନ୍ତି; ତାହାର ଏକ କପି ଫର୍ମ ସହିତ ଯୋଡି ଦିଅନ୍ତୁ ।

ଯଦି ଆପଣଙ୍କ ପାଖରେ ମଧ୍ୟ ଦୁଇଟି କିମ୍ବା ଅଧିକ ପାନ କାର୍ଡ ରହିଛି, ତେବେ ସମୟ ପୂର୍ବରୁ ସତର୍କତା ଅବଲମ୍ବନ କରି ସଜାଗ ହୋଇଯାଆନ୍ତୁ ଏବଂ ନିଜକୁ ଅପରାଧ ମୁକ୍ତ ରଖନ୍ତୁ । ଆଜିର ଏହି ଆର୍ଟିକେଲଟି ପଡିଲା ପରେ ଆପଣ ନିଜେ ସତର୍କ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରିବା ପାଇଁ ଏହି ଆର୍ଟିକେଲଟି ନିଜ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ସେୟାର କରନ୍ତୁ ।