ପାନ କାର୍ଡ ବିନା ହୋଇପାରିବ ଏହି ଆଠୋଟି ଜରୁରୀ କାମ । ପାନ କାର୍ଡ଼ ସମ୍ବନ୍ଧୀୟ ନୂଆ ଓ ପୁରୁଣା ନିୟମ :

Spread the love

ଆପଣ ସମସ୍ତେ ଜାଣନ୍ତି ଯେ, ଆଜିକାଲି ପ୍ରତିଟି କ୍ଷେତ୍ରରେ ଆଧାର କାର୍ଡ଼ ଯେପରି ନିହାତି ଜରୁରୀ ଠିକ ସେହିପରି ପାନ କାର୍ଡର ମଧ୍ୟ ନିହାତି ଆବଶ୍ୟକ ହେଉଛି । ପାନ କାର୍ଡ଼ ବିନା ଏପରି କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଧୁରା ରହିଯାଇଥାଏ, ତେଣୁ ଯେଉଁମାନଙ୍କ ପାଖରେ ପାନ କାର୍ଡ଼ ନାହିଁ ସେମାନେ ଯଥା ଶୀଘ୍ର ବନାନ୍ତୁ । ପାନ କାର୍ଡ଼ ସାଧାରଣତଃ ଟଙ୍କା ପଇସା ନେଣ ଦେଣ କ୍ଷେତ୍ରରେ ଅତ୍ୟଧିକ ମାତ୍ରାରେ ବ୍ୟବହାର କରାଯାଉଛି ।

କିନ୍ତୁ ୨୦୧୯ ମାର୍ଚ୍ଚ ୩୧ ପର ଠାରୁ ଏମିତି କେତେକ କାମ ରହିଛି, ଯାହା ପାନ କାର୍ଡ଼ ବିନା ସମ୍ପଦନା କରିବା ସମ୍ଭବପର ନୁହେଁ । ତେଣୁ ଆଜିର ଏହି ଅନୁଛେଦରେ ଜଣାଇବା ପାନ କାର୍ଡ଼ ସମ୍ବନ୍ଧୀୟ କେତେକ ନୂଆ ଓ ପୁରୁଣା ନିୟମ ଜାଣିବା ତା’ସଂଗେ ସଂଗେ ପାନ କାର୍ଡ଼ କେଉଁ କେଉଁ ଜାଗାରେ ବ୍ୟବହାର ହେବ ଓ ହେଉଛି ସେହି ବିଷୟରେ ମଧ୍ୟ ଜାଣିବା କରିବା :

୧. ଯଦି ଆପଣ ବର୍ଷକ ମଧ୍ୟରେ ୨.୫ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଛନ୍ତି ତେବେ ପାନ କାର୍ଡ଼ ଆପଣଙ୍କୁ ପାନ କାର୍ଡର ଆବଶ୍ୟକ ନିହାତି ଜରୁରୀ ।

୨. ଯଦି ଆପଣ ବ୍ୟବସାୟରେ ବର୍ଷକୁ ୫ଲକ୍ଷରୁ ଅଧିକ କାରବାର ହେଉଛି, ତେବେ ଆପଣଙ୍କୁ ପାନ କାର୍ଡର ଆବଶ୍ୟକ ରହିଛି ।

୩. ଆପଣ ଯଦି ନୂଆ କର କିମ୍ବା ମଟର ସାଇକେଲ (ବାଇକ) କିଣୁଛନ୍ତି, ତେବେ ପାନ କାର୍ଡର ଆବଶ୍ୟକ ।

୪. ଯଦି ଆପଣ ୧୦ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତି ବିକ୍ରି କରିବାକୁ ଚଂହୁଛନ୍ତି, ତେବେ ପାନ କାର୍ଡ଼ର ଦେବା ନିହାତି ଜରୁରୀ ଅଟେ ।

୫. ଯଦି ୨ଲକ୍ଷରୁ ଅଧିକ କୌଣସି ଜିନିଷ କିଣନ୍ତି କିମ୍ବା କୌଣସି ଖର୍ଚ୍ଚାନ୍ତ କରନ୍ତି ତେବେ ପାନ କାର୍ଡ଼ ଦେବା ଜରୁରୀ ଅଟେ ।

୬. ବ୍ୟାଙ୍କରେ ଆକାଉଣ୍ଟ ମାଧ୍ୟମରେ ଯଦି ଆପଣ କାହାରିକୁ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ପଠାଉଛନ୍ତି ବା ଟଙ୍କା ଉଠାଉଛନ୍ତି, ତେବେ ପାନ କାର୍ଡର ଆବଶ୍ୟକତା ପଡିବ ।

୭. ଯଦି ଆପଣ ୫୦ ହଜାରରୁ ଉର୍ଦ୍ଧ୍ବ କୌଣସି ଜୀବନ ବୀମା କରୁଛନ୍ତି, ତେବେ ସେହି ସ୍ଥଳରେ ମଧ୍ୟ ପାନ କାର୍ଡର ଆବଶ୍ୟକ ହୋଇଥାଏ ।

୮. ନୂତନ ନିୟମ ଅନୁଯାୟୀ ପାନ କାର୍ଡ଼ ବଦଳରେ ପାନ କାର୍ଡ଼ ନମ୍ବର ମାଧ୍ୟମରେ ମଧ୍ୟ ଉପରୋକ୍ତ କାର୍ଯ୍ୟଗୁଡିକ ସମ୍ପାଦନା କରିପାରିବେ ।

ଯେଉଁମାନଙ୍କ ପାଖରେ ପାନ କାର୍ଡ଼ ନହିଁ, ସେହି ବ୍ୟକ୍ତିମାନେ ସମୟ ପୂର୍ବରୁ କରି ନିଅନ୍ତୁ ।