ପାକିସ୍ତାନ କୁ ନେଇ ଅରୁଣ ଜେଟଳିଙ୍କ ବଡ ବୟାନ । ଯେତେବେଳେ ଆମେରିକା ପାକିସ୍ତାନରେ ପଶି ଓସାମାକୁ ମାରି ପାରିବ ତ ଆମେ କାହିଁକି…

Spread the love

ପୁଲୱାମା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ବଡ଼ ଖବର ଆସିଲା । ପୁଲୱାମା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ମଙ୍ଗବାରଦିନ ଭାରତ ପାକିସ୍ଥାନ ଉପରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କ ଠିକଣା ଗୁଡିକୁ ଧ୍ୱସଂ କରଥିଲେ । ପ୍ରତିବଦଳରେ ପାକିସ୍ଥାନୀ ବୁଧବାର ଦିନ ଭାରତୀୟ ବାୟୁସେନା ସୀମା ପାର କରି ପାକିସ୍ଥାନ ଭାରତ ଭାତରକୁ ପ୍ରବେଶ କରିଛି । ଭାରତୀୟ ବାୟୁସେନା ପାକିସ୍ଥାନକୁ ଏହା ଜବାବ ମଧ୍ୟ ଦେଇଛି । ଏବଂ ଭାରତୀୟ ବାୟୁସେନା ପାକିସ୍ତାନର ଜେଟ୍ ବିମାନ ଏଫ୍-୧୬କୁ ଧ୍ଵଂସ ମଧ୍ୟ କରିଦେଇଛି । ପାକିସ୍ତାନର ବିମାନ ଭାରତ ସୀମା ଭତରେ ପ୍ରବେଶ କରିବା ପରେ ପରେ ହିଁ କେନ୍ଦ୍ରରେ ମୋଦି ସରକାର ବୈଠକ ଡ଼କାଇଥିଲେ ।

କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଳି କହିଲେ କି, ଆଜିର ଦିନରେ ସବୁକିଛି ସମ୍ଭବ ଅଟେ । ଯଦି ଆମେରିକା ପାକିସ୍ତାନ ଭିତରକୁ ପଶି ଓସାମା ବିନ୍ ଲାଡ଼େନ୍ କୁ ମାରି ପାରିବ ତ ସବୁକିଛି ସମ୍ଭବ ଅଟେ ।

ଏହାର ଅର୍ଥ ଏହା କି ସିଧାସଳଖ ସରକାର, ପାକିସ୍ତାନ କୁ ଚେତାବନୀ ଦେଲେ । କି ଭାରତର କୌଣସି କଥାକୁ ହାଲ୍-କାରେ ନିଏ ନାହିଁ । ଭାରତ ଯେକୌଣସି ପରିସ୍ଥିତି ପର୍ଯ୍ୟନ୍ତ ଯାଇ ପାରିବ ଯଦି ପାକିସ୍ତାନ ନିଜ ବ୍ୟବହାରରେ ପରିବର୍ତ୍ତନ ନ ଆଣିଥାଏ ? ଗତକାଲି ଭାରତର ବାୟୁସେନା ପାକିସ୍ତାନ ଭିତରକୁ ଯାଇ ଜୈସ୍ ର କ୍ୟାମ୍ପ କୁ ଓ ଲଞ୍ଚପ୍ୟାଡ଼କୁ ପୂର୍ଣରୂପେ ଧ୍ବଂସ କରି ଦେଇଥିଲେ ।

ପାକିସ୍ତାନ ଏହାର ଜବାବ ଦେବା ପାଇଁ ଆଜି ପାକିସ୍ତାନ ତରଫରୁ ଭାରତୀୟ ଏୟାର ଫୋର୍ସ (ଭାରତୀୟ ବାୟୁସେନା)ର ସୀମା ଉଲଂଘନ କରିବାରୁ ତାହାର ଜବାବରେ ପାକିସ୍ତାନର ଗୋଟିଏ ଏଫ୍-୧୬ ବିମାନକୁ ଧ୍ବଂସ କରିବାରେ ଭାରତୀୟ ବାୟୁସେନା ସଫଳ ହୋଇଥିଲେ ।

ଏବେ ପ୍ରଧାନମନ୍ତ୍ରୀଙ୍କ ବାସ ଭାବନାରେ ଆଜି ଅପରାହ୍ନରେ ଏକ ମହତ୍ୱପୂର୍ଣ୍ଣ ବୈଠକର ଆୟୋଜନ ହେବ, ଯେଉଁଠାରେ ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ ଯୋଗ ଦେବେ ଓ ବର୍ତ୍ତମାନର ପରିସ୍ଥିତ ଉପରେ ଗୁରୁତ୍ୱର ସହ ଆଲୋଚନା କରାଯିବ ।

ଏବେ କେବଳ କାଳ୍ପନିକ ଦୁନିଆ ହୋଇ ରହିନାହିଁ । ଆଜିର ପରିସ୍ଥିତିରେ ସବୁକିଛି ସମ୍ଭବ ଅଟେ ।