ପାକିସ୍ତାନ ଉପରେ ଆକ୍ରମଣ କରିବାପରେ ପଞ୍ଜାବ ରେ ହାଇ ଅଲର୍ଟ !

Spread the love

ଆଜି ପାକିସ୍ତାନ ଉପରେ ବାୟୁସେନା ଙ୍କ ଦ୍ଵାରା ଆକ୍ରମଣ କରିବାପରେ ପଞ୍ଜାବ କୁ ହାଇ ଅଲର୍ଟ ଜାରି କରାଗଲା । ବାୟୁସେନା ସୂତ୍ର ରୁ କହିଲେ କି, ଭାରତୀୟ ଲଢୁଆ ବିମାନ ପଞ୍ଜାବ ର ଆଦମପୁର୍ ଠାରେ ଆକାଶ ମାର୍ଗକୁ ଗତି କରିଥିଲା ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ହେବାଠାରୁ ଦୁଇ ଦେଶଙ୍କ ମଧ୍ୟରେ ବହୁତ ଅଶାନ୍ତି ଜାରିଅଛି ଏହି ମଧ୍ୟରେ ଭାରତୀୟ ବାୟୁସେନା ପାକିସ୍ତାନ ବିରୋଧରେ ଏକ ବଡ଼ ପଦକ୍ଷେପ ନେଲେ । ସୂତ୍ର ଅନୁଯାଇ ଏହି ଆକ୍ରମଣରେ ୨୦୦ ରୁ ୩୦୦ ଆତଙ୍କବାଦୀ ମରିଛନ୍ତି ।

ଟିଭି ରିପୋର୍ଟ ଅନୁସାରେ ପାଲାକୋଟ୍ ଠାରେ ଭାରତୀୟ ବାୟୁସେନା ଦ୍ୱାରା ଆକ୍ରମଣ କରାଗଲା । ପାକିସ୍ତାନ ରେ ଆଜି ୧୦୦୦ କିଲୋ ର ବମ ବର୍ଷିଲେ ଯାହା ଯୋଗୁଁ ସେଠାରେ ଥିବା ସବୁ ଲଞ୍ଚ ପ୍ୟାଡ଼ ମାନଙ୍କୁ ଧ୍ବଂସ କରାଗଲା । ଜୈସ୍ ର କଂଟ୍ରୋଲ ରୁମ କୁ ପୂର୍ଣରୂପେ ଧ୍ବଂସ ହେଇଗଲା। ଭାରତୀୟ ବାୟୁସେନାଙ୍କ ଦ୍ୱାରା କରାଯାଇଥିବା ଏହି ଆକ୍ରମଣ ଏକ ବଡ଼ ସଫଳତା ଅଟେ ।

ଅନ୍ୟପଟେ ପାକିସ୍ତାନ ସେନା ମଧ୍ୟ କହିଲେ କି, ଭାରତୀୟ ବାୟୁସେନା ଭାରତ-ପାକିସ୍ତାନ ନିୟନ୍ତ୍ରଣରେଖା ଉଲଂଘନ କରି ସେମାନଙ୍କ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।