ପାକିସ୍ଥାନ ଟିଭି ଚ୍ୟାନେଲରେ ଓଡ଼ିଆ ବିଜେଡି ବିଧାୟକଙ୍କ ଭାଇରାଲ୍‌ ଭିଡିଓ

Spread the love

ଭୁବନେଶ୍ୱର: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମରେ ଶହୀଦ ହୋଇଥିବା ଯବାନଙ୍କ ସମ୍ପର୍କୀୟ ଦାଦାଙ୍କୁ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଦୁର୍ବ୍ୟବହାର ସମଗ୍ର ଦେଶର ଜନତାଙ୍କୁ ଚକିତ କରିବା ପରେ ଏବେ ପାକିସ୍ଥାନରେ ମଧ୍ୟ ବିଧାୟକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନୀ ଟିଭି ଚ୍ୟାନେଲ୍‌ ଆଜାଦ୍ ନ୍ୟୁଜ୍‌ରେ ଏହି ଖବରକୁ ପ୍ରସାରଣ କରାଯାଇଛି । ସହିଦ ଯବାନଙ୍କ ସମ୍ପର୍କୀୟ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କିଭଳି ଅସମ୍ମାନିତ କରୁଛନ୍ତି ତାକୁ ପ୍ରାଧାନ୍ୟ ଦେଇଛି ପାକିସ୍ଥାନର ଏହି ଘୋରାଇ ଟିଭି ଚ୍ୟାନେଲ । ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କିଭଳି ଭାବରେ ଶାହିଦ୍ଙ୍କ ସମ୍ପର୍କୀୟ ଦାଦାଙ୍କୁ ତଣ୍ଟିଆ ମାରିଛନ୍ତି ଏବଂ ତାଙ୍କ ସହ କିଭଳି ଭାବରେ ଦୁର୍ବ୍ୟବହାର କରିଛନ୍ତି, ତାହା ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଗଣମାଧ୍ୟମ ।

ଗତ ୧୬ ତାରିଖରେ ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ କାର୍ଯ୍ୟ ବେଳେ ସହିଦଙ୍କ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ।

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଏହିଭଳି କାର୍ଯ୍ୟ କଳାପକୁ ଆଂଚଳିକ ଦଳ, ରାଜନୀତିକ ଦଳ ସମେତ ଗଣମାଧ୍ୟମ ମଧ୍ୟ ବିଧାୟକଙ୍କୁ ଘେରାଉ କରିଥିଲେ । ପରିଶେଷରେ ବିଧାୟକ ସାମନ୍ତରାୟ କହିଥିଲୋ ସହିଦଙ୍କ ଅନ୍ତମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ । ତେଣୁ ସେ ଶାହିଦ୍ଙ୍କ ଦାଦାଙ୍କୁ ଟାଣି ଆଣି ସେଠାରେ ବସେଇ ଦେଇଥିଲେ ଏବଂ ସେହି ବ୍ୟକ୍ତି ଜଣକ ଶହୀଦ ମନୋଜଙ୍କ ସଂପର୍କୀୟ ବୋଲି ଜାଣି ନ ଥିଲେ ।

ସାମ୍ପ୍ରତିକ ଘଟଣାକୁ ଭିତ୍ତି କରି ପରବର୍ତ୍ତୀ ପର୍ଯ୍ୟାୟରେ ବିଧାୟକ ଦେବାଶିଷ ସାମନ୍ତରାୟ ଏ ଘଟଣା ପାଇଁ କ୍ଷମା ମାଗିବା ସହ ଏହାକୁ ନେଇ ରାଜନୀତି ନ କରିବାକୁ ମଧ୍ୟ ନିବେଦନ କରିଥିଲେ ।