ପାକିସ୍ତାନ ତରଫରୁ ଆସିଲା ଜବାବ ! ଭାରତ, ପାକିସ୍ତାନକୁ ନଦୀ ପାଣିର ଧାରାକୁ ଅଟକାଇବେ ଯଦି…

Spread the love

ପାକିସ୍ତାନ କୁ ଭାରତରୁ ପ୍ରବାହିତ ହେଉଥିବା ତିନୋଟି ନଦୀ ବ୍ୟାସ, ରବି ଓ ସତଲୁଜ ର ପାଣି ମିଶି ଥାଏ । ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ, ପାକିସ୍ତାନ ମଧ୍ୟରେ ବହୁତ କିଛି ଘଟିବାରେ ଲାଗୁଛି । ଭାରତ ଗୁରୁବାର ଦିନ ପାକିସ୍ତାନକୁ ପୂର୍ବ କ୍ଷେତ୍ରର ନଦୀ ମାନଙ୍କରୁ ମିଳୁଥିବା ନିଜ ଭାଗର ପାଣିକୁ ସମ୍ପୁର୍ଣରୂପେ ବନ୍ଦ କରିବାପାଇଁ ନିର୍ଣ୍ଣୟ ନେଲେ । ଭାରତର ଏହି ନିର୍ଣ୍ଣୟ କୁ ପାକିସ୍ତାନ ସରକାର କହିଲେ କି ଭାରତ ଦ୍ୱାରା ପୂର୍ବ ଦିଗରୁ ଆସୁଥିବା ନଦୀର ପ୍ରବାହରେ ଯଦି ପରିବର୍ତ୍ତନ କରାଯାଏ ତେବେ, ଆମକୁ ଏଥିରେ କିଛି ଚିନ୍ତା ନାହିଁ ।

ପାକିସ୍ତାନ ର ଖବର dawn ସହ କଥାବାର୍ତ୍ତା ରେ ପାକିସ୍ତାନ ର ଜଳ ସଂଶଧନ ମନ୍ତ୍ରାଳୟ ର ଅଧିକାରୀ ଖୁୱାଜା ସୁମୈଲ୍ କହିଲେ କି, ଯଦି ଭାରତ ଦ୍ୱାରା ପୂର୍ବ ଦିଗରୁ ଆସୁଥିବା ନଦୀର ପ୍ରବାହରେ ଯଦି ପରିବର୍ତ୍ତନ କରାଯାଏ ଓ ନିଜ ଲୋକଙ୍କୁ ଏହାର ଯୋଗାଣ କରେ ବା ଅନ୍ୟ କିଛି ଅଦ୍ଦେଶ୍ୟ ଏହାର ବ୍ୟବହାର କରିଥାଏ, ତେବେ ଆମକୁ ନା ଚିନ୍ତା ହେବ ଓ ନା କିଛି ଆପତ୍ତି ଅଛି । ଆଇ.ଡ଼ବ୍ଲ୍ୟୁ.ଟି ଏଭଳି କରିବାକୁ ଆଦେଶ ଦେଇଥାଏ ।

ଭାରତର ଜଳ ସଂଶଧନ ମନ୍ତ୍ରୀ ନୀତିଶ ଗଡ଼କରି ଗୋଟିଏ ଟ୍ୱିଟ ରେ କହିଥିଲେ କି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ସରକାର ପାକିସ୍ତାନ କୁ ପ୍ରବାହିତ ହେଉଥିବା ନିଜ ଭାଗର ପାଣିକୁ ବନ୍ଦ କରିବାପାଇଁ ନିର୍ଣ୍ଣୟ ନେଲେ । ଆମେ ପୂର୍ବ ଦିଗରୁ ନଦୀର ପ୍ରବାହ ର ମାର୍ଗ ବଦଳେଇଦେବୁ ଓ ଏହାର ଯୋଗାଣ ଜମ୍ମୁ ଏବଂ କାଶ୍ମୀର ଓ ପଞ୍ଜାବ ରେ ନିଜ ଲୋକଙ୍କୁ କରିବୁ”

ମୁସୈଲ୍ କହିଲେ କି, ପାକିସ୍ତାନ ଗଡ଼କରି ଙ୍କ ଟ୍ୱିଟ ଆଇ.ଡ଼ବ୍ଲ୍ୟୁ.ଟି ର ପ୍ରସଙ୍ଗ ରେ ଚିନ୍ତାଜନକ ରୂପରେ ଦେଖୁ ନାହାଁନ୍ତି । କହିବାକୁଗଲେ ଭାରତ ରାବି ନଦୀ ଠାରେ ସାହରକୁଣ୍ଡ barrage କରିବାକୁ ଚାହୁଁଛି । ଏହି ପରିଯୋଜନା କୁ ୧୯୯୫ ରେ ଛାଡି ଦିଆଯାଇ ଥିଲା । ଏବେ ସେ ( ଭାରତ ) ନିଜ ଭାଗର ପାଣିର ଉପଯୋଗ କରିବାକୁ ନେଇ ଏଥିପ୍ରତି କାମ କରିବାପାଇଁ ଚାହୁଁଚି । ଯାହା ଅବ୍ୟବହୃତ ହୋଇଯାଏ ଓ ତାହା ଅନ୍ତିମରେ ପାକିସ୍ତାନ କୁ ତାହା ଯାଇଥାଏ । ଏଥିପାଇଁ ଯଦି ସେମାନେ ଏହାର ଉପଯୋଗ କରିବାକୁ କରିବାକୁ ଚାହାନ୍ତି, ତ ଏହି barrage ର ନିର୍ମାଣ ର ମାଧ୍ୟମରେ ବା ନିଜ ଲୋକଙ୍କ ପାଇଁ କିଛି ଉପାଉ ରେ ଏହାର ଉପଯୋଗ କରିପାରିବେ । ସେମାନେ ଏଭଳି କରିପାରିବେ ଓ ଏଥିରେ ଆମର କିଛି ନେବା-ଦେବା ନାହିଁ ।

ସେମାନେ କହିଲେ କି, ” କିନ୍ତୁ ଆମେ ନିଶ୍ଚିତ ରୂପରେ ଆମ ଚିନ୍ତା ଗୁଡିକୁ ଜଣାଇବୁ ଓ ପଶ୍ଚିମ ନଦୀ ଗୁଡିକ (ଚିଲମ, ଝେଲମ୍, ସିନ୍ଧୁ) ପାଣିର ଉପଯୋଗ ବା ପାଣିର ପ୍ରବାହ ବଦଳିବାକୁ ନେଇ ଦୃଢତାରେ ଆପତ୍ତି କରିବୁ କାରଣ ଏଥିପ୍ରତି ଆମ ପ୍ରୟୋଗର ଅଧିକାର ଅଛି ।