ପାକିସ୍ତାନ ସହ ଗମ୍ଭୀର ପୂର୍ଣ୍ଣ ସ୍ଥିତି କମ ହେଲା ପରେ ଟ୍ରମ୍ପ ଭାରତ ଉପରେ ଲଗାଇଲେ ଆରୋପ, କହିଲେ ନେବେ ଜବାବ ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ।

Spread the love

ଆମେରିକାର ରାଷ୍ଟ୍ରପତି ଡନାଲଡ଼ ଟ୍ରମ୍ପ ଆରୋପ ଲଗାଇବାକୁ ଯାଇ କହିଛନ୍ତି ଯେ ଭାରତ ଆମେରିକା ଉତ୍ପାଦ ଜିନିଷ ଉପରେ ବହୁତ ଅଧିକ କର ଲଗାଉଥିବା ଦେଶ ଅଟେ । ଟ୍ରମ୍ପ କହିଛନ୍ତି କି ସେ ଏହାର ଜବାବ ରେ ପାରସ୍ପରିକ ବରାବରୀ ବା ଏକ ମାମୁଲି କର ବା ଟେକ୍ସ ଭାରତ ର ଉତ୍ପାଦ ଉପରେ ଲଗାଇବାକୁ ଚାହାନ୍ତି ।

ଡନାଲଡ଼ ଟ୍ରମ୍ପ କଞ୍ଜରଭେଟିଭ ପଲିଟିକଲ କଂଫେରେନ୍ସ କୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ଅଧିକ କର ବସାଉଥିବା ଦେଶ ଅଟେ । ଟ୍ରମ୍ପ ଆମେରିକା ର ଆଇଫୋନ ଓ ହ୍ରଲେ ଦେବିଡ଼ସନ ମୋଟର ସାଇକେଲ ର ଉଦାହରଣ ଦେଇ କହିଛନ୍ତି ଯେ ଯେବେ ଆମେ ଭାରତକୁ ମୋବାଇଲ ଫୋନ ବା ମୋଟର ସାଇକେଲ ପଠାଉଛୁ ତ ତା ଉପରେ ୧୦୦ ପ୍ରତିଶତ କର ଲଗା ଯାଉ ଛି। କିନ୍ତୁ ଭାରତ ଯେତେବେଳେ ଆମକୁ ମୋଟର ସାଇକେଲ ପଠାଇଥାଏ ସେତେବେଳେ ଆମେରିକା କିଛି ମଧ୍ୟ କର ଲଗାଇ ନଥାଏ ।

ଟ୍ରମ୍ପ କହିଛନ୍ତି କି ଏଥିପାଇଁ ସେ ପରସ୍ପର ବରାବର ର ଟେକ୍ସ ଚାହାନ୍ତି ଅବା ସେ କମ ସେ କମ କିଛି ଶୁଳ୍କ ଲଗାଇବାକୁ ଚାହାନ୍ତି । ଏହା ମିରର ଟେକ୍ସ ବା ଜବାବୀ କର ହେବ । ଟ୍ରମ୍ପ ଶନିବାର ଦିନ କହିଛନ୍ତି କି ସେ ଭାରତକୁ କେବଳ ଏକ ଉଦାହରଣ ସ୍ୱରୂପ କହୁଛନ୍ତି ଏହା କହିବା ପାଇଁ ଅନ୍ୟ ଦେଶ ମାନେ କିପରି ଭାବରେ ଆମେରିକା ଉତ୍ପାଦ ଉପରେ କର ବସାଉଛନ୍ତି । ଏବେ ସମୟ ଆସିଯାଇଛି କି ଆମେରିକା ମଧ୍ୟ ପରସ୍ପର ବରାବର ଶୁଳ୍କ ଆଦାୟ କରିବ ।

ଆମେରିକା ର ରାଷ୍ଟ୍ରପତି କହିଛନ୍ତି କି ଭାରତ ବହୁତ ଅଧିକ କର ଆଦାୟ କରୁଥିବା ଦେଶ । ମୁଁ ଭାରତ ଉପରେ ୧୦୦ପ୍ରତିଶତ ଶୁଳ୍କ ଲଗାଇବାକୁ ଚାହୁଁନାହିଁ କିନ୍ତୁ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଯାଉଛି । ଟ୍ରମ୍ପ ନିଜର ସମର୍ଥକ ଙ୍କୁ କହିଛନ୍ତି କି ସଂସଦ ରେ ତାଙ୍କର ଏହି ପଦକ୍ଷେପ କୁ ବିରୋଧ କରାଯାଉଛି । ଏଥିପାଇଁ ମୋତେ ଆପଣଙ୍କ ସମର୍ଥନ ଦରକାର ।

ଡନାଲଡ଼ ଟ୍ରମ୍ପ କହିଛନ୍ତି କି ଆମେରିକା କୌଣସି ଦେଶର ଉତ୍ପାଦ ଉପରେ ୧୦୦ ପ୍ରତିଶତ କର ବସାଇବାକୁ ଦେବ ନାହିଁ, ଯେଉଁଥିରେ ତାହାକୁ କୌଣସି ବି ଲାଭ ମିଳୁ ନାହିଁ ।