ପାକିସ୍ତାନର ପୋଲ୍ ଖୋଲିଲା….. ପାକିସ୍ତାନର ହିଁ ମନ୍ତ୍ରୀ !!

Spread the love

ଯେତେ ବି ପ୍ରମାଣ ଦେଇଦିଅ, ଯେତେ ବି ତଥ୍ୟ ପ୍ରକାଶ କରିଦିଅ, କିନ୍ତୁ ପାକିସ୍ତାନ କେବେମଧ୍ୟ ଏହା ମାନିବାକୁ ରାଜି ନାହିଁ କି, ତାଙ୍କ ଜମିରେ ଆତଙ୍କବାଦୀ ଙ୍କୁ ଜନ୍ମ କରାଯାଉଛି । ପାକିସ୍ତାନ ଏହାକୁ ମଧ୍ୟ କେବେ ସ୍ୱୀକାର କରିବା ନାହିଁ କି, ପାକିସ୍ତାନ ରେ ଆତଙ୍କବାଦୀ ଙ୍କ factory ଚାଲିଥାଏ । ପାକିସ୍ତାନ କେବେମଧ୍ୟ ମାନିବ ନାହିଁ କି, ପାକିସ୍ତାନରୁ ହିଁ ଭାରତ ପାଇଁ ଷୋଡ଼ଯନ୍ତ୍ର କରାଯାଏ ।

ପାକିସ୍ତାନ ର ଗୃହସଚିବ କହିଲେ –

ଆମେ ଆପଣଙ୍କୁ ଯେଉଁ ହେଡଆଉଟ୍ ଦେଇଛୁ ସେହି ଭିତରେ କିଛି ନାମ ଅଛି ଯିଏ କି, ଡୋଜିଅର୍ ରେ ମଧ୍ୟ ସାମିଲ ଥିଲେ । କିଛି ପ୍ରମାଣ ମାଗିଛୁ ଯେଉଁଠାରୁ ଆହୁରି ତଥ୍ୟ ଆସିବ । ସେତେବେଳେ ଆମେ ଦେଖିବୁ ଯେଉଁ ଲୋକମାନଙ୍କୁ ଅଭିରକ୍ଷା କୁ ନେଇଛନ୍ତି । ଯେଉଁମାନଙ୍କୁ ଅଭିରକ୍ଷା କୁ ନିଆଯାଇଛି ସେଥିରେ ୪୪ ଲୋକମାନେ ଅଛନ୍ତି । ଏମାନେ ସମସ୍ତେ ଭିନ୍ନ ଭିନ୍ନ ଆତଙ୍କ ସଂଗଠନ ରୁ ଅଟନ୍ତି । ଆମେ ଅନୁସନ୍ଧାନ କରୁଛୁ ।

ବଡ଼, ବଡ଼ କଥା କୁହାଯାଉଥିବା ସେହି ପ୍ରେସ ମୀଟିଙ୍ଗ ରେ ଇମରାନ୍ ଖାନ୍ ଙ୍କ ମନ୍ତ୍ରୀ ମଧ୍ୟ ବସିଥିଲେ । କିନ୍ତୁ ସେ କହିଥିବା କଥା ଦ୍ୱାରା ପାକିସ୍ତାନ ତରଫରୁ କୁହାଯାଉଥିବା ପ୍ରମାଣ ଗୁଡିକର ପୋଲ୍ ଖୋଲିଗଲା ।

ସହରଜାର୍ ଆଫ୍ରିଦି, ଗୃହରାଜ୍ୟମନ୍ତ୍ରୀ, ପାକିସ୍ତାନ – କହିଲେ,

ଏବେ ପାକିସ୍ତାନ ଜମିରେ କୌଣସି ମଧ୍ୟ ଆତଙ୍କବାଦୀ ମାନଙ୍କ ବ୍ୟବହାରରେ ଦିଆଯିବ ନାହିଁ । ଏହାର ଅର୍ଥ ହେଲା ଏବେ ପାକିସ୍ତାନ ର ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଲେ କି, ଏବେ ପର୍ଯ୍ୟନ୍ତ ପାକିସ୍ତାନର ଜମି ଆତଙ୍କବାଦୀ ମାନଙ୍କୁ ଉତ୍ସାହ କରିବାପାଇଁ ଦିଆଯାଉଥିଲା । ସ୍ୱୀକାର କରିଲେ କି ପାକିସ୍ତାନରେ ହିଁ ଆତଙ୍କବାଦୀ ଙ୍କ ସୃଷ୍ଟି ହୁଏ, ସ୍ୱୀକାର କରିଲେ କି, ପାକିସ୍ତାନରେ ରହି ଭାରତ ବିରୋଧରେ ଷୋଡ଼ଯନ୍ତ୍ର କରୁଥିଲେ । ସହରଜାର୍ ଆଫ୍ରିଦି କହିଲେ କି ଏବେ ପାକିସ୍ତାନର ଜମିକୁ ଆତଙ୍କବାଦୀ ମାନଙ୍କୁ ବ୍ୟବହାର କରିବାକୁ ଦିଆଯିବ ନାହିଁ । କହିଲେ କି, ସବୁଠିକ୍ ହେଇଯିବ ଓ ଆତଙ୍କବାଦୀ ବିରୋଧରେ କାର୍ଯ୍ୟ ପ୍ରକ୍ରିୟା କରାଯିବ ।

ପାକିସ୍ତାନ ଆତଙ୍କବାଦୀ ବିରୋଧରେ କେବେ ଶକ୍ତ କଯ୍ୟ ପ୍ରକ୍ରିୟା ଆରମ୍ଭ କରିବ ନାହିଁ । କାରଣ ପାକିସ୍ତାନର ଇତିହାସ କୁ ଥରେ ଦେଖନ୍ତୁ ସେ ସବୁବେଳେ କହିଥାଏ କିନ୍ତୁ କିଛି ମଧ୍ୟ କରିନଥାଏ । ତେଣୁ ଭରସା କରିବା ମଧ୍ୟ କଷ୍ଟକର ଅଟେ । ଭାରତର ଜନତା ଏହା ଜାଣିଛନ୍ତି ଓ ଦୁନିଆର ସବୁ ଦେଶ ଜାଣିଛନ୍ତି କି ଆତଙ୍କବାଦୀ ଙ୍କ ମୁଖ୍ୟ factory କେଉଁଠାରେ ଅଛି । କେବଳ ଇମରାନ୍ ଖାନ୍ ହିଁ ଅଜାଣତରେ ଅଛନ୍ତି ବା ଜାଣି ମଧ୍ୟ ଅଜାଣତରେ ଅଛନ୍ତି ।