ବଡ ଖବର : ପାକିସ୍ଥାନ ପ୍ରଧାନମନ୍ତ୍ରୀ ଦେଲେ ଆକ୍ରମଣର ଧମକୀ :

14 ଫେବୃଆରୀରେ ଭାରତ ହୋଇଥିବା ପୁଲୱାମା ହାମାଲର ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ପ୍ରେସ କନଫରେନ୍ସରେ ପୁଲୱାମା ଆକ୍ରମଣ ସମ୍ବନ୍ଧରେ ବିବରଣୀ ପପ୍ରଦାନ କରିଥିଲେ, ଏବଂ କହିଥିଲେ ପୁଲୱାମା ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦୋଷୀ ଜଣାଉଛନ୍ତି ।
ଯେତେବେଳେ କି, ଏହି ଆକ୍ରମଣର ଦୋଷ ସମ୍ପର୍ଣ୍ଣ ପାକିସ୍ତାନ ସ୍ଥିତ ଆତଙ୍କି ସଂଗଠନ ଜୈସ-ଏ-ଅହମ୍ମଦ ନିଜେ ନେଇଥିଲା । ଇମ୍ରାନ ଖାନ କହିଛନ୍ତି, ପ୍ରଥମତଃ ଭାରତ ବିନା ପ୍ରମାଣରେ ପାକିସ୍ତାନକୁ ଦୋଷୀ କହୁଛି । ପାକିସ୍ତାନ ପାଇଁ ସାଉଦୀର କ୍ରାଉନ ରାଜାଙ୍କ ଆଗମନ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ପାକିସ୍ଥାନ ତାଙ୍କୁ ସ-ସତ୍କାର ଭାବରେ ସମ୍ମାନିତ କରିଥିଲେ । ଯେବେବେଳେ ପାକିସ୍ତାନ ସ୍ଥାୟୀତ୍ୱର ସହ ଉର୍ନ୍ନତି ଆଡକୁ ଅଗ୍ରସର ହେଉଛି, ତେବେ ଆମେ (ପାକିସ୍ଥାନ), ଭାରତର ପୁଲୱାମାରେ କାହିଁକି ଆତଙ୍କ ବିଛାଇବୁ ?
ଇମ୍ରାନ ଖାନ କହିଛନ୍ତି, ଭାରତର ଆକ୍ରମଣରେ ଓ ଭାରତରେ ଅରାଜକତା ସୃଷ୍ଟି କରିବାରେ, ପାକିସ୍ତାନର କଣ ଫାଇଦା ଅଛି ? ଯଦି ସବୁଥର ଆପଣଙ୍କୁ (ଭାରତ) ଏହା ହିଁ କରିବାର ଅଛି ତ ତେବେ ଆପଣ ବାରମ୍ବାର ଏହା ହିଁ କରି ରହିବେ, ମୁଁ ପୂର୍ବରୁ ହିଁ କହୁଛି ଯେ, ମୁଁ ପାକିସ୍ତାନ ପାଇଁ ନୁଆ । ପାକିସ୍ତାନ ନିଜେ ହିଁ ସନ୍ତ୍ରାସବାଦୀଙ୍କ ପାଇଁ ଚିନ୍ତିତ ଅଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, କାଶ୍ମୀରର ଘଟଣା ଉପରେ ଭାରତ ସହ କଥାବାର୍ତ୍ତା ପାଇଁ ଆମନ୍ତ୍ରଣ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆପଣଙ୍କୁ ଅଫର୍ କରୁଛି ଯେ, ଆସନ୍ତୁ ଆଉ ଟିକିନିଖ୍ ଯାଞ୍ଚ କରନ୍ତୁ । ଯଦି କିଏ ପାକିସ୍ତାନର ଭୁମିର ଭୁଲ୍ ବ୍ୟବହାର କରୁଥାଏ, ତେବେ ଆମ ପାକିସ୍ଥାନ ପାଇଁ ସେ ଶତ୍ରୁ ଅଟେ ।
ଇମ୍ରାନ ଖାନ କହିଛନ୍ତି, “ସନ୍ତ୍ରାସବାଦୀ ସମଗ୍ର ପୃଥିବୀ ପାଇଁ ଗୋଟିଏ ବଡ ସମସ୍ୟା ଅଟେ । ଆମର ଶହ ଶହ ଆରବ ଡଲର ଏହି ସନ୍ତ୍ରାସବାଦୀରେ ବର୍ବାଦ ହୋଇଛି । ହିନ୍ଦୁସ୍ଥାନ, ଏକ ନୁଆଁ ଚିନ୍ତା ଧାରଣା ଆଣିବା ଉଚିତ । ଏହା ପରେ, କାଶ୍ମୀରରେ ମୃତ୍ୟୁର ଭୟ ମଧ୍ୟ ଶେଷ ହୋଇଯିବ ।
ଇମ୍ରାନ ଖାନ କହିଛନ୍ତି କି କଥାବାର୍ତ୍ତାରେ ହିଁ ଏହାର ସମାଧାନ ଅଛି । ଆଉ ହିନ୍ଦୁସ୍ତାନକୁ ଏହି ବିଷୟରେ ଭାବିବା ଦରକାର । ଭାରତର ସାମ୍ବାଦିକ ରାଜନୀତିରେ ଶୁଣିବାକୁ ମିଳିଛି ଏହା ଯେ, ପାକିସ୍ତାନ ଉପରେ ଆକ୍ରମଣ ହାମଲା କରିଦେବା ଉଚିତ ।
ଯଦି ଆପଣ ହାମଲା କରୁଛନ୍ତି, ତେବେ ପାକିସ୍ତାନ ନୀରବରେ ରହିବ ନାହିଁ ବରଂ କିଛି ନା କିଛି ଜବାବ ନିଶ୍ଚୟ ଦେବା ।