ପାକିସ୍ତାନ ପତ୍ରକାର ଭାରତକୁ ଦେଲା ଧମକ ! କହିଲେ, #TaubaTauba ଟମାଟର ଜବାବ୍ ଆଟମ୍ ବମ୍ ମାଧ୍ୟମରେ ଦେବୁ, ଭାଇରାଲ୍ ହେଲା ଭିଡିଓ

Spread the love

ନୂଆଦିଲ୍ଲୀ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟର କୃଷକମାନେ ବଡ ନିର୍ଣ୍ଣୟ ନେଇଛନ୍ତି ଓ ସେହି ନିର୍ଣ୍ଣୟ ଅନୁଯାୟୀ ପାକିସ୍ତାନକୁ ଟମାଟ ପଠାଇବା ବନ୍ଦ କରି ଦେଇଛନ୍ତି । ଯାହା ପରିମାଣ ସ୍ୱରୂପ ପାକିସ୍ତାନରେ ଟମାଟ ଦର ଆକାଶଛୁଆଁ ହୋଇଛି । ଯାହାର ପ୍ରଭାବ ପାକିସ୍ତାନର ଗଣ ମାଧ୍ୟମରେ ଦେଖିବାକୁ ମିଳିଛି । ଇଣ୍ଟରନେଟରେ ପାକିସ୍ତାନର ଜଣେ ରିପୋର୍ଟରଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓ ମାଧ୍ୟମରେ ପତ୍ରକାର ଜଣକ କହିଛନ୍ତି, ଭାରତ ପାକିସ୍ତାନକୁ ଟମାଟ ନ ପଠାଇ ଭଳି କାର୍ଯ୍ୟ କରି ଖୁବ୍ ନିନ୍ଦନୀୟ ଅଟେ ଏବଂ ଭାରତ ନିଜର ଗର୍ବ ଖର୍ବୀକରଣର ପରିଚୟ ଦେଇଛି । ପତ୍ରକାର ଆହୁରି କହିଲେ, ପାକିସ୍ତାନ ଏକ ଏଟମିକ୍ ଶକ୍ତି । ଏହି ଟମାଟର ପ୍ରତିଶୋଧ ପାକିସ୍ତାନ ଆଟମ୍ ବମ୍ ମାଧ୍ୟମରେ ଦେବ । ତେବେ ସବୁଠାରୁ ମଜା କଥା ହେଉଛି ଭିଡିଓ ଚାଲିଥିବା ସମୟରେ ପଛରେ କିଛି ଲୋକ ବସି ରିପୋର୍ଟରଙ୍କ କଥା ଶୁଣି ହସୁଛନ୍ତି ।

ଲାହୋରରେ ଟମାଟ ପ୍ରତି କିଲୋ ୧୮୦ ଟଙ୍କା ହୋଇଯାଇଛି । ଏହା ସଂଗେ ସଂଗେ ଅନ୍ୟାନ୍ୟ ପନିପରିବାର ଦର ମଧ୍ୟ ଆକାଶଛୁଆଁ ହୋଇଯାଇଛି । ପାକିସ୍ଥାନ ବାସିନ୍ଦାଙ୍କ ପାଇଁ ଟମାଟ କିଣିବା କଷ୍ଟ ସାଧ୍ୟ ହୋଇଗଲା । ପୁଲୱାମା ଆକ୍ରମଣ ପରେ ମୋଦି ସରକାର ପାକିସ୍ତାନରୁ ମୋଷ୍ଟ ଫେବର୍ଡ ନ୍ୟାସନ୍ ର ସମ୍ନାନ ଛଡାଇ ନେଇଥିଲେ ଏବଂ ଏହା ଉପରେ ଇମ୍ପୋର୍ଟ ଡ୍ୟୁଟିକୁ ୨୦୦ ପ୍ରତିଶତ ବଢାଇ ଦେଇଥିଲେ । ଯାହାର ପ୍ରଭାବ ପାକିସ୍ତାନ ଉପରେ ଆରମ୍ଭ ହୋଇଗଲାଣି ।

ପୁଲୱାମା ଆକ୍ରମଣର ବିରୋଧ କରିବାକୁ ଯାଇ ଭାରତୀୟ କୃଷକମାନେ କହିଥିଲେ ଯେ, ସେମାନଙ୍କ ଟମାଟ ପଚିସଢି କ୍ଷତ ଯାଉ ପଛେ କିନ୍ତୁ ପାକିସ୍ତାନ ନ ପଠା ଯାଉ । ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ପ୍ରାୟ ପାଞ୍ଚ ହଜାର କୃଷକ ଟମାଟ ଚାଷ କରନ୍ତି । ପାକିସ୍ଥାନ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ ସ୍ୱରୂପ ପୁଲାୱାମା ଆକ୍ରମଣର ୪୦ ଯବାନ ସହିଦ୍ ହେବା ପରେ ସମଗ୍ର ଦେଶବାସୀଙ୍କ ହୃଦୟରେ ପ୍ରତିଶୋଧର ବହ୍ନିରେ ପ୍ରଜ୍ବଳିତ ହେଉଛି । ଏହି ଆକ୍ରମଣରେ ପାକିସ୍ତାନର ଆତଙ୍କ ସଂଗଠନ ଜୈସ-ଏ-ମହମ୍ମଦ ନିଜେ ଏହାର ଦାୟୀ ବୋଲି ସ୍ୱୀକାର କରିଥିଲା ।

ଏହି ଖବରଟି Indiatvnews ସଂଗୃହିତ