ହାତରେ ତ୍ରିରଙ୍ଗା ଧରି ରାସ୍ତାରେ ମୁସଲମାନ ଭାଇମାନେ, ପାକିସ୍ତାନ ହାଫିଜ ମୁର୍ଦାବାଦ ନାରା ଲଗେଇଲେ, କହିଲେ ଆତଙ୍କବାଦୀଙ୍କୁ କଠୋର ଜବାବ ଦେଉ ସେନା ଆମେ ସାଥିରେ ଅଛୁ ..

Spread the love

ମୁମ୍ବାଇ: ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମଗ୍ର ବିଶ୍ୱରେ ପାକିସ୍ଥାନର ଏହି ବର୍ବରଚିତ୍ତ ଆତଙ୍କରାଜକୁ ଘୋର ବିରୋଧ କରିଛନ୍ତି । ହାତରେ ତ୍ରିରଙ୍ଗା ଧରି ରାସ୍ତାକୁ ଓଲ୍ହେଇଲେ ମୁସଲମାନଭାଇ ମାନେ, ପାକିସ୍ତାନ ହାଫିଜ ମୁର୍ଦାବାଦ ନାରା ଲଗେଇଲେ, କହିଲେ ଆତଙ୍କବାଦୀଙ୍କୁ କଠୋର ଜବାବ ଦେଉ ସେନା ଆମେ ସାଥିରେ ଅଛୁ ..

ଜମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦଙ୍କ ଆକ୍ରମଣରେ ଦେଶରେ ଶୋକ ଭରି ରହିଛି, ପାକିସ୍ଥାନର ଏହି ଆକ୍ରମଣକୁ ଦେଶ ଓ ଦୁନିଆରୁ ବହୁ ରାଜନୀତିନଜ୍ଞ ଘୋର ନିନ୍ଦା କରିଛନ୍ତି ଓ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଦେଶର ଜନତା ସୋସିଆଲ ମିଡ଼ିଆରୁ ଆରମ୍ଭ କରି ସଡକ ଉପରେ ପ୍ରଦର୍ଶନୀ କରି ନିଜର ରାଗ ଏବଂ ବିରୋଧ ଜାହିର କରୁଛନ୍ତି । ଏହିପରି ଏକ ଦୃଶ୍ୟ ମୁମ୍ବାଇରେ ଦେଖିବାକୁ ମିଳିଛି, ଯେଉଁଠି ମୁସଲମାନ ସମ୍ପ୍ରଦାୟର ଭାଇମାନେ ରାସ୍ତା ଉପରକୁ ଆସି ପ୍ରଦର୍ଶନୀ କରୁଛନ୍ତି । ଏହି ପ୍ରଦର୍ଶନୀର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗୁଛି ।

– ମୁମ୍ବାଇର ଭିଣ୍ଡି ବଜାର ମୁସଲମାନ ବହୁ ସଂଖ୍ୟକ ରହୁଛନ୍ତି । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା ଏବଂ ଏହାର ବିରୋଧ ରେ ଏଠାକାର ମୁସଲମାନ ମନେ ବିରୋଧ କରିଛନ୍ତି ।

– ରାସ୍ତ ଉପରକୁ ଲୋକମାନେ ଆସି ହାତରେ ତିରଙ୍ଗା ପତାକା ଧରିଥିଲେ । ବଡ଼-ବୁଢା ରୁ ଆରମ୍ଭ କରି ଛୁଆମାନେ ମଧ୍ୟ ଏହି ବିରୋଧ ପ୍ରଦଶନୀ ରେ ଯୋଗ ଦେଇଥିଲେ । ଏହା ସହିତ ଭିଣ୍ଡି ବଜାରରେ ସବୁ ବ୍ୟାପାରି ମନେ ନିଜ ଦୋକାନ ବନ୍ଦ କରିଥିଲେ ।

– ଏହି ପ୍ରଦର୍ଶନ ରେ ପାକିସ୍ତାନ ଏବଂ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ନାରା ଦିଆ ଯାଇଥିଲା । ପାକିସ୍ତାନ ମୁରଦାବଡ଼, ଲସ୍କର-ଏ-ତୋୟବା ମୁରଦାବଡ଼, ହାଫିଜ ସଇଦ ମୁରଦାବଡ଼ ଭଳି ନାରା ଦିଆ ଯାଇଥିଲା ।

– ଲୋକମାନେ କହିଥିଲେ ଯେ ଭାରତୀୟ ସେନା ଏବଂ ସରକାରକୁ ଆତଙ୍କବାଦୀ ବିରୁଦ୍ଧରେ କଡା ଜବାବ ଦେବା ଉଚିତ । ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ । ଆମ ସହିଦଙ୍କ ବଳିଦାନ ବ୍ୟର୍ଥ ଯିବା ଉଚିତ ନୁହେଁ ।