ପାକିସ୍ତାନ ଲୋକଙ୍କର ଝାଳ ବାହାରି ଗଲାଣି, ଏବେ ତୋ ଖେଳ ଆରମ୍ଭ ହେଲା…

Spread the love

ଭାରତର ଉଦାରପଣତାର ପାକିସ୍ତାନ ସବୁବେଳେ ଭୁଲ ଲାଭ ଉଠେଇଛି, ପାକିସ୍ତାନ ଯୁଦ୍ଧରେ ଜିତି ପାରିବ ନାହିଁ ଏଥିପାଇଁ ସବୁବେଳେ ଛଳନା କରି ଆସୁଅଛି । ନିକଟରେ ପାକିସ୍ତାନର ପୋଷା ଆତଙ୍କବାଦୀ ଦ୍ୱାରା ଭାରତୀୟ ବୀର ଯବାନଙ୍କ ଉପରେ ଆକ୍ରମଣକୁ ନେଇ ପୁରା ଦେଶ ରାଗରେ ଫୁଟୁଛନ୍ତି । ଯାହାର ପରିଣତି ସ୍ୱରୂପ ସରକାରଙ୍କର କାର୍ଯ୍ୟାନୁଷ୍ଠାନ ଏବେ କିଛି ପରିବର୍ତ୍ତନ ଆଣିବାର ଦେଖାଯାଉଛି ।

ଭାରତ ପାକିସ୍ତାନକୁ ଯାଉ ଥିବା ଜିନିଷ ଉପରେ ଟ୍ୟାକ୍ସ ତୋ ବଢ଼େଇ ଥିଲେ ଦ୍ଵିତୀୟ ପକ୍ଷରେ ଭାରତର ବ୍ୟବସାୟୀମାନେ ପାକିସ୍ତାନ ସହିତ ବେପାର ନ କରି ତାକୁ ବୁଦ୍ଧି ଶିଖେଇବାର ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରଭାବ ପଡିଛି ଏବଂ ଭାରତ ତରଫରୁ ପହଂଚୁ ଥିବା ବିଲାତି ସମେତ ଅନ୍ୟାନ୍ୟ ଦ୍ରବ୍ୟ ନ ପହଂଚି ପାରିବାରୁ ପାକିସ୍ତାନର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଆସନ୍ତୁ ଜାଣିବା, ଭାରତରୁ ବିଲାତି ନ ଯିବାରୁ ପାକିସ୍ତାନର ଜନତାଙ୍କ ଝାଳ କାହିଁକି ବାହାରିଯାଇଛି ।

ପାକିସ୍ତାନ ସିନ୍ଧୁ ଅଞ୍ଚଳ ଓ ଦୂର ଦୂର ସ୍ଥାନକୁ ଛାଡି ଦେଲେ ସେମାନେ ଆମ ଭାରତରୁ ବିଲାତି ନେଉଥିଲେ । ଏବେ ଭାରତ ବିଲାତି ନ ପଠେଇବାରୁ ପାକିସ୍ତାନର ପଞ୍ଜାଵ ପ୍ରାନ୍ତରେ ସିନ୍ଧରୁ ବିଲାତି ମଗାଉଛନ୍ତି ଯାହାର ମାତ୍ରା ବି ବହୁତ କମ୍ ଆଉ ଯାତାୟାତ ଖର୍ଚ୍ଚ ବହୁତ ଅଧିକ  । ଯାହା ଫଳରେ ପାକିସ୍ତାନ ମଣ୍ଡି ମାନଙ୍କରେ ବିଲାତି ଏବେ 150 ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହେଉଅଛି ।

ଯଦି ପାକିସ୍ତାନ ସରକାର ଏମିତି ଭାବରେ ଆତଙ୍କବାଦୀ ପାଳୁ ଥିବ ତେବେ ସେଠାକାର ଲୋକଙ୍କୁ ଏହା ଠାରୁ ବି ଆହୁରି ଖରାପ ଦିନ ଦେଖିବାକୁ ପଡିବ । ଏବେ ତୋ ଭାରତ ଖେଳର ଆରମ୍ଭ କରିଅଛି । ଶହୀଦମାନଙ୍କୁ ପ୍ରଣାମ ଓ ବିଲାତି ଯୋଗାଣ ନ କରୁଥିବା ଲୋକଙ୍କୁ ବି ଆମେ ପ୍ରଣାମ କରୁଛୁ । ହେ କୃଷକ ଭାଇମାନେ ! ଆମେ ଭାରତୀୟ ଲୋକ ଆପଣମାନଙ୍କର ବିଲାତି କିଣିବା ପାଇଁ ପ୍ରସ୍ତୁତ ଅଛୁ । ଆପଣମାନେ ପାକିସ୍ତାନକୁ ତାର ଔକାତ ମନେ ରଖିବା ଜାରି ରଖନ୍ତୁ । ଜୟ ହିନ୍ଦ ।।