ପାକିସ୍ତାନ କୁ ସନ୍ଦେଶ, ଯଦି ତୁ କାର୍ଯ୍ୟ ପ୍ରକ୍ରିୟା ନ କରିବୁ ତେବେ ଆମେ କରିବୁ !

Spread the love

ବାୟୁସେନାର ଲଢୁଆ ପାକିସ୍ତାନ ଭିତରେ ପଶି ବାଲାକୋଟ୍ ରେ ଜୈସ୍-ଏ-ମହମ୍ମଦ ର ସବୁଠାରୁ ବଡ଼ ଆତଙ୍କ ଶିବିର କୁ ନଷ୍ଟ କରି ଦେଖାଇଲେ କି ଭାରତ ଏବେ ଚୁପ ହୋଇ ବସିବ ନାହିଁ । ଏହି ଆକ୍ରମଣ ଆତଙ୍କ ମାନଙ୍କ ପାଇଁ, ପାକିସ୍ତାନ ପାଇଁ ନୁହଁ । କିନ୍ତୁ ଏଥିରେ ପାକିସ୍ତାନ ମାନଙ୍କ ପାଇଁ ସନ୍ଦେଶ ଅଛି । ଆତଙ୍କବାଦୀ ଙ୍କ ସଙ୍କେତ ଏହା ଅଛି କି ସେ କାଶ୍ମୀର ରେ ହେଉ ବା ପାକିସ୍ତାନ ଯେଉଁଠାରେ ଲୁଚି ରହିଲେ ମଧ୍ୟ ଆମ ଫୌଜ ମାନଙ୍କଠାରୁ ବଞ୍ଚି ପାରିବେ ନାହିଁ । ଯେତେବେଳେ କି ପାକିସ୍ତାନ ପାଇଁ ଏହି ସନ୍ଦେଶ ଅଛି କି, ଯଦି ସେ ଆତଙ୍କବାଦୀ ଙ୍କ ବିରୋଧରେ କିଛି କାର୍ଯ୍ୟ ପ୍ରକ୍ରିୟା ନକରିବେ ତେବେ ଭାରତ ନିଜେ କରିବ ।

ଭାରତ ଦ୍ୱାରା କରାଯାଇଥିବା ଏହା ଦ୍ୱିତୀୟ ସର୍ଜିକଲ ଷ୍ଟ୍ରାଇକ୍ ଏଥିପାଇଁ ମଧ୍ୟ ମହତ୍ଵ ଅଟେ, କାରଣ ଏଥର ପାକିସ୍ତାନ ଭିତରେ ପଶି ଆତଙ୍କ ଶିବିର କୁ ନଷ୍ଟ କରିଲେ । ବାୟୁସେନା ଙ୍କ ବ୍ୟବହାର ଏଥିପାଇଁ କରାଗଲା କାରଣ ଏଥର ପାକିସ୍ତାନ ଭିତରେ ଯାଇ attack କରିବାର ଥିଲା ।

ଅଜହର୍ ମସୁଦର ଭାଇ ସମେତ ଜୈସ୍ ର ୨୫ କମାଣ୍ଡର ମୃତ୍ୟୁ ହେଲେ ।

ଏହି ଆକ୍ରମଣ ପରେ କାଶ୍ମୀରରେ ଆତଙ୍କବାଦୀ ମାନଙ୍କ ଉପରେ କେତେ ପ୍ରଭାବ ପଡ଼ିବ, ତାହା ଏବେ କହିବା କଷ୍ଟକର ଅଟେ । ଏବେ ପୁର୍ଣ ତଥ୍ୟ ମିଳିନାହିଁ କି ସେହି ଶିବିରରେ କେତେ ଆତଙ୍କ ମୃତ୍ୟୁ ହେଲେ । ସୂତ୍ର ଅନୁସାରେ ସେଠାରେ ୩୦୦ ରୁ ୪୦୦ ଆତଙ୍କ ଥିଲେ ଯଦି ସେମାନେ ସମସ୍ତେ ମୃତ୍ୟୁ ହେଇଯାଇ ଥିବେ ତେବେ ଜୈସ୍ ର ମେରୁ ହାଡ଼ ଭାଙ୍ଗିଯିବ । ଯଦି କମ ଆତଙ୍କ ମୃତ୍ୟୁ ହେଇଥଲେ ମଧ୍ୟ, ସେମାନଙ୍କ ଶିବିରକୁ ନଷ୍ଟ କରାହେଲା, ଯାହାର ପ୍ରଭାବ ନିଶ୍ଚୟ ପଡ଼ିବ । କିନ୍ତୁ ଗୋଟିଏ attack ରେ ସବୁକିଛି ଠିକ ହୋଇନଥାଏ । ଆମକୁ କାଶ୍ମୀର ଭିତରେ ଥିବା ଆତଙ୍କ ମାନଙ୍କୁ ମଧ୍ୟ ସଫା କରିବାକୁ ପଡ଼ିବ । କାଶ୍ମୀର ବାହାରେ ଚାଲୁଥିବା ଆତଙ୍କ ଶିବିର ଗୁଡ଼ିକୁ ନଷ୍ଟ କରିବା ଚାଲୁ ରହିବା ଅବଶ୍ୟକ ।

ଏଠାରେ ଗୋଟିଏ କଥା ସ୍ୱଷ୍ଟ କରିବାକୁ ଚାହୁଁଛି ଏହା ପାକିସ୍ତାନ ବିରୋଧରେ ଆକ୍ରମଣ ନୁହେଁ । ଏହା କେବଳ ଆତଙ୍କ ମାନଙ୍କ ପାଇଁ ଆକ୍ରମଣ କରାଯାଉଛି । ଆମେ ପାକିସ୍ତାନ କୁ କେବଳ ଏହା କହିଲୁ କି, “ତୁ ଆତଙ୍କ ବିରୋଧରେ କିଛି କାର୍ଯ୍ୟ ପ୍ରକ୍ରିୟା କରିଲୁ ନାହିଁ ତେଣୁ ଆମେ କରୁଛୁ” ।

ପୁଲୱାମା ଆକ୍ରମଣ ପରେ ପ୍ରତିହିଂସା ନେବା ପାଇଁ ରଣନୀତି ପ୍ରସ୍ତୁତି କରିଥିଲେ ।

ଏହି କାର୍ଯ୍ୟ ପ୍ରକ୍ରିୟା ପରେ ଏହା ସ୍ପଷ୍ଟ ହେଇଗଲା କି ଆମ ଦେଶର ରାଜନୀତି ନେତୃତ୍ୱ ର ମାର୍ଗ ସ୍ପଷ୍ଟ ଅଛି କି, ଭାରତ ବିରୋଧରେ ଆତଙ୍କ ବ୍ୟାପିବାକୁ ଚେଷ୍ଟା କରିଲେ ସେମାନଙ୍କୁ କଦାପି କ୍ଷମା କରାଯିବ ନାହିଁ । ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶକ୍ତିଶାଳୀ ନିର୍ଣ୍ଣୟ ଅଟେ ।