ସୌରବ ଗାଙ୍ଗୁଲିଙ୍କ ଠାରୁ ବିପରୀତ, ପାକିସ୍ତାନ ଖେଳିବା ପକ୍ଷରେ ସଚିନ କହିଲେ ମୁଁ ସେମାନଙ୍କୁ ମାଗଣାରେ ୨ ପୋଇଣ୍ଟ ଦେଇପାରିବି ନାହିଁ ।

Spread the love

ପୁଲୱାମା ଆକ୍ରାନ୍ତ ପରେ ବିଶ୍ୱ କ୍ରିକେଟ ସ୍ତରରେ ଭାରତ ଓ ପାକିସ୍ଥାନ ମଧ୍ୟରେ କ୍ରିକେଟ ଖେଳେ ହେବ କି ନାହିଁ ? ଏ ନେଇ ସମଗ୍ର ଦେଶରେ ଜୋରଜର ଚାର୍ଚ୍ଚ ଚାଲିଛି । ବିଶ୍ୱକପ କ୍ରିକେଟ ବ୍ରିଟେନ ଠାରେ ୩୦ ମଇ ଠାରୁ ଆରମ୍ଭ ହେବାକୁ ଯାଉଛି । ୧୬ ଜୁନରେ ଭାରତ ବନାମ ପାକିସ୍ତାନ ଖେଳ ପ୍ରସ୍ତାବିତ ଅଛି । ସଚିନ କହିଲେ ଆଗାମୀ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନ ଖେଳି ୨ ଅଙ୍କ ଦେବା ଉଚିତ ନୁହେଁ ।

ସଚିନ ତେନ୍ଦୁଲକର ଶୁକ୍ରବାର ଦିନ କହିଲେ କି, ଆଗାମୀ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନ ଖେଳି ୨ ଅଙ୍କ ଦେବା ଉଚିତ ନୁହେଁ କାରଣ ଏହାଦ୍ୱାରା କ୍ରିକେଟ୍ ମହାକୁମ୍ଭରେ ଏହି ଚିର ପ୍ରତିଦ୍ବନ୍ଦୀ କୁ ହିଁ ଲାଭ ହେବ । ଯେତେବେଳେ କି ପୂର୍ବ ଅଧିନାୟକ ସୌରବ ଗାଙ୍ଗୁଲି ପୁଲୱାମା ଆତଙ୍କ ଆକ୍ରମଣରେ ନଜରରେ ରଖି ପାକିସ୍ତାନ ସହ ସବୁ ଖେଳ ସମ୍ପର୍କ ତୁଟାଇ ଦେବା ଉଚିତ ବୋଲି କହିଥିଲେ । ସୌରବ ଗାଙ୍ଗୁଲି କହିଲେ, “୧୦ ଦଳର ବିଶ୍ୱକପ ଅଟେ ଓ ପ୍ରତ୍ୟେକ ଦଳ ଅନ୍ୟ ଦଳମାନଙ୍କ ସହ ଖେଳିବେ ଓ ମତେ ଲାଗୁଛି କି ଭାରତ ବିଶ୍ୱକପ ଖେଳରେ ଗୋଟିଏ ମ୍ୟାଚ ନ ଖେଳିବ ତ ଏହା ଗୋଟିଏ କୌଣସି ବିଶେଷ ପ୍ରଭାବ ପଢିବା ନାହିଁ” ।

ସୌରବ ଗାଙ୍ଗୁଲିଙ୍କ ମନ୍ତବ୍ୟରେ ସଚିନ ତେନ୍ଦୁଲକର ସୁନୀଲ ଗାବସ୍କର୍ ଙ୍କ ବିଚାରକୁ ସମର୍ଥନ କରି କହିଲେ କି, ଭାରତ ୧୬ ଜୁନ୍ ରେ ହେବାକୁ ଯାଉଥିବା ଖେଳରେ ହଟିବା ବଦଳରେ ସେମାନଙ୍କ ହରେଇବା ବହୁତ ଭଲ ହେବ । ପୁଲୱାମା ଆତଙ୍କ ଆକ୍ରମଣରେ ୪୦ ଯବାନ ସହିଦ ହେବାପରେ ଏହି ମ୍ୟାଚରୁ ହଟିବା କୁ ଦାବି ରଖିଥିଲେ ।

ସୁନୀଲ ଗାବସ୍କର କହିଲେ କି, ପାକିସ୍ତାନ ସହ ନ ଖେଳିବା ଅପେକ୍ଷା ଆମକୁ ସେହି ମ୍ୟାଚରେ ସେମାନଙ୍କୁ ହରେଇ ଶେୟସ୍କର ହେବ ।

ତେନ୍ଦୁଲକର କହିଲେ “ଭାରତ ସବୁବେଳେ ପାକିସ୍ତାନ ସହ ଭଲ ପ୍ରଦର୍ଶନ କରିଛି । ଏବେ ପୁଣି ଥରେ ସେମାନଙ୍କୁ ହରାଇବାକୁ ସମୟ ଆସିଛି । ମୁଁ ନିଜ ତରଫରୁ ସେମାନଙ୍କୁ ୨ ଅଙ୍କ ଦେବାକୁ ପସନ୍ଦ କରିବି ନାହିଁ କାରଣ ଏହାଦ୍ୱାରା ସେମାନଙ୍କୁ ଟୁର୍ଣ୍ଣାମେଣ୍ଟରେ ସାହାଯ୍ୟ ମିଳିବ । ପୁନଶ୍ଚ ସଚିନ କହିଲେ, “ଭାରତ ମୋ ପାଇଁ ସର୍ବପରି ଅଟେ ଓ ମୋ ଦେଶ ଯାହା ମଧ୍ୟ ନିର୍ଣ୍ଣୟ ନେବେ ମୁଁ ହୃଦୟରୁ ତାହାର ସ୍ୱୀକାର କରିବି ।”

ହରଭଜନ କହିଲେ ଆମକୁ ଦେଶ ସହ ଛିଡା ହେବାକୁ ପଡ଼ିବ, ବିଶ୍ୱକପରେ ଭାରତ, ପାକିସ୍ତାନ ସହ ନ ଖେଳନ୍ତୁ

ହରଭଜନ ଓ ୟୁଜୱେନ୍ଦର ଚାହଲ ଭଳି ଖେଳାଳି ପାକିସ୍ତାନର ପୂର୍ଣରୂପେ ବହିଷ୍କାରର ଦାବି କରିଲେ ଯେତେବେଳେ କି ଗୁରୁବାର ଦିନ ଗାବସ୍କର କହିଥିଲେ କି ଭାରତ ଯଦି ୧୬ ଜୁନ ରେ ପାକିସ୍ତାନ ସହ ନ ଖେଳିବାକୁ ନିର୍ଣ୍ଣୟ ନେଇଥାଏ ତ ଏହା ସେମାନଙ୍କ ହାର୍ ହେବ ।

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ ପାଇଁ ଏବେ ନିଆଯାଇ ନାହିଁ କୌଣସି ନିର୍ଣ୍ଣୟ : COA

ବିଶ୍ୱକପ ବ୍ରିଟେନ ରେ ୩୦ ମେ ରୁ ଆରମ୍ଭ ହେବାକୁ ଯାଉଛି । ଶୁକ୍ରବାର ଦିନ ଭାରତୀୟ ଦଳ କୁ ସଞ୍ଚାଳନ କରୁଥିବା ପ୍ରଶାସକ ର ସୀମିତ କୁ ନେଇ ନିର୍ଣ୍ଣୟ ଅଧିମତ ନନେବା ପାଇଁ ନିର୍ଣ୍ଣୟ କରିଲେ ।