ପାକିସ୍ତାନ ହୋଇଗଲା କାଙ୍ଗାଳ ! ବହୁତ ବଡ଼ ଝଟକା, ଯାହା ପାକିସ୍ତାନ ସ୍ୱପ୍ନରେ ମଧ୍ୟ ଭାବି ନଥିବ ।

Spread the love

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଚାପ ସୃଷ୍ଟି ହେବାର ଦେଖାଯାଉଛି । ଗୋଟିଏ ପଟେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା ସ୍ପଷ୍ଟ କରିଦେଲେ ଯେ, ଯେଉଁମାନେ ଏହି ଆକ୍ରମଣ କରିଲେ, ସେମାନଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଛଡା ଯିବା ନାହିଁ । ଅର୍ଥାତ ଶହୀଦ ଜୀବନ ବ୍ୟର୍ଥ ଯିବା ନାହିଁ । ତାହା ବାସ୍ତବରେ ସତ୍ୟରେ ପରିଣାତ କରି ଦେଖାଇବେ ବୋଲି ସମସ୍ତ ଭାରତୀୟ ମାନେ ଆଶାତୀତ ହୋଇଛନ୍ତି ।

ପାକିସ୍ତାନ କୁ ବହୁତ ବଡ଼ ଝଟକା –

କେନ୍ଦ୍ରୀୟ ମନ୍ତ୍ରୀ ନୀତିଶ ଗଡ଼କରି ଏବେ ଏବେ ହି କହିଲେ କି ଭାରତରୁ ପାକିସ୍ତାନ କୁ ଯାଉଥିବା ତିନୋଟି ନଦୀର ପାକିସ୍ତାନ କୁ ଯାଉଥିଲା ଯାହାକୁ ଏବେ ସମ୍ପୁର୍ଣରୂପେ ବନ୍ଦ କରାଯିବ ଓ ସେହି ନଦୀର ଧାରା ଏବେ ପଞ୍ଜାବ ଓ କାଶ୍ମୀର କୁ ଯିବ ଯାହାକୁ କୁ ବିଭିନ୍ନ କାମ ମାନଙ୍କରେ ଉପଯୋଗ କରିପାରିବେ । ଏହା ପରେ ପାକିସ୍ତାନ ର ସରକାର ଇମରାନ୍ ଖାନ୍ କ୍ରୋଧିତ ହେଲେ ଓ କହିଲେ କି ମୋତେ ଏହି ବିଷୟରେ କିଛି ସୂଚନା ଦିଆଯାଇ ନାହିଁ । ଏହା ଦ୍ୱାରା ପାକିସ୍ତାନ କୁ ପାଣିର ଅଭାବ ଦେଖା ଯିବ ।

ପାକିସ୍ତାନରେ ପ୍ରାୟତଃ ସମସ୍ତ ପନିପରିବା ଓ ଲୋକଙ୍କ ଦୈନନ୍ଦିନ ଆବଶ୍ୟକ ନିତ୍ୟ ଦ୍ରବ୍ୟମାନଙ୍କର ଦର ମଧ୍ୟ ଆକାଶକୁ ଛୁଇଁଲାଣି । ପାକିସ୍ତାନରୁ କୋଟି କୋଟି ଟଙ୍କାର ଖଜୁରୀ ଭାରତକୁ ଆସୁଥିଲା ଯାହାକି ଏବେ ବର୍ତ୍ତମାନ ଏହା ଆମ ଭାରତକୁ ଆସିବା ସମ୍ପୁର୍ଣରୂପେ ବନ୍ଦ କରାଗଲା । ଯାହା ଯୋଗୁଁ ପାକିସ୍ତାନ ର କମ୍ପାନୀ କୁ କୋଟି କୋଟି ଟଙ୍କା କ୍ଷତି ହେଉଛି ।

ଅଧିକାଂଶ ଦେଶ ଗୁଡିକ ପାକିସ୍ତାନ ସହ ଦୁରେଇ ହେଇଗଲେ । ଏବେ ଅଧିକାଂଶ ଦେଶ ଭାରତକୁ ସମର୍ଥନ କରିଲେ । ସେଥିରେ ଚୀନ ମଧ୍ୟ ଅଛି ଯିଏକି ଭାରତକୁ ସମର୍ଥନ କରୁଛି । ଦୈନନ୍ଦିନ ଜୀବନ ପାଇଁ ଜିନିଷ କିଣିବା ପାଇଁ ମଧ୍ୟ ସେମାନଙ୍କୁ କଷ୍ଟ କର ହେଇଯାଉଛି ।

ପନିପରିବା ଦିଆ ଯିବ ନାହିଁ –

ଗୁଜୁରାତ ର ଚାଷୀମାନେ ପାକିସ୍ତାନ କୁ ଆଉ କେବେ ମଧ୍ୟ ପରିବା ଦେବେ ନାହିଁ ବୋଲି ଶପଥ ନେଲେ । ଏହା ହେବା ଯୋଗୁଁ ପାକିସ୍ତାନ ପନିପରିବା ପାଇବ ନାହିଁ ଓ ବହୁତ ଅସୁବିଧାରେ ସମ୍ମୁଖୀନ ହେବ ।