ପାକିସ୍ତାନ ବିରୋଧରେ ଚୀନ ନେଲା ବଡ ନିଷ୍ପତ୍ତି, ପାକ୍‌ ଯିବା-ଆସିବା କରୁଥିବା ସମସ୍ତ ବିମାନ ରଦ୍ଦ

Spread the love

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଅପ୍ରୀତିକର ବାତାବରଣ ଦିନକୁ ଦିନ ବଢିବାରେ ଲାଗିଛି । ସମଗ୍ର ବିଶ୍ଵ ଦରବାରରେ ପାକିସ୍ତାନ ଅପମାନିତ ହେଲେ ମଧ୍ୟ ବୁଦ୍ଧି ଆସୁ ନହିଁ । ଆଜି ସକାଳେ ପାକିସ୍ଥାନର ବୈଦେଶିକ ମନ୍ତ୍ରୀ ଗୋଟିଆ ଗଣମାଧ୍ୟମରେ କହିଥିଲେ ଯେ, ମସୂଦ ଆଜହର ପାକିସ୍ଥାନରେ ରହିଛି, ତାଙ୍କ ସ୍ବସ୍ଥାବସ୍ତ ଗୁରୁତ୍ଵର । ଆତଙ୍କବାଦକୁ ସମୂଳେ ବିଶ୍ବରରୁ ଦୂର କରିବା ପାଇଁ ସମସ୍ତ ଦେଶ ଚେଷ୍ଟିତ କିନ୍ତୁ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ସାହାଯ୍ୟ ମଧ୍ୟ କରୁଅଛି ।

ଭାରତୀୟ ବାୟୁସେନାର ବିଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏବେ ତିକ୍ତ ଥିବା ବେଳେ ପଡୋଶୀ ରାଷ୍ଟ୍ର ସମେତ ବିଶ୍ୱର ଅନ୍ୟ ରାଷ୍ଟ୍ର ସମସ୍ତ ପାକିସ୍ଥାନକୁ ନିନ୍ଦା କରିଛନ୍ତି । ଭରତ ଏବଂ ପାକିସ୍ଥାନ ମଧ୍ୟରେ ଚାଲିରହି ଥିବା ଏହିପରି ଅପ୍ରୀତିକର ପରିସ୍ଥିତିରେ ଭାରତର ପଡୋଶୀ ଦେଶ ଚୀନ ଗୋଟିଏ ବଡ ନିଷ୍ପତ୍ତି ନେଇଛି । ଚୀନ ରୁ ପାକିସ୍ଥାନ ଯାଉଥିବା ଓ ସେଠାରୁ ଆସୁଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଚଳଚଲ୍ କୁ ରଦ୍ଧ କରିଛି, ଚୀନ । ଏବଂ ପାକିସ୍ତାନ ଆକାଶ ମାର୍ଗ ଦେଇ ଗତି କରୁଥିବା ସମସ୍ତ ବିମାନର ଦିଗ ମଧ୍ୟ ବଦଳାଇ ଦେଇଛି ।

ପୂର୍ବରୁ ଭାରତସହ ପରିସ୍ଥିତି ଖରାପ ହେବା ପରେ ପାକିସ୍ତାନ ନିଜ ଏୟାରସ୍ପେଶକୁ ବନ୍ଦ ରଖିଥିଲା । ଏହି କାରଣ ଯୋଗୁଁ ଯୁରୋପ ଓ ଦକ୍ଷିଣ ପୂର୍ବ ଏସିଆ ମୂଖ୍ୟ ରାସ୍ତାରେ ସମସ୍ୟା ଦେଖାଦେଇଛି ଯାହାପରେ ହଜାର ହଜାର ବିମାନଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ଲୋବାଲ ଟାଇମସ୍ ବିଶେଷଜ୍ଞ ସୂଚନା ଅନୁସାରେ, ପାକିସ୍ଥାନ ଉଡ଼ାଣ କ୍ଷେତ୍ର ଏବଂ ଭାରତ – ପାକ୍ ସୀମା ଉପର ଦେଇ ଯାଉଥିବା ଏବଂ ପଶ୍ଚିମ ଏସିଆ ଦେଇ ଯାଉଥିବା ବିମାନକୁ ଚୀନ ଭାରତ ଓ ମଧ୍ୟ ଏସିଆ ମାର୍ଗରେ ପ୍ରବେଶ କରିବ ।