ପାକିସ୍ତାନ ବିରୋଧରେ ଭାରତର ବଡ କାର୍ଯ୍ୟାନୁଷ୍ଠାନ । ଜୈଶର ଠିକଣାରେ ବାୟୁସେନାର ଆକ୍ରମଣ

Spread the love

ପାକିସ୍ଥାନ ବିରୋଧରେ ଭାତତର ବଡ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ ଭାରତୀୟ ବାୟୁସେନା ପାକିସ୍ତାନରେ ପ୍ରବେଶ କରି ଜୈଶର ଠିକଣାରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଅନେକ ଆତଙ୍କବାଦ ଲଞ୍ଚପେଡ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆତଂକବଦଙ୍କ କ୍ୟାମ୍ପ ଗୁଡିକରେ ହଜାର କିଲୋର ବମ ପକାଇଛନ୍ତି । ପାକିସ୍ତାନ ସେନା ମଧ୍ୟ ବାଦୀ କରି କହିଛନ୍ତି ଯେ, ଭାରତୀୟ ବାୟୁସେନା ଭାରତ-ପାକ୍ ନିୟନ୍ତ୍ରଣ ରେଖା (LOC) ଉଲ୍ଲଙ୍ଘନ କରି ସେମାନଙ୍କ ସୀମାରେ ପଶିବାକୁ ଚେଷ୍ଟ କରିଛି ।

ପାକିସ୍ତାନ ସେନାର ପ୍ରାବକ୍ତା ମେଜର୍ ଜେନେରାଲ ଆସିଫ୍ ଗଫୁର ଟୁଇଟର ମାଧ୍ୟମରେ ଦାବି କରି ଜଣାଇଛନ୍ତି ଯେ, ଭାରତୀୟ ଲଢେଇ ବିମାନ ଗୁଡିକ ନିୟନ୍ତ୍ରଣ ସୀମାର ଉଲ୍ଲଙ୍ଘନ କରିଛନ୍ତି । ଭାରତୀୟ ବାୟୁସେନାର ବିମାନ ମୁଜଫରାବାଦ ସେକ୍ଟରରେ ପ୍ରବେଶ କରି ପେଲୋଡ ଫିଙ୍ଗିଛନ୍ତି । ସେ ଲେଖିଛନ୍ତି, ଏହାର ଜବାବ ପାକିସ୍ତାନ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାହାଫଳରେ ଭାରତୀୟ ବାୟୁସେନା ବିମାନ ଫେରି ଯାଇଥିଲା ।

ଭାରତୀୟ ବାୟୁସେନା ପାକିସ୍ତାନ ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ହୋଇଥିବା ଏହି ଆଚାନକ ଆକ୍ରମଣରେ ୧୨ଟି ମିରେଜ୍‌ ୨୦୦୦ ଜେଟ୍‌ ଲଡୁଆ ବିମାନ ଅଂଶ ଗ୍ରହଣ କରିଥିଲେ। ସୂଚନା ଅନୁସାରେ, ଫେବ୍ରୁଆରି ୨୬ ତାରିଖ ଭୋର୍‌ ୩ଟା ୩୦ ମିନିଟ୍‌ ସମୟରେ ବାୟୁସେନା ପକ୍ଷରୁ ଏହି ଅପରେସନ କରାଯାଇଛି। ପାକ୍‌ ଅଧିକୃତ କଶ୍ମୀରରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି ବୋଲି ବାୟୁସେନା ସୂତ୍ରରୁ ଜଣାପଡ଼ିଛି।

ପାକିସ୍ତାନ ଜଣେ ପତ୍ରକର ଏର୍ସଲାନ୍ ସିଦ୍ଧିକୀ, ଭାରତୀୟ ବାୟୁସେନା ସୀମା ପାର ଆକ୍ରମଣ ସଂକ୍ରାନ୍ତିୟ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ପାକିସ୍ତାନ ସେନା ଭାରତୀୟ ଲଢେଇ ବିମାନ ଉପରେ ଗୁଳୁ ଚାଳନା କରୁଛନ୍ତି ଏବଂ ଭାରତୀୟ ବିମାନ ସେହି ଠାରୁ ପ୍ରତ୍ୟାବର୍ତ୍ତନ କରୁଥିବାର ନଜର ଆସିଛି ।