ପୁଲୱାମା ଆତଙ୍କବାଦୀ ଆକ୍ରମଣ:- ପାକିସ୍ତାନ ଭୁଲ ବଶତଃ ନିଜର ହି ଏୟାର କ୍ରାଫ୍ଟ କୁ ସୁଟ କରିଦେଲା ।

Spread the love

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସବୁବେଳେ ଭାରତ ଠାରୁ ପ୍ରତିଶୋଧର ଡରରେ ଦିନ ବିତାଉଛି । ପାକିସ୍ତାନ ଏକ ଅଲଗା ହି କୋକୁଆ ଭୟରେ ରହିଛି ଯାହାକି ତାହାର ପ୍ରତିଟି ପଦକ୍ଷେପ ରୁ ବହୁତ ଭଲ ସେ ଜଣା ପଡୁଛି । ଇମ୍ରାନ ଖାଁ ଘୋଷଣା କରିଛନ୍ତି ଯେ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତ କେତେବେଳେ ବି ଯୁଦ୍ଧ ଘୋଷଣା କରି ଦେବ ଏହା ଭାବି ପାକିସ୍ତାନ ସରକାର ଓ ସୈନ୍ୟବାହିନୀ ବିନା ନିଦରେ ରାତି ବିତାଉଛନ୍ତି । ପାକିସ୍ତାନର ଏହି କୋକୁଆ ଭୟ ସତ୍ୟ ସାବ୍ୟସ୍ତ ହୋଇଛି ଯେତେବେଳେ ସେ ନିଜର ହି ଏକ ଏୟାର କ୍ରାଫ୍ଟକୁ ଭାରତ ର ବୋଲି ଭାବି ସୁଟ କରିଥିଲା ।

ରିପୋର୍ଟ ଅନୁସାରେ ଗୁରୁବାର ଦିନ ସନ୍ଧ୍ୟାରେ ପାକିସ୍ତାନ ଆର୍ମି ଏୟାର କ୍ରାଫ୍ଟ ଭାରତର ସେନାବାହିନୀର ଚାଲିଚଳନ ଉପରେ ନଜର ରଖିବା ପାଇଁ ଏଲଓସି (loc) ଉପରେ ଉଡି ବୁଲୁଥିଲା । କିନ୍ତୁ ପାକିସ୍ତାନ ଆର୍ମି ଏହି ଏୟାର କ୍ରାଫ୍ଟଟିକୁ ଭାରତର ବୋଲି ଭାବି ତାହାକୁ ସୁଟ କରି ଦେଇଥିଲା । ପାକିସ୍ତାନ ଏହି ନ୍ୟୁଜକୁ ଲୁଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ଏହି ଖବର ବର୍ତ୍ତମାନ ଭାଇରଲ ହୋଇଛି ।

ଏହି ଘଟଣା ପାଇଁ ମଧ୍ୟ ପାକିସ୍ତାନ ଭାରତକୁ ନିନ୍ଦା କରିଛି ।