ପାକ୍ ବୈଦେଶିକ ମନ୍ତ୍ରୀ କହିଲେ ମସୁଦ ଅଜହରର ପାକିସ୍ଥାନରେ ଏବଂ ସ୍ୱାସ୍ଥ୍ୟବସ୍ଥା ଗୁରୁତର-

Spread the love

ଲାହୋର : ଶେଷରେ ମାନିଲା ପାକିସ୍ତାନ । ପୁଲୱାମା ଆକ୍ରମଣର ଅଭିଯୁକ୍ତ ଦୋଷୀ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ଅଛି । ଏହି କଥା ସ୍ୱାକାର କରିଲା ପାକ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସୀ । ବର୍ତ୍ତମାନ ମସୁଦ ଅଜହରର ଅସ୍ୱାସ୍ଥ୍ୟ ଅବସ୍ଥାରେ ଅଛି ବୋଲି ଏକ ଗଣମାଧ୍ୟମର ସାକ୍ଷାତକାରରେ ଏକଥା ସ୍ୱୀକାର କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ । ତେବେ ମସୁଦ୍ ଅସୁସ୍ଥ ଥିବା କଥା କହି ପାକିସ୍ତାନ ଏକ ନୂଆ ଚାଲ କରିଥିବା ସନ୍ଦେହ କରାଯାଉଛି ।

ଗଣମାଧ୍ୟମର ଏକ ସାକ୍ଷାତକାରରେ କ୍ୟୁରେସୀ କହିଛନ୍ତି ଯେ, ମସୁଦ ତାହା ଘରୁ ବାହାରକୁ ବାହାରୁ ନାହିଁ । ତା ଦେହ ଖରାପ ରହିଛି । ଯଦି ଭାରତ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥାଏ ତେବେ ତାକୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ କି, ପେବୃଆରୀ ୧୪ତାରିଖରେ ପୁଲୱାମାରେ ଏକ ଆତଙ୍କବାଦୀ ବିସ୍ଫୋରଣରେ ୪୪ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏଥିପାଇଁ ଜୈଶ-ଏ-ଅହମ୍ମଦ ନିଜକୁ ଦାୟୀ କରିଥିଲା । ଏହାର ମୁଖିଆ ହେଉଛି ମାସୁଦ । ଭାରତ ମାସୁଦ ବିରୋଧରେ ଅନେକ ପ୍ରମାଣ ଦେଇଥିଲେ ସୁଧା ପାକ୍ ବାରମ୍ବାର ମିଛ କହିବା ସହ ମାସୁଦ ଭଳି ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ସୁରକ୍ଷା ଦେଉଛି ।

ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସମ୍ପୃକ୍ତି ନେଇ ପାକିସ୍ତାନକୁ ଗତକାଲି ଡୋସିୟର ଦେଇଛି ଭାରତ । ଅନ୍ୟପଟେ ମସୁଦ୍ ଓ ତାର ସଂଗଠନକୁ କଳା ତାଲିକା ଭୁକ୍ତ କରିବାକୁ ବୁଧବାର ମିଳିତ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ । ଏହି ପ୍ରସ୍ତାବ ପାକିସ୍ତାନକୁ ଅଡୁଆରେ ପକାଇଛି । ପୁଲୱମା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ୍ ହୋଇଥିଲେ ।

ଅନେକ ଦିନରୁ ଅର୍ଥାତ ପୁଲୱାମା ଆକ୍ରମଣ ପରେ ପରେ ହିଁ ଭାରତ ଦାବି କରି ଆସୁଛି ମସୁଦ ଅଜହର ପାକିସ୍ତାନରେ ଲୁଚି ରହିଛି ବୋଲି କିନ୍ତୁ ପାକିସ୍ଥାନ ଭାରତ ଏହି କଥାକୁ ଅସ୍ୱୀକାର କରିଆସୁଥିଲା । ଜୈଶ-ଏ-ମହମ୍ମଦ ପାକିସ୍ଥାନ ମାଟିରେ ରହି ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର ଚଳାଇଛି । କିନ୍ତୁ ପାକିସ୍ଥାନ ଭାରତର ଏହି କଥାକୁ ଅସ୍ୱୀକାର ନ ଆକାରୀ ବରଂ ଭାରତକୁ ପ୍ରମାଣ ହିଁ ମାଗିବାରେ ବୟସୟ ରହୁଛି ।