ପାକିସ୍ତାନୀର ସୁନ୍ଦରୀ ମଡେଲ ଦେଲେ ଅଫର ମ୍ୟାଚରେ ଭାରତକୁ ହରାଇ ଦିଅ ..ମୁଁ ତୁମକୁ ବାହାହେବି

pakistani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତମେ ଜଦି ଭାରତକୁ ହରାଇଦେବ ତାହାଲେ ମୁଁ ତମ ଦେଶର ଜଣକୁ ବାହା ହେବି । ଏମିତି ଏକ ଅଜବ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନୀ ର ଜଣେ ଅଭିନେତ୍ରୀ । ଏବେ ଟି-ଟୁଏଣ୍ଟି ବିଶ୍ୱକପ ଚାଲିଥିବା ବେଳେ ଭାରତକୁ ହରାଇବା ପାଇଁ ଜିମ୍ବାୱେ କ୍ରିକେଟ ଟିମ୍ କୁ ଏଭଳି ଏକ ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ସେହେୟାର ସିନ୍ ୱାରିକ । ଆସନ୍ତା ୬ ତାରିଖରେ ଭାରତ ତାର ଶେଷ ମ୍ୟାଚରେ ଜିମ୍ବାୱେ କୁ ଭେଟିବ । ତେବେ ଏହି ମ୍ୟାଚରେ ଭାରତ ହାରିଯାଉ ବୋଲି ଚାହୁଁଛନ୍ତି ସେହେୟାର ।

କାରଣ ଭାରତ ହାରି ଗଲେ ପାକିସ୍ତାନ ବିଶ୍ବକପ୍ ସେମି ଫାଇନାଲରେ ପ୍ରବେଶ କରିବ ବୋଲି ଏହି ଅଭିନେତ୍ରୀ ଜଣକ ଆଶା ରଖିଛନ୍ତି । ଏହି ମ୍ୟାଚର ଦୁଇଦିନ ପୂର୍ବରୁ ସେ ଟୁଇଟ କରି ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି । ସେ ଲଖିଛନ୍ତି ଯେ ପରବର୍ତ୍ତୀ ମ୍ୟାଚରେ ଯଦି ଜିମ୍ବାୱେ ଚମତ୍କାର କରି ଭାରତକୁ ପରାସ୍ତ କରେ ତାହାଲେ ମୁଁ ଜଣେ ଜିମ୍ବାୱେ ନାଗରିକ କୁ ବିବାହ କରିବି । ଚଳିତ ବିଶ୍ୱକପରେ ଜିମ୍ବାୱେ ପାକିସ୍ଥାନକୁ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ତେଣୁ ଏବେ ଏହି ଦଳ ଭାରତକୁ ହରାଉ ବୋଲି ଚାହୁଁଛନ୍ତି ସେହେୟାର ସିନ୍ ୱାରିକ ।

model

ବୁଧବାର ବାଂଲାଦେଶ କୃତକ୍ଷ ମ୍ୟାଚ ବେଳେ ମଧ୍ୟ ଭାରତର ପରାଜୟ କାମନା କରି ବାରମ୍ବାର ଟୁଇଟ କରୁଥିଲେ । କିନ୍ତୁ ଶେଷରେ ନିରାଶ ହୋଇ ସୋସିଆଲ ମିଡିଆରେ ଟ୍ରଲର ମଧ୍ୟ ଶିକାର ହୋଇଥିଲେ । ଏହା ସ୍ୱତ୍ତେ ସେ ପୁଣିଥରେ ଭାରତ ଜିମ୍ବାୱେ ମ୍ୟାଚକୁ ନେଇ ଟୁଇଟ କରିଛନ୍ତି । ଆଉ ତାଙ୍କର ଏପରି ଅଜବ ଟୁଇଟକୁ ହଜାରେ ରୁ ଲାଇକ୍ ସହିତ କିଛି ଇଉଜର ରିଟୁଇଟ ମଧ୍ୟ କରିଛନ୍ତି । ତେବେ କିଛି ଲୋକ ତାଙ୍କୁ ମଜାଦାର କମେଣ୍ଟ ମାଧ୍ୟମରେ ଟ୍ରଲ ମଧ୍ୟ କରିଛନ୍ତି ।

ଜଣେ ଏମିତି ବି କହିଛନ୍ତି ମୁଁ ଆପଣଙ୍କ ପାଇଁ ଦୁଃଖିତ । କାରଣ ଆପଣ ସାରା ଜୀବନ କିପରି ଏକାକୀ ରହିବେ । ତେବେ ଟ୍ରଲ ସ୍ୱତ୍ତେ ଭାରତୀୟ ଟିମ୍ କୁ ନେଇ ଗତକାଲି ଆଉ ଏକ ଟୁଇଟ କରିଥିଲେ । ସେଥିରେ ସେ ଲେଖିଥିଲେ ଯଦି ପାକିସ୍ତାନ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଉଛି ତାହାଲେ ମୁଁ ବଙ୍ଗାଳୀ ବାବା ଯାଇ ଭାରତୀୟ ଟିମ୍ ଉପରେ ଗୁଣି କରିଦେବି । ଯାହାଦ୍ୱାରା ସେମାନେ ଜିମ୍ବାୱେ ବିପକ୍ଷରେ ଜିତିପାରିବେ ନାହିଁ ।

model 1

ଭାରତ ହାରିଲେ ପାକିସ୍ତାନ ଆପେ ଆପେ ସେମି ଫାଇନାଲକୁ ଯିବ । ତେବେ ସବୁଠାରୁ ମଜାଦାର କଥା ହଉଛି ଗତକାଲି ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି ପାକିସ୍ତାନ । ହୁଏତ କହିବା ଅନୁଯାୟୀ ବଙ୍ଗାଳୀ ବାବା ଯାଇ ଭାରତୀୟ ଟିମ୍ ଉପରେ ଗୁଣି ଗାରେଡ଼ି କରିବେ ଏହି ପାକିସ୍ତାନୀ ଅଭିନେତ୍ରୀ । ଆସନ୍ତା ୬ ତାରିଖରେ ହେବାକୁ ଥିବା ଭାରତ ଜିମ୍ବାୱେ ମୁକାବିଲାରେ ସେହେୟାର ଙ୍କ ଗୁଣି ଗାରେଡ଼ି କେତେ କାମ ଦେଉଛି ତାହା ନିଶ୍ଚୟ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *