ପାକିସ୍ତାନର ଷଡଯନ୍ତ୍ରକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କହିଲେ ?

Spread the love

ଦେଶର ଭାବନା ଏକ ଅଲଗା ସ୍ତରରେ ଅଛି । ଭାରତର ବିର ଯବାନ ଭାରତ ସୀମା ଭିତରେ ଓ ବାହାରେ ଆମର ପରାକ୍ରମ ଦେଖାଉଛନ୍ତି । ଆଜି ପୁରା ଦେଶ ଏକତ୍ରିତ ହୋଇ ଅଛନ୍ତି ଓ ଭାରତର ଯବାନ ଙ୍କ ସହିତ ଛିଡ଼ାହୋଇ ଅଛନ୍ତି । ଆମ ସେନାମାନଙ୍କ ସାମର୍ଥ୍ୟ ଉପରେ ପୁର୍ଣ ବିଶ୍ୱାସ ଅଛି ।

ଏଥିପାଇଁ ବହୁତ ଆବଶ୍ୟକ ଅଛି କି, ଏଭଳି କିଛି ମଧ୍ୟ ନହେଉ ଯାହା ଦ୍ୱାରା କି ସେମାନଙ୍କ ଆତ୍ମବିଶ୍ବାସ ଉପରେ ଆଘାତ ହେବ ବା ଆମ ଶତ୍ରୁ ମାନଙ୍କୁ ଆମ ଉପରେ ଆଙ୍ଗୁଠି ଉଠେଇବା ପାଇଁ ସୁଯୋଗ ମିଳିଯାଉ । ଯେତେବେଳେ ଶତ୍ରୁ ଭାରତକୁ ଅସ୍ତିର କରିବାକୁ ଯୋଜନା କରିଥାଏ, ଆତଙ୍କି ଆକ୍ରମଣ କରିଥାଏ ତାଙ୍କର ଗୋଟିଏ ଉଦ୍ଦେଶ୍ୟ ଏହା ବି ଥାଏ କି, ଆମର ପ୍ରଗତି ରହିଯାଉ, ଆମ ଗତି ରହିଯାଉ, ଆମ ଦେଶ ତଳକୁ ଖସିଯାଉ । ସେମାନଙ୍କର ଏହି ଉଦ୍ଦେଶ୍ୟ ଆଗରେ ପ୍ରତ୍ୟେକ ଭାରତୀୟ କୁ କାନ୍ଥ ହୋଇ ଛିଡାହୋଇ ରହିବା ଆବଶ୍ୟକ । ସେମାନଙ୍କୁ ଦେଖାଇବାର ଅଛି କି ଭାରତର ପ୍ରଗତି କେବେ ମଧ୍ୟ କମିବ ନାହିଁ, କେବେ ମଧ୍ୟ ରହିବ ନାହିଁ ।

ଦେଶର ସୁରକ୍ଷା ଓ ସାମର୍ଥ୍ୟ ର ସଂକଳ୍ପ ନେଇ ଆମ ଯବାନ ସୀମା ଠାରେ ଅଛନ୍ତି । ଆମେ ସବୁ ପରାକ୍ରମୀ ଭାରତର ନାଗରିକ ଅଟୁ । ତେଣୁ ଆମ ସମସ୍ତଙ୍କୁ ମଧ୍ୟ ସେନା ହୋଇ ଦେଶର ସମୃଦ୍ଧି ପାଇଁ ଦିନରାତି କୁ ଏକ କରିବାକୁ ପଡ଼ିବ ଓ ଏହା ଆମର ପ୍ରଥମ କର୍ତ୍ତବ୍ୟ ଅଟେ । ପରାକ୍ରମୀ କେବେ ଏହା ଭାବି ନଥାଏ କି ଚାଲ ଅଧିକ ହେଇଗଲା ଶୋଇପଡ଼ । ଏହା ହେଇପାରିବ ନାହିଁ । ଆମକୁ ଜୀବନର ସବୁ କ୍ଷେତ୍ରରେ ବିକାଶ ର ନୂଆ ଉଚ୍ଚତାକୁ ଛୁଇବାର ଅଛି । ପ୍ରଗତିର ନୂଆ କୀର୍ତ୍ତିମାନ କରିବାର ଅଛି ।

ଦେଶ ଭିତରେ ଓ ଦେଶର ସୀମା ଠାରେ ଦିନରାତି କୁ ଏକ କରି ଆମ ବିର ପୁତ୍ର ଓ ବିର ଝିଅ ପ୍ରତି ଆମେ କୃତଜ୍ଞତା ଅଛୁ । ସେମାନେ ଅଛନ୍ତି, ସେତେବେଳେ ଆମେ ଅଛୁ ଓ ଏଥିପାଇଁ ମୋର ଦେଶବାସୀଙ୍କ ପାଇଁ ଗୋଟିଏ ଆଗ୍ରହ ଅଛି କି ରାଷ୍ଟ୍ର ନିର୍ମାଣର ଏହି ମହା ଯଜ୍ଞରେ ସେମାନେ ଯେଉଁ ଦାୟିତ୍ୱ ରେ ଅଛନ୍ତି ତାହାକୁ ପୁର୍ଣ ଦାୟିତ୍ୱ ରେ କରିଚାଲ । ଆଗ ଅପେକ୍ଷା ଅଧିକ କାମ କର, ଆଗ ଅପେକ୍ଷା ଅଧିକ ଗତିରେ ଚାଲ ଦେଶର ପ୍ରଗତିରେ ଆସ ଆମେ ସମସ୍ତେ ମିଶି ଆଗକୁ ବଢ଼ିବା ।

ଆମ ଦେଶ ନୂଆ ନୀତି ଓ ନୂଆ ରୀତି ସହିତ ନିଜ କ୍ଷମତାକୁ ବିସ୍ତାର କରିବାରେ ଲାଗିଅଛି । ଆଜି ଭାରତ ଆତ୍ମବିଶ୍ୱାସରେ ଭରିହୋଇ ଅଛି । ଭାରତ ଯୁବକ ଆଜି ଉତ୍ସାହରେ ଅଛନ୍ତି ଓ ଉର୍ଜ୍ଜା ରେ ପରିପୂର୍ଣ ଅଛନ୍ତି । ଯୁବକ ମାନଙ୍କରେ କିଛି କରି ଆଗେଇବାକୁ ନୂଆ ବିଶ୍ୱାସ ଜନ୍ମ ହେଲା । ଦେଶର କୃଷକ ମାନଙ୍କ ଠାରୁ ଦେଶର ଯବାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ବିଶ୍ୱାସ ମିଳିଲା କି ଅସମ୍ଭବ ଏବେ ସମ୍ଭବ ଅଟେ ।