ପାକ୍ ସମ୍ମୁଖରେ ବଡ ସମସ୍ୟା, ଆମେରିଆକା ଏଫ୍-୧୬ ଲଢୁଆ ବିମାନକୁ ନେଇ କହିଲା…..

Spread the love

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଭାରତ ଲଢୁଆ ବିମାନ ଦ୍ୱାରା ପାକିସ୍ଥାନ ସ୍ଥିତ ଜୈଶ-ଏ-ମହମ୍ମଦର ସବୁଠୁ ବଡ ଆତଙ୍କି ପ୍ରଶିକ୍ଷଣ କେନ୍ଦ୍ରକ ଧ୍ବଂସ କରିଥିଲା । ଗତକାଲି ବୁଧବାର ପ୍ରାତଃ ସମୟରେ ପାକିସ୍ତାନ, ଭାରତୀୟ ବାୟୁସେନା ସୀମାରେଖା ଉଲ୍ଲଙ୍ଘନ କରି ଭାରତୀୟ ସୀମାରେ ଏଫ୍-୧୬ ଲଢୁଆ ବିମାନ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିଥିଲା । କିନ୍ତୁ ଭାରତୀୟ ବାୟୁସେନା ପାକିସ୍ତାନକୁ ଜବାବ ଦେବାକୁ ଯାଇ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନକୁ ଧ୍ବଂସ କରିଦେଇଥିଲେ । କିନ୍ତୁ ଯେତେବେଳେ ଭାରତ ପାକିସ୍ଥାନର ଲଢୁଆ ବିମାନ ଏଫ୍-୧୬ ସୀମା ବାହାର କରିବାରେ ଚେଷ୍ଟିତ ଥିଲା, ସେହି ସମୟରେ ଭାରତର ମିଗ – 2000 ପାକ୍ ଅଧିକୃତ କାଶ୍ମୀରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଏହି ଆକ୍ରମଣରେ ଆମେରିକା ସରକାର ପାକିସ୍ତାନ ସରକାରଙ୍କୁ ପ୍ରଶ୍ନ କରିଥିଲେ, କାହା ଅନୁମତିରେ ଏଫ୍-୧୬ ଲଢ଼ୁଆ ବିମାନ ସୈନ୍ୟବାହିନୀର କାର୍ଯ୍ୟାନୁଷ୍ଠାନରେ ବ୍ୟବହାର କରିଥିଲା । ଏହା ସଂଗେ ସଂଗେ ଆମେରିକା କହିଲା, ଏଫ୍-୧୬ ଲଢୁଆ ବିମାନର ନିଜ ଦେଶକୁ ସୁରକ୍ଷିତ କରିବା ପାଇଁ ବ୍ୟବହାର କରିପାରିବ, କିନ୍ତୁ ସୈନ୍ୟବାହିନୀ କ୍ଷେତ୍ରରେ ଏହି ବିମାନ ବ୍ୟବହାର କରିପାରିବ ନାହିଁ । ଆପଣଙ୍କୁ କହି ରଖୁଛୁ ଯେ, ଏଫ୍-୧୬ ଲଢୁଆ ବିମାନ ପାକିସ୍ତାନକୁ ଆମେରିକା ହିଁ ଦେଇଥିଲା ।

ପାକିସ୍ତାନର ଏହିପରି ନୀତିନିୟମକୁ ଉଲ୍ଲଙ୍ଘନ କରି ଲଢ଼ୁଆ ବିମାନର ବ୍ୟବହାର ବାସ୍ତବରେ ଆମେରିକା ପାଇଁ ବିପଦ ସୂଚକ । ଆମେରିକାର ନିୟମାନୁସାରେ ଏହି ଲଢୁଆ ବିମାନକୁ ନିଜକୁ ଆର୍ଥତ ନିଜ ଦେଶକୁ ଆତ୍ମା ସୁରକ୍ଷା ପାଇଁ ବ୍ୟବହାର କରାଯାଇ ପାରିବ ବରଂ ଆକ୍ରମଣ ପାଇଁ ନୁହେଁ ।

ଏହା ପୂର୍ବରୁ ଆମେରିକା ପାକିସ୍ଥାନକୁ ଛୋଟିଆ ଶବ୍ଦ ମାଧ୍ୟମରେ କହିଥିଲେ, ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜରିଆରେ ପରିସ୍ଥିତିକୁ ଜଟିଳ କର ନାହିଁ ଏବଂ ନିଜକୁ ଅତ୍ୟଧିକ ମାତ୍ରାରେ ସଂଯମତା ରକ୍ଷା କର । ଏହା ସଂଗେ ସଂଗେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ଅନେକ ଠାରେ କହିଛି ।