ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଲେ ଭାରତକୁ ଧମକୀ, “ଭାରତ ଯୁଦ୍ଧ ଆକ୍ରମଣ କରେ, ତେବେ ଆମେ ନୀରବରେ ବସିବୁ ନାହିଁ”

Spread the love

ଇସ୍‌ଲାମାବାଦ: ୧୪ ଫେବୃଆରୀରେ ସଂଘଠିତ ହୋଇଥିବା ପୁଲୱାମା ଆତଙ୍କବାଦ ଆକ୍ରମଣର ଦୀର୍ଘ ଛଅ ଦିନ ବିତିବାରେ ପରେ ପ୍ରଥମ ଥର ପାଟି ଖୋଲିଛନ୍ତି ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବଂ ପୁଲୱାମା ଘଟଣାକୁ ନେଇ ନିଜର ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ନିଜ ବୟାନରେ ସଫେଇ ଦେଇ କହିଛନ୍ତି ଯେ, ଭାରତ ପାକିସ୍ଥାନକୁ ବିନା କାରଣରେ ମିଥ୍ୟରୋପ ଓ ନିନ୍ଦା କରୁଛି । ଏହା ସଂଗେ ସଂଗେ କହିଛନ୍ତି ଯଦି ଭାରତ ପାଖରେ କିଛି ପ୍ରମାଣ ଅଛି, ତେବେ ପାକିସ୍ଥାନକୁ ସେହି ପ୍ରମାଣ ହସ୍ତାନ୍ତର କରୁ, ସେହି ପ୍ରମାଣକୁ ଭିତ୍ତ କରି ପାକିସ୍ଥାନ ଦୋଷୀମାନଙ୍କ ବିରୋଧରେ ଯାଞ୍ଚ କରି ଉଚିତ ପଦକ୍ଷେପ ନେବା । କିନ୍ତୁ ବିନା କୌଣସି ପ୍ରମାଣରେ ଓ ବିନା କୌଣସି କାରଣରେ ଏହି ପ୍ରକାର ଅପବାଦ ଓ ନିନ୍ଦା ଉଭୟ ଭରାତ ଓ ପାକିସ୍ଥାନର ସମ୍ପରକୁ ଆହୁରି ତିକ୍ତତା କରୁଛି ।

ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନିଜ ଦେଶବାସୀକୁ ସମ୍ବୋଧିତ କରି କହିଛନ୍ତି, ‘ବିନା କୌଣସି ପ୍ରମାଣରେ ପୁଲଓ୍ଵାମା ଆକ୍ରମଣ ଘଟଣାରେ ଭାରତ ପାକିସ୍ତାନକୁ ଦୋଷୀ ଭାବେ ଦର୍ଶାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣାରେ ଭାରତ ସରକାର ଯଦି ପାକିସ୍ତାନର ସଂପୃକ୍ତି ନେଇ କୌଣସି ପ୍ରମାଣ ଦିଅନ୍ତି, ତେବେ ଆମେ ତା’ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । କିନ୍ତୁ ଭାରତ ସରକାର ବିନା କୌଣସି କଥା ବାର୍ତ୍ତାରେ ବାରମ୍ବାର ଯୁଦ୍ଧ ଧମକ ଦେଉଛନ୍ତି ! ଭାରତ ଯେକୌସି ପ୍ରକାର ଅନୁସନ୍ଧାନ କରିବା ପାଇଁ ଚାହେଁ ପାକିସ୍ଥାନ ସହମତ ଅଛି !

ଯଦି ଭାରତ ଯୁଦ୍ଧ ଆକ୍ରମଣ କରେ, ତେବେ ଆମେ ନୀରବରେ ବସିବୁ ନାହିଁ । ଆମେ ମଧ୍ୟ ଆକ୍ରମଣର ଜବାବ ଆକ୍ରମଣରେ ଦେବୁ । ଯଦି ଦୁଇ ପୋଡେଶୀ ଦେଶ ଯୁଦ୍ଧ ଭୂମିକୁ ଓହ୍ଲାଇବେ ତେବେ ଉଭୟ ଦେଶର ଶେଷ ପରିଣତି କ’ଣ ହେବ; ତା’ର ଉତ୍ତର କେବଳ ଈଶ୍ୱର ହିଁ ଦେଇ ପାରିବେ ? ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଶେଷରେ କହିଲେ ପୁଲୱାମା ଆକ୍ରମଣରେ ପାକିସ୍ଥାନ ଦାୟୀ ନୁହେଁ ବରଂ କାଶ୍ମୀର ବାସିନ୍ଦା ହିଁ ଦାୟୀ ଅଟନ୍ତି ।